October 9, 2024

Odia Express

Leading Odia News Portal of Odisha

ଲଙ୍କା କାଟିବା ଦ୍ଵାରା ହାତରେ ହେଉଥିବା ପୋଡାକୁ କରନ୍ତୁ ଦୂର-ଜାଣନ୍ତୁ ଏହି ଉପାୟ…

ନମସ୍କାର ବନ୍ଧୁଗଣ, ଯେବେବି ଆମେ ରୋଷେଇ ଘରେ ଲଙ୍କା ବ୍ୟବହାର କରିଥାଉ କିମ୍ବା ଲଙ୍କା କଟିଥାଉ ତେବେ ଆମ ହାତ ପୋଡା ହୋଇଥାଏ।ଏବଂ ଆଜି ଆମେ ଜାଣିବା କିଛି ଉପାୟ ବିଷୟରେ ଯାହା ଫଳରେ ଲଙ୍କା ବ୍ୟବହାର କରିବା ପରେ ଆଉ ପୋଡା ହେବ ନାହିଁ।ଏବଂ ବହୁତ ଜଲଦି ଏହି ସମସ୍ୟା ଦୂର ହୋଇଯିବ। ପ୍ରଥମ ଉପାୟ ହେଉଛି, କ୍ଷୀର,ଦହି, ଲହୁଣୀ ଆପଣଙ୍କ ପାଖରେ ଯାହାବି ଅଛି ଆପଣ ତାହା ବ୍ୟବହାର କରିପାରିବେ।ଏହାକୁ କିଛି ସମୟ ପାଇଁ ନିଜ ହାତରେ ମାଲିସ କରନ୍ତୁ।ଏବଂ ଦେଖିବେ ଆପଣଙ୍କ ପୋଡା ବହୁତ କମ ସମୟ ମଧ୍ୟରେ ଦୂର ହୋଇଯିବ।ଯଦି ଆପଣଙ୍କ ପାଖରେ ଥଣ୍ଡା କ୍ଷୀର ଅଛି ତେବେ ଏହା ସବୁଠାରୁ ଅଧିକ ଭଲ ଅଟେ ନହେଲେ ଆପଣ କୌଣସି ସାମଗ୍ରୀ ବ୍ୟବହାର କରି ପାରିବେ ଏହି ତିନୋଟି ମଧ୍ୟରୁ।

ଦ୍ୱିତୀୟ ଉପାୟ ଆମର ଏହା ଅଟେ କି, ଯଦି ଆପଣଙ୍କ ପାଖରେ ମହୁ ଉପଲବ୍ଧ ଅଛି ତେବେ ମହୁ ନିଅନ୍ତୁ।ଏବଂ ଏହା ପରେ ପାଞ୍ଚ ମିନିଟ ପାଇଁ ନିଜ ହାତକୁ ମହୁ ସାହାଯ୍ୟରେ ମାଲିସ କରନ୍ତୁ।ଏବଂ ନିଜ ହାତକୁ ଭଲ ଭାବରେ ମାଲିସ କରିବା ପରେ ନିଜ ହାତକୁ ଭଲ ଭାବରେ ଓ ପରିଷ୍କାର ଭାବରେ ଧୋଇ ଦିଅନ୍ତୁ।ଏହା ଦ୍ଵାରା ମଧ୍ୟ ଲଙ୍କା କାରଣରୁ ହେଉଥିବା ପୋଡା ମଧ୍ୟ କମି ଯାଇପାରେ ଏବଂ ତାହା ମଧ୍ୟ ବହୁତ ଜଲଦି ଓ କମ୍ ସମୟ ମଧ୍ୟରେ କେବଳ କିଛି ମିନିଟ ଭିତରେ ଆପଣ ଏହାର ପ୍ରଭାବ ନିଜ ହାତ ଉପରେ ଅନୁଭବ କରି ପାରିବେ।ଏହି ଉପାୟକୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ।ଏହାର ସୁପ୍ରଭାବ ନିଶ୍ଚିତ ଭାବରେ ମିଳିବ।

ତୃତୀୟ ଉପାୟ ଯାହା ଆମେ ଆପଣଙ୍କୁ ଜଣାଇବୁ ତାହା ହେଉଛି,ଲେମ୍ବୁ ଯଦି ଅଛି ଆପଣଙ୍କ ପାଖରେ ତେବେ ଲେମ୍ବୁ ନିଅନ୍ତୁ।ଅଥବା ଯଦି ଆପଣଙ୍କ ପାଖରେ କମଳା ମଧ୍ୟ ଉପଲବ୍ଧ ଅଛି ତେବେ ଆପଣ ଏହି ଦୁଇଟି ମଧ୍ୟରୁ କୌଣସିଟିକୁ ନିଅନ୍ତୁ।ଯାହା ବ୍ୟବହାର କଲେ ମଧ୍ୟ କିଛି ଫରକ ନାହିଁ କାରଣ ଏହି ଦୁଇଟି ସାମଗ୍ରୀର ଗୁଣ ପ୍ରାୟ ଏକା ଭଳି ଅଟେ ତେଣୁ ଯାହା ବ୍ୟବହାର କଲେ ମଧ୍ୟ ଚଳିବ।ଏବେ ଆପଣ ଏହାକୁ ନିଜ ହାତରେ ଭଲ ଭାବରେ ମାଲିସ କରି ନିଅନ୍ତୁ।ଏହା ଦ୍ଵାରା ମଧ୍ୟ ଲଙ୍କା କାରଣରୁ ହେଉ ଥିବା ପୋଡା କମିଯିବ।ଏବଂ ତାହା ମଧ୍ୟ ଅଳ୍ପ ସମୟ ମଧ୍ୟରେ।କେବଳ କିଛି ମିନିଟ ମଧ୍ୟରେ ପୋଡା ନିଶ୍ଚିତ ଭାବରେ କମିଯିବ।

ଆଶାକରୁଛୁ ବନ୍ଧୁଗଣ ଆପଣଙ୍କୁ ଏହି ଉପାୟ ଭଲ ଲାଗି ଥିବ।ଏବଂ ଆପଣ ଜାଣିଲେ ଏହି ଉପାୟ ସବୁ କେତେ ସହଜ ଓ ସରଳ ମଧ୍ୟ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଅଧିକ କଷ୍ଟ ମଧ୍ୟ କରିବାକୁ ପଡିବ ନାହିଁ।ଏସବୁ ଉପରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀ ଆପଣଙ୍କୁ ଅତି ସହଜରେ ନିଜ ରୋଷେଇ ଘରେ କିମ୍ବା ପାଖରେ ଥିବା ବଜାରରେ ଖୁବ କମ ମୂଲ୍ୟରେ ମିଳିଯିବ।ଏହି ଉପାୟ ସବୁ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଫଳପ୍ରଦ ପ୍ରମାଣିତ ହେବ।ଯଦି ଆପଣ ଏହି ଉପାୟ ସବୁକୁ ବ୍ୟବହାର କରିବା ପରେ ଆପଣଙ୍କ ପାଇଁ ଏହା ଲାଭଦାୟକ ହୁଏ ତେବେ ଏହି ଉପାୟ ନିଜ ବନ୍ଧୁ ଓ ପ୍ରିୟଜନ ମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ।ଏହା ଦ୍ଵାରା ସେମାନେ ମଧ୍ୟ ଲଙ୍କା କାଟିବା ପରେ ହେଉଥିବା ଏହି କଷ୍ଟ ସମସ୍ୟାକୁ ନିଜ ଠାରୁ ଦୂରେଇ ପାରିବେ।ଏସବୁ ଉପାୟ ସମ୍ପୂର୍ଣ୍ଣ ଭାବେ ଘରୋଇ ଓ ଦେଶୀ ଅଟେ।ଏହାର କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନାହିଁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *