September 11, 2024

Odia Express

Leading Odia News Portal of Odisha

ସମୟ ନଷ୍ଟ କରିବାରୁ ରକ୍ଷା କରିବ ଏହି ଉପାୟ – ନିଶ୍ଚୟ ଏହି କଥା କୁ ଜାଣିରଖନ୍ତୁ..

୧ ଲକ୍ଷ୍ୟ ୫୦ ହଜାର ଏହି ଗଣତି ହେଉଛି ସେଇ ମାନଙ୍କର ଯେଉଁମାନେ କାଲିର ସକାଳ ଦେଖି ପାରିବେ ନାହିଁ।ସମୟ ଏକ ଏମିତି ଜିନିଷ ଯାହା କାହାର ବାପା ସମ୍ପତ୍ତି ନୁହଁ,ଯଦି କୌଣସି କାମ କରିବାର ଉଚିତ ସମୟ ଥିଲା ତାହେଲେ ସେ କାଲି ଥିଲା।ଆଉ ସେହି କାମ ପୁର୍ଣ୍ଣ କରିବା ପାଇଁ ଯଦି କୌଣସି ଦ୍ଵିତୀୟ ଭଲ ସମୟ ଅଛି ତାହେଲେ ସେଇଟା ଏବେ ଅଛି।ଏହି ସମୟ ନିଜର ଖାତା ଠିକ ରାତି ୧୨ ଟା ବେଳେ ଖୋଲିଥାଏ ଆଉ ସେଇ ଖାତା ପୁଣି ଠିକ ରାତି ବାରଟାରେ ରିସେଟ ହୋଇଯାଇଥାଏ।ଏହି ଖାତାର ମହତ୍ୱ ବୁହ,ସମୟ ଠାରୁ ଆଉ କୌଣସି ପ୍ରକାରର ଲୋନ ନେଇ ପାରିବେ ନାହିଁ କିମ୍ବା ଏହାର କୌଣସି ଡ଼ିପୋଜିଟ ନାହିଁ।ବାସ ଆପଣଙ୍କୁ ଯେଉଁ ସମୟ ସବୁଦିନ ମିଳିଥାଏ ଆପଣ ତାକୁ କାଟନ୍ତୁ ଆଉ ଯେମିତି ବିତାନ୍ତୁ କି ନଷ୍ଟ କରନ୍ତୁ ଆପଣଙ୍କୁ ଏହା ଆପଣଙ୍କ ଇଛା ଆଉ ଏହା ପୁନର୍ବାର ରାତି ବାରଟାରେ ପୁଣି ରିସେଟ ହୋଇଯିବ।

ସମୟ ଏକ ଏମିତି ଜିନିଷ ସେ ଆଉ କାହାକୁ ନିଜ ଠାରୁ ଆଗକୁ ବଢିବାକୁ ଦେଇନଥାଏ କିନ୍ତୁ କାହାକୁ ପଛରେ ଛାଡି ନଥାଏ।ସମସ୍ତେ ଜାଣିଛନ୍ତିକି ସମୟ ବହୁତ ମୂଲ୍ୟବାନ ଅଟେ।ପ୍ରାୟ ବହୁତ ବୁଦ୍ଧିମାନ ଲୋକଙ୍କୁ ଏହା ଜଣା ଅଛିକି କେବଳ ସମୟହିଁ ଗୋଟେ ମାତ୍ର ମୂଲ୍ୟବାନ ଜିନିଷ ଅଟେ।ଲୋକ କୁହନ୍ତି ସମୟ ବଞ୍ଚାଅ,ସମୟ ବଞ୍ଚାଯାଇ ନଥାଏ ନିଜ ସଠିକ କର୍ମରେ ଉପଯୋଗ କରାଯାଇ ଥାଏ।ଏହାକୁ ନିଜ ବ୍ୟବହାରରେ ନଲଗେଇବତ ଏହା ପୁନର୍ବାର ରିସେଟ ହେଇଯିବ।ଯଦି ଆପଣଙ୍କୁ ସକାଳୁ କିଏ ବହୁତ ଟଙ୍କା ଦେବ ଆଉ କହିବ ଏହାକୁ ନିଜ କାମରେ ଲଗେଇବ ନହେଲେ ଏହା ଗାୟବ ହୋଇଯିବ ତାହେଲେ ଆପଣ ଯାଇଁ ତୁରନ୍ତ କିଛି କିଣା କିଣି କରିବେକି ନାହିଁ। ତାହେଲେ ଏହି ଦୃଷ୍ଟି କୋଣ ମଧ୍ୟ ସମୟ ଉପରେ କାହିଁକି ଆପଣଉ ନାହାନ୍ତି।ବହୁତ ଲୋକ କୁହନ୍ତି ଆମ ପାଇଁ ଟଙ୍କା ମୂଲ୍ୟବାନ କିନ୍ତୁ ବଡ଼ ବଡ଼ ବେପାରୀ କୁହନ୍ତି ଆମ ପାଇଁ ସମୟ ମୂଲ୍ୟବାନ।

ଯିଏ ଭାବେ ଏବେ ମୋ ଖରାପ ସମୟ ଆସିଛି ଆଉ ଆଗକୁ ଭଲ ସମୟ ଆସିବ ତାହେଲେ ତାପାଇଁ ସମୟ ସମ୍ପୂର୍ଣ୍ଣ ଭାବରେ ଧିରେ ଚାଲିବ।ଆଉ ଯିଏ ଭାବିବ ସମୟ ବହୁତ ଶିଘ୍ର ଶିଘ୍ର ବିତି ଯାଉଛି ଆଉ ମୁଁ କିଛି କରି ପାରୁ ନାହିଁ ତାହେଲେ ତାପାଇଁ ସମୟ ବହୁତ ଶିଘ୍ର ଶିଘ୍ର ଚାଲିବ।ଆଉ ଯିଏ ଏ ସବୁ ଠାରୁ ଦୁରରେ ରହି ନିଜର ସମୟକୁ ସଦ ଉପଯୋଗ କରିବ ବା ସଠିକ ବିନିମୟ କରିବ ସେ ହିଁ ଜୀବନରେ ଆଗକୁ ବଢି ପାରିବ।ଏହି ଜୀବନରେ ହସ କାନ୍ଦ ସବୁ କରି ପାରିବ କିନ୍ତୁ କେବେ ବସିବ ନାହିଁ।ଯଦି ଆପଙ୍କୁ ପାଠ ପଢ଼ିବାର ଅଛି ତାହେଲେ ପଢ଼ ଆଉ କାମ କରିବାର ଅଛି କର,ନାଚିବାର ଅଛି ନାଚ,ନିଜର ସ୍ୱପ୍ନ ପୁର୍ଣ୍ଣ କରିବାର ଅଛି କର କିନ୍ତୁ ବସି ପଡିଲେ ଆପଣ ନିଜର ଉନ୍ନତିକୁ ହରେଇ ଦେବେ।ଆପଣ ଖରାପ ସମୟକୁ ପରିବର୍ତ୍ତନ କରି ପାରିବେନି କିନ୍ତୁ ତାକୁ ସଦୁପଯୋଗ କରିବାକୁ ଚେଷ୍ଟା କରି ପାରିବେ।

ଆପଣ ନିଜର ଖରାପ ସମୟ ଚାଲିଛି ବୋଲି ଭଲ ସମୟ ଆସିବା ପାଇଁ ଅପେକ୍ଷା କରିପାରି ବା ନାହିଁ କିନ୍ତୁ ବର୍ତ୍ତମାନର ସମୟକୁ ନିଜ କାମରେ ନେଇ ପାରିବା।ଏମିତି କୌଣସି ବ୍ୟାଙ୍କ ନାହିଁ ଯିଏ ଆପଣଙ୍କୁ ମାଗଣାରେ ସକାଳୁ ଉଠୁ ଉଠୁ ୧୪୪୦ ଟଙ୍କା ମାଗଣାରେ ଦେଇ ଦବ।ଏହା ବ୍ୟତୀତ ସମୟର ହୃଦୟ ବହୁତ ବଡ଼ ଅଟେ,ଏହା ଆପଣଙ୍କ ଜନ୍ମ ହେବା ଦିନରୁ ମରିବା ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ୧୪୪୦ ମିନିଟ ଆପଣଙ୍କୁ ମାଗଣାରେ ଦେଇ ଥାଏ।ସମୟ ଆପଣଙ୍କୁ କାହିଁକି ଏତେ ସମୟ ଦେଉଛି ଆଉ ସେ କାହା ଭାଗର ସମୟ ଦେଉଛି ଟିକେ ଭାବନ୍ତୁ।ଆଉ ସେ ଯେଉଁ ସମୟ ଆପଣଙ୍କୁ ଦେଉଛି ଆପଣ ସେ ସମୟ କାହାକୁ ଦେଉଛେ ଟିକେ ଅଳ୍ପ ଭାବ।ଆଉ ଆପଣ ମାନେ ସମୟକୁ ନିଶ୍ଚିତଭାବରେ ପଚାରନ୍ତୁକି ତୁ ମତେ ପ୍ରତିଦିନ ମାଗଣାରେ ୧୪୪୦ ମିନିଟ କାହିଁକି ଦେଉଛୁ ?

ଆଜିକାଲି ଯୁଗରେ କାହାଠାରୁ ଗୋଟେ ଟଙ୍କା ବାହାର କରିବାରେ ଅସୁବିଧା ହେଇଥାଏ ଆଉ ସେପଟରେ ସମୟ ଆପଣଙ୍କୁ ମାଗଣାରେ ସମୟ ଦେଉଛି।ଆଜି ଆପଣ ନିଜ ସମୟ ଯେଉଁଠିବି ଖର୍ଚ୍ଚ କରୁଛନ୍ତି ଆଉ ତାପରେ ନିଜକୁ ପଚାର କଣ ଆପଣ ଯେଉଁଠି ନିଜର ସମୟ ନଷ୍ଟ କରୁଛନ୍ତି ସେଠାରେ କଣ ସମୟ ନଷ୍ଟ କରିବା ଉଚିତକି ? ଆପଣ ଯଦି ଆଗକୁ ଉନ୍ନତି କରିବା ପାଇଁ ନିଜର ସମୟ ବ୍ୟବହାର କରିବେନି ତାହେଲେ ଆଉ କୌଣସି ମଣିଷ ଆପଣଙ୍କ ସମୟ ନିଜକୁ ଆଗକୁ ବଢ଼େଇବା ପାଇଁ ବ୍ୟବହାର କରିନେବ।ଆଉ ଏତିକି କୁହ ଖରାପ ଟାଇମ ଭଲ ଟାଇମ କଣ ? ଏହାକୁ ମଣିଷ ନିଜେ ବନେଇଛି,ଆଉ ସବୁକୁ ଛାଡି ନିଜର ସମୟ ଠିକ ଜାଗାରେ ଖର୍ଚ୍ଚ କର ଆଗକୁ ନିହାତି ଭାବରେ ଉନ୍ନତି ପଥରେ ଆଗେଇ ପାରିବେ।

Leave a Reply

Your email address will not be published. Required fields are marked *