December 6, 2024

Odia Express

Leading Odia News Portal of Odisha

ଜାଣନ୍ତୁ ଟଙ୍କା ରୋଜଗାର କରିବାର ୭ଟି ଉପାୟ – ଏହି କଥା ଗୁଡିକ ଜାଣିଲେ ଆପଣ ହେଇଯିବେ ମାଲାମାଲ..

ନମସ୍କାର ବନ୍ଧୁଗଣ, ଆଜି ଆମେ ଜାଣିବା ଟଙ୍କା ରୋଜଗାର କରିବାର ୭ଟି ଉପାୟ ବିଷୟରେ।ଏହି ଦୁନିଆରେ ବୋଧ ହୁଏ କେହି ନଥିବେ ଯିଏ ଏହା କହିବକି ତାକୁ ଟଙ୍କାର ଆବଶ୍ୟକତା ନାହିଁ।କାରଣ ଟଙ୍କା ହିଁ ଆମକୁ ଏକ ଉତ୍ତମ ଜୀବନଶୈଳୀ ଜୀଇଁବାରେ ସାହାଯ୍ୟ କରିଥାଏ।ଯଦିଓ ଟଙ୍କାରେ କିଣା ଯାଇଥିବା ଜିନିଷ ଜୀବନସାରା ଆନନ୍ଦ ଉଲ୍ଲାସ ଦେଇପାରିବ ନାହିଁ କିନ୍ତୁ ହଁ ଏହି କଥା ତ ନିଶ୍ଚିତ ଯଦି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଧନ ଅଛି ତେବେ ଆପଣଙ୍କ ଅସୁବିଧା କମ୍ ହୋଇପାରେ।ସେଥିପାଇଁ ଆଜି ଆମେ ଆପଣଙ୍କୁ ସଫଳ ଓ ଧନବାନ ହେବାର କିଛି ଅଲଗା ନିୟମ ଜଣାଇବୁ।ଯାହାକୁ ଜାଣିବାପରେ ଯଦି ଆପଣ ଏହାକୁ ନିଜ ଜୀବନରେ ପ୍ରୟୋଗ କରିବେ ତେବେ ପ୍ରକୃତରେ ଆପଣଙ୍କ ଜୀବନ ବଦଳିଯିବ।

ନିୟମ ନଂ-୧:ସବୁଠାରୁ ପ୍ରଥମ ଓ ମହତ୍ୱପୂର୍ଣ୍ଣ ନିୟମ ଏହାକି ଯେ ଆପଣଙ୍କୁ ଟଙ୍କା ସଞ୍ଚୟ କରିବା ବଦଳରେ ଟଙ୍କା ରୋଜଗାର କରିବାରେ ଅଧିକ ଧ୍ୟାନ ଦେବା ଉଚିତ।ଏହା ଆମେ ସମସ୍ତେ ଜାଣିଛୁ ହେଲେ ଏହିକଥାର ପ୍ରୟୋଗ କରୁନାହିଁ।ଏଥିପାଇଁ ଲୋକମାନେ ଅମୀର ହେବାପାଇଁ ଟଙ୍କା ଯୋଗାଡ କରିବାରେ ଲାଗିପଡନ୍ତି ଓ କେବେବି ନିଜର କାମକୁ ଆଗକୁ ବଢାଇବାରେ ଧ୍ୟାନ ଦିଅନ୍ତିନାହିଁ।ଟଙ୍କା ସଞ୍ଚୟ କରିବା ଅପେକ୍ଷା ରୋଜଗାର କରିବାର ଚେଷ୍ଟା କରିବା ଦରକାର।

ନିୟମ ନଂ-୨:ଟଙ୍କା ବଦଳାଅ ନାହିଁ ଏହାକୁ ଆକର୍ଷିତ କର।ନିଜକୁ ଏତେ ଦକ୍ଷ କରାଅ କି ଆପଣଙ୍କୁ ଟଙ୍କାର ପଛରେ ନୁହେଁ ବରଂ ଟଙ୍କାକୁ ଆପଣଙ୍କ ପଛରେ ଦୌଡ଼ିବାକୁ ପଡିବ।ଏହା ସେତେବେଳେ ସମ୍ଭବ ଯେବେ ଆପଣ କଠିନ ପରିଶ୍ରମ ଦ୍ଵାରା ସେହି ଜିନିଷର ପଛରେ ଲାଗିପଡିବେ।କାରଣ ଆପଣଙ୍କୁ ଜୀବନରେ ତାହା ମିଳେନାହିଁ ଯାହା ଆପଣ ଚାହାନ୍ତି ବରଂ ତାହା ମିଳେ ଯାହାର ଆପଣ ଦକ୍ଷ।

ନିୟମ ନଂ-୩:ଯେତେ ଅଧିକ ଆପଣ ଶିଖିବେ ସେତେ ରୋଜଗାର କରିବେ।ଆଜିର ଦୁନିଆ ବହୁତ ଅଗ୍ରଣୀ ହୋଇଗଲାଣି।ଯେଉଁଥିପାଇଁ ଲୋକଙ୍କୁ ବହୁତ କମ ସମୟରେ ଅଧିକ ମୂଲ୍ୟବାନ ଜିନିଷ ମିଳିଯାଏ।କେବଳ ଶିଖିଲେ ହେବ ନାହିଁ ବରଂ ଏହାର ପ୍ରୟୋଗ କରିବାକୁ ହେବ।କାରଣ ଯେତେ ଅଧିକ ଶିଖିବେ ସେତେ ବୁଝିପାରିବେକି କିପରି ଏହା କାମ କରେ।

ନିୟମ ନଂ-୪: ଯେତେ ଜଲଦି ହେବ ଆରମ୍ଭ କର।ଲୋକଙ୍କର ଏହା ଭୁଲ ଥାଏକି ସେ ଭାବନ୍ତି ସଫଳତା ପାଇଁ କାଲିଠାରୁ ପରିଶ୍ରମ କରିବେ।ଏବଂ କାଲି କେବେବି ଆସେନାହିଁ।ଯଦି ଆପଣଙ୍କୁ ଆର୍ଥିକ ରୂପରେ ସୁଦୃଢ ହେବାର ଅଛି ତେବେ ଏବେଠାରୁ ପରିଶ୍ରମ କରନ୍ତୁ।ଏବେଠାରୁ ନିଜ ଉପାୟରେ କାମ କରିବା ଆରମ୍ଭ କର।ସବୁଠାରୁ ଅଧିକ ସମୟ ନିଜ କ୍ୟାରିଅର ଉପରେ ଧ୍ୟାନ ଦିଅନ୍ତୁ।

ନିୟମ ନଂ-୫: ନିଜ ଟଙ୍କାର ହିସାବ ଧ୍ୟାନ ଦିଅ।ଆପଣ ଯାହାବି କରନ୍ତୁନା କାହିଁକି ଏହି ନିୟମ ନିଶ୍ଚିତ ପାଳନ କରନ୍ତୁକି ନିଜ ଟଙ୍କାର ହିସାବ ରଖିବା।ନିଜ ବଜେଟର ହିସାବ ରଖନ୍ତୁ।କେଉଁଠି କେତେ ଖର୍ଚ୍ଚ କିମ୍ବା ସଞ୍ଚୟ କରୁଛନ୍ତି।ନିଜ ଟଙ୍କା କୌଣସି ଖରାପ କାମରେ ଲଗାନ୍ତୁନାହିଁ।

ନିୟମ ନଂ-୬:ଗରିବ ରୁହ ଯେପର୍ଯ୍ୟନ୍ତ ତମେ ଧନୀ ହୋଇନାହଁ।ଟଙ୍କା ଆସିବା ମାତ୍ରେ ତାକୁ ଖର୍ଚ୍ଚ ନକରି ଦେଖିଚାହିଁ ଖର୍ଚ୍ଚ କରନ୍ତୁ ଯେପର୍ଯ୍ୟନ୍ତ ଆପଣ ସ୍ଥିର ନହୋଇଛନ୍ତି।ବଡ ଚିନ୍ତା କଲେ ହିଁ ବଡ କରିପାରିବେ।

ନିୟମ ନଂ-୭:ଧ୍ୟାନ ଏବଂ ସ୍ଥିରତା।ଜୀବନରେ ସବୁ ଜିନିଷ ଶିଖିବା ପରେ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ଏହାକି ଆପଣ କେତେ ଧ୍ୟାନମୟ ଓ ସ୍ଥିର ଅଟନ୍ତି।ଏହି ଦୁଅଟି ଜିନିଷ ଆପଣଙ୍କୁ ନିଜ କାମରେ ସାହାଯ୍ୟ କରିବ।ଯଦି ଆପଣଙ୍କ ଧ୍ୟାନ ଥରେ ଭାଙ୍ଗିଯିବ ତେବେ କେବେବି ଆପଣ ସଫଳ ହୋଇପାରିବେ ନାହିଁ।

Leave a Reply

Your email address will not be published. Required fields are marked *