ରସୁଣ ଓ ପିଆଜର ବ୍ୟବହାର ସମ୍ପର୍କରେ ଶ୍ରୀକୃଷ୍ଣଙ୍କ ମତାମତ – ନିଶ୍ଚୟ ଜାଣିରଖନ୍ତୁ ଏହି କଥା ଗୁଡିକ..
ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।
ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ପଛରେ କିଛିନାକିଛି ନିଆରା ରହସ୍ୟ ରହିଥାଏ।ଓ ତାହା ସେମାନଙ୍କ ପରିଚୟକୁ ଅତ୍ୟନ୍ତ ଦୃଢୀଭୂତ କରିଥାଏ।
ରସୁଣ ଓ ପିଆଜ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ।କିନ୍ତୁ ଏହା ସାତ୍ଵିକ ଭୋଜନ ନୁହେଁ।ସମୁଦ୍ର ମନ୍ଥନ ସମୟରେ ଅମୃତ ପାତ୍ରକୁ ଦେବତା ମାନଙ୍କ ମଧ୍ୟରେ ବଣ୍ଟନ କରିବାକୁ ବିଷ୍ଣୁ ମୋହିନୀ ରୁପରେ ଆସିଥିଲେ।ଓ ଭୁଲରେ ଦେବତାରୂପୀ ରାହୁଙ୍କୁ ଅମୃତ ଦେଇଥିଲେ ଓ ପରେ ଅନର୍ଥ ହେବାରୁ ରକ୍ଷା ପାଇଁ ସୁଦର୍ଶନ ଚକ୍ରରେ ତାର ମୁଣ୍ଡ ଛିନ୍ନ କରିଥିଲେ।ତାର ରକ୍ତ ବସୁଧାରେ ପଡି ପିଆଜ ଓ ରସୁଣର ଉତ୍ପତ୍ତି ହୋଇଥିଲା।ଏଥିରେ ଅମୃତ ଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରୀ ଅଟେ।କିନ୍ତୁ ଏହା ଅସୁର ରକ୍ତରୁ ଉତ୍ପତ୍ତି ହୋଇଥିବାରୁ ତାମସିକ ଗୁଣ ବୃଦ୍ଧିର ପରିଚାୟକ ହୋଇଥାଏ।
ବୈଦିକ ଯୁଗରୁ ଅଦ୍ୟାବଧି ଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପରିଗଣିତ ହୋଇଛି।ଜ୍ୟୋତିଷ ଶାସ୍ତ୍ର ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ଜ୍ୟୋତିଷ ଶାସ୍ତ୍ରର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଚକ୍ର ୧୨ଟି ରାଶି ମଧ୍ୟରୁ ଗୋଟିଏ ସହ ଜଡିତ ହୋଇଛି। ସେହି ରାଶିଫଳ ଅନୁଯାୟୀ ସେମାନଙ୍କ ଜୀବନରେ ସମାନ ଘଟଣା ଘଟିଥାଏ।ଏହା ମଧ୍ୟ ଲୋକମାନଙ୍କ ଦ୍ବାରା ବହୁତ ବିଶ୍ଵସନୀୟ ହୋଇଥାଏ।ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ତଥା ଚଳନ ଉପରେ ଏହା ପର୍ଯ୍ୟବେସିତ ହୋଇଥାଏ।
ଇଂରାଜୀରେ କୁହାଯାଇଛିକି “ସ୍ୱାସ୍ଥ୍ୟ ହିଁ ସମ୍ପଦ”।ଏକ ସୁସ୍ଥ ସ୍ୱାସ୍ଥ୍ୟ ବଞ୍ଚିବାର ଏକ ଅନନ୍ୟ ଆଶ୍ରା ଅଟେ।ଏହା ମନୁଷ୍ୟର ପ୍ରତିଯୋଗୀତତ୍ମକ ଭାବନାକୁ ଦ୍ବିଗୁଣିତ କରିବା ସହିତ ମନୁଷ୍ୟକୁ ଆନନ୍ଦରେ ରଖିଥାଏ।ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରୁଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଆତ୍ମସନ୍ତୋଷ ଲାଭ କରିଥାନ୍ତି।ଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପ୍ରୟୋଜନୀୟତାର କେନ୍ଦ୍ରସ୍ଥଳ ଅଟେ।
ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।