ହିନ୍ଦୁ ଧର୍ମ ଗ୍ରନ୍ଥର ୫ ଟି ପବିତ୍ର ଧାର୍ମିକ ନାମ ଯେଉଁ ନାମକୁ ରଖିବାକୁ ଆଜିକାଲି ବାପା ମାଆ ଡରୁଛନ୍ତି..
ବନ୍ଧୁଗଣ ନିଜର ପିଲା ମାନଙ୍କର ନାମକରଣ କରିବା ସମୟରେ ହିନ୍ଦୁ ଧର୍ମ ଏବଂ ବିଭିନ୍ନ ଗ୍ରନ୍ଥର ସାହାଯ୍ୟ ନେବା ଏକ ସାଧାରଣ କଥା ଅଟେ । କେତେକ ଲୋକ ମାନେ ନିଜର ଶ୍ରଦ୍ଧା ଏବଂ ଭକ୍ତି ଗୁଣ କାରଣ ରୁ ନିଜର ପିଲା ମାନଙ୍କର ନାମ କୁ ସେହିପରି ନାମ ଦେଇଦିଅନ୍ତି ଯାହାକି ଏକ ଧାର୍ମିକ ନାମ ହୋଇଥାଏ । ସାଧାରଣତଃ ଲୋକ ମାନେ ପ୍ରାୟତଃ ନିଜର ପିଲା ମାନଙ୍କର ନାମକୁ କର୍ଣ୍ଣ , ଅର୍ଜୁନ , ରାମ , ସୀତା ଏହିପରି ଅନେକ ଧାର୍ମିକ ନାମ ରଖିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ପୁରାଣ ରେ ଏମିତି ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ କି ସାହସୀ ହେବା ସହିତ ଭଗବାନଙ୍କର ବହୁତ୍ ବଡ଼ ଭକ୍ତ ମଧ୍ୟ ହୋଇଥାନ୍ତି । କିନ୍ତୁ ମାଆ ବାପା ନିଜର ସନ୍ତାନ ଙ୍କ ନାମ କୁ ସେପରି ନାମ ଦେବାକୁ ଡରନ୍ତି କାହିଁକି ନା ଏହି ନାମ ସହିତ କେଉଁଠି ନା କେଉଁଠି ଅନର୍ଥ ଲୁଚି ରହିଛି ଅଥଚ ପୁରାଣ ରେ ଏହି ନାମ କୁ ନକାରାତ୍ମକ ଭାବରେ ବର୍ଣ୍ଣନା କରାଯାଇଛି ଏବଂ ଏହି ନାମ ରଖିଲେ ଏହା ଆପଣଙ୍କୁ ଜୀବନରେ ବହୁତ୍ ଦୁଃଖ କଷ୍ଟ ଦେଇଥାଏ ।ଆଜି ଆମେ ଆପଣଙ୍କୁ ଏହିପରି ୫ ଟି ନାମ କହିବୁ ଯେଉଁ ନାମ କୁ ପିଲା ମାନଙ୍କର ନାମ ରଖିବାକୁ ଅଶୁଭ ବୋଲି କୁହାଯାଇଥାଏ ।
୧. ପ୍ରଥମ ନାମ ଟି ହେଉଛି ଅଶ୍ଵସ୍ଥମା । ଅଶ୍ଵସ୍ଥମା ହେଉଛି ଏକ ସାହସୀ ବିର ଯୋଦ୍ଧା ଯିଏ କି ବୀର ଦ୍ରୋଣାଚାର୍ଯ୍ୟ ନକ ପୁତ୍ର । ସେ ବହୁତ୍ ସାହସୀ ହେବା ସହ ସେ ଏକ ଭଲ ନିପୁଣ ,କୁଶଳୀ , ବୀର ଯୋଦ୍ଧା ଥିଲେ । କିନ୍ତୁ ସେ ତାର ଜୀବନ କାଳ ମଧ୍ୟରେ ବହୁତ୍ ଖରାପ କାର୍ଯ୍ୟ କରିଛି ସେଥିପାଇଁ ଭଗବାନ ଶ୍ରୀ କୃଷ୍ଣ ତାହାକୁ ଜୀବନ ସାରା ପାଇଁ ଦୁଃଖ କଷ୍ଟ ପୀଡ଼ା କରିବାର ଅଭିଶାପ ଦେଇଥିଲେ । ଏହି କାରଣ ଟି କୌଣସି ପିତା ମାତା ନିଜର ସନ୍ତାନ ଙ୍କ ନାମ କୁ ଅଶ୍ଵସ୍ଥମା ବୋଲି ରଖନ୍ତି ନାହିଁ ।
୨. ଦ୍ୱିତୀୟ ନାମ ଟି ହେଉଛି ଦ୍ରୋପଦୀ । ଦ୍ରୋପଦୀ ପାଞ୍ଚୋଟି ପୁରୁଷଙ୍କ ସହ ବିବାହ କରିଥିଲେ । ସେ ତାଙ୍କ ଜୀବନ ରେ ବହୁତ୍ ଦୁଃଖ କଷ୍ଟ ସହ୍ୟ କରିଥିଲେ । ଏହି କାରଣ ଟି କୌଣସି ପିତା ମାତା ନିଜର ସନ୍ତାନ ଙ୍କ ନାମ କୁ ଦ୍ରୋପଦୀ ବୋଲି ରଖନ୍ତି ନାହିଁ ।
୩.ତୃତୀୟ ନାମ ଟି ହେଉଛି ସୁଗ୍ରୀବ । ସୁଗ୍ରୀବ ଭଗବାନ ରାମଚନ୍ଦ୍ର ଙ୍କ ପରମ ଭକ୍ତ ଥିଲେ କିନ୍ତୁ ସେ ନିଜର ରାଜ୍ୟ ପାଇବା ଲୋଭ ରେ ଭଗବାନ ରାମ ଙ୍କ ଦ୍ଵାରା ନିଜ ଭାଇ ର ହତ୍ୟା କରିଥିଲେ ।ଏହି କାରଣ ଟି କୌଣସି ପିତା ମାତା ନିଜର ସନ୍ତାନ ଙ୍କ ନାମ କୁ ସୁଗ୍ରୀବ ବୋଲି ରଖନ୍ତି ନାହିଁ ।
୪. ଚତୁର୍ଥ ନାମ ଟି ହେଉଛି ଗାନ୍ଧାରୀ । ଗାନ୍ଧାରୀ ବି ମଧ୍ୟ ମହାନ୍ ଶକ୍ତି ଏବଂ ଗୁଣବତୀ ମହିଳା ଥିଲେ । କିନ୍ତୁ କୁରୁ ବଂଶ ରେ ବିବାହ କରିବା ପରେ ତାଙ୍କୁ ଅନେକ ଦୁଃଖ କଷ୍ଟ ମିଳିଥିଲା ଏବଂ ତାଙ୍କର ସମସ୍ତ ପୁତ୍ର ମାନଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଏହି କାରଣ ରୁ ଲୋକ ମାନେ ନିଜର ପୁତ୍ରୀଙ୍କ ନାମ ଗାନ୍ଧାରୀ ରଖନ୍ତି ନାହିଁ ।
୫.ପଞ୍ଚମ ନାମ ଟି ହେଉଛି ବିଭୀଷଣ । ଏହି ନାମ ର ଅର୍ଥ ହେଉଛି ଯାହାକୁ କେବେ ବି କ୍ରୋଧ ଆସି ନଥାଏ । ଏହି ନାମ ର ଏତେ ସୁନ୍ଦର ଅର୍ଥ ହୋଇ ମଧ୍ୟ ଲୋକ ମାନେ ନିଜର ପିଲାଙ୍କ ନାମ ଏପରି ରଖନ୍ତି ନାହିଁ କାହିଁକି ନା ବିଭୀଷଣ ନିଜର ଭାଇ ରାବଣ ର ମୃତ୍ୟୁ କିପରି ହୋଇପାରିବ ତାହାର ରହସ୍ୟ ଭଗବାନ ରାମ ଙ୍କୁ କହିଥିଲେ ,ଏହାକୁ ଘର ମଧ୍ୟରେ ଭେଦ ବୋଲି କୁହାଯାଇଥାଏ । ଏହି କାରଣ ରୁ କୌଣସି ପିତା ମାତା ନିଜର ସନ୍ତାନ ଙ୍କ ନାମ କୁ ବିଭୀଷଣ ବୋଲି ରଖନ୍ତି ନାହିଁ ।