February 8, 2025

Odia Express

Leading Odia News Portal of Odisha

କେବଳ ଗୋଟିଏ ଔଷଧର ଗୁଲିର ବ୍ୟବହାର ଦ୍ଵାରା ସୁଖୀ ଯାଇଥିବା ତୁଳସୀର ପତ୍ର ମଧ୍ୟ ପୁଣି ଥରେ ହୋଇ ଯିବ ସବୁଜ ଓ ଘନ

ନମସ୍କାର ବନ୍ଧୁଗଣ,ଆଜି ଆମେ ଜାଣିବା କି ଏକ ଔଷଧୀୟ ଗୁଲିର ବ୍ୟବହାର ଦ୍ଵାରା ଶୁଖିଲା ତୁଳସୀ ପତ୍ରକୁ ମଧ୍ୟ ସବୁଜ ଓ ଘନ କରିହେବ।ତେବେ ଆପଣଙ୍କୁ ଏହା ଜଣାଇବୁ ଏହା କେଉଁ ଔଷଧ ଓ କିପରି ଏହାର ବ୍ୟବହାର କରିବା।ଏବଂ ଆମେ ଏହି ଔଷଧର ସତ୍ୟତା ପରୀକ୍ଷା କରିବା।ତେବେ ଆସନ୍ତୁ ଜାଣିବା ଏହି ଔଷଧର ବ୍ୟବହାର କରିବା ପୂର୍ବରୁ ତୁଳସୀ କାହିଁକି ଶୁଖିଯାଏ ଜାଣିବା।

ଗୋଟିଏ ଗଛ କେଉଁ ପରିବେଶରେ ବଢିବ କେବେ ଫୁଲ ହେବ, କେବେ ଫଳ ଦେବ,ଓ କେବେ ଶୁଖିବ ତାହା ସେମାନଙ୍କର ଜୀବନଚକ୍ରରୁ ଜଣାପଡେ।ତୁଳସୀ ଏକ ତ୍ରୋପିକାଲ ବୃକ୍ଷ ଅଟେ।ଏହା ଋତୁ ଅନୁସାରେ ନିଜର ଗୁଣ ବଦଳାଇ ଥାଏ।ଏହା ଅତ୍ୟଧିକ ଥଣ୍ଡା ସହି ପାରେ ନାହିଁ।ତେଣୁ ଶୀତ ଦିନେ ତୁଳସୀ ଗଛ ନିଜ ପତ୍ର ଝଡା ଦେଇ ଥାଏ।

ଏହା ଫଳରେ ଗଛ ଶୁଖିଯାଏ ଓ ଶୁଖି କରି ମରି ମଧ୍ୟ ଯାଏ।ଏହା ତାହାର ଜୀବନଚକ୍ରର ପକ୍ରିୟା ହୋଇଥାଏ।କିଛି ସାଧାରଣ ଉପାୟ ଅଛି ଯାହା ଦ୍ଵାରା ଆପଣ ଏହାକୁ ରୋକି ପାରିବେ ପତ୍ର ଶୁଖିବାରୁ।ପ୍ରଥମେ ଆପଣ ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ତାକୁ ଅଧିକ ଖରା ମିଳିବ ଏବଂ ସନ୍ଧ୍ୟା ସମୟରେ ଆପଣ ଏହାକୁ କୌଣସି କପଡା ସାହାଯ୍ୟରେ ଘୋଡାଇ ଦିଅନ୍ତୁ।ସମୟ ସମୟରେ ଏଥିରେ କିଛି ଖତ ମଧ୍ୟ ଦିଅନ୍ତୁ।ଖତ ଦେବା ଦ୍ଵାରା ଏହାର ଶୀତକୁ ସହିବାର ଶକ୍ତି ବଢ଼ିଥାଏ।ଆପଣ ଚାହିଁଲେ ବଜାରରେ ମିଳୁଥିବା ପଲିଥିନକୁ ଆଣି ମଧ୍ୟ ସନ୍ଧ୍ୟା ସମୟରେ ଏହା ଉପରେ ଘୋଡାଇ ପାରିବେ ଏହା ଫଳରେ ପତ୍ର ଶୀତ କବଳରୁ ରକ୍ଷା ପାଇବ।ଏବେ ଏହି ଔଷଧୀୟ ଗୁଲିର ବିଷୟରେ ଜାଣିବା।

ତେବେ ସେହି ଔଷଧୀୟ ଗୁଲି ହେଉଛି ଗନ୍ଧ କର୍ପୁର।ଆମେ ଏହାକୁ କପଡ଼ାରେ କୀଟ ନ ଲାଗିବା ପାଇଁ ବ୍ୟବହାର କରିଥାଉ।ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରିଥାଉ।ଏହା ଦ୍ଵାରା କୌଣସି ପ୍ରକାରର ଖତ ପ୍ରସ୍ତୁତ କରାଯାଇ ପାରିବ ନାହିଁ କିନ୍ତୁ ଏହା ଦ୍ଵାରା କୀଟନାଶକ ଔଷଧ ତିଆରି କରାଯାଇ ପାରିବ।ଏହାର ଏକ ବହୁତ କଡା ଗନ୍ଧ ରହିଥାଏ ଯାହା ପାଇଁ କୀଟ ଦୂରରେ ରହିଥାନ୍ତି।ସେଥିପାଇଁ ଏହା ପାଣିରେ ଆଦୌ ମିଶିବ ନାହିଁ।

ତେବେ ଏହା କିପରି ଆମର ସାହାର୍ଯ୍ୟ କରିବ ତୁଳସୀ ଗଛର ପତ୍ରକୁ ଶୁଖିବାରୁ ବଞ୍ଚାଈବାକୁ ତାହା ଜାଣିବା।ଏହାକୁ ନିଜ ଗଛରେ ଜମାରୁ ବି ଦିଅନ୍ତୁ ନାହିଁ କାରଣ ଏହା ଗନ୍ଧ କର୍ପୁର ଅଟେ।ଏହା ଆପଣଙ୍କ ଗଛ ଓ ଏହାର ପତ୍ରକୁ କ୍ଷତି ପହଞ୍ଚାଇ ପରେ ହୁଏତ ଆପଣଙ୍କ ଗଛ ମରି ମଧ୍ୟ ଯାଇପାରେ।ଏହା ବଜାରରେ ଅତି ସହଜରେ ମିଳିଯାଏ ଲୋକ ଏହାକୁ ଔଷଧ କହି ଆପଣଙ୍କୁ ଠକି ପାରନ୍ତି।ତେଣୁ ସେମାନଙ୍କ କଥାରେ ଆଦୌ ଆସନ୍ତୁ ନାହିଁ କାରଣ ଏହି ଗନ୍ଧ କର୍ପୁରର ଗୁଲି ପାଣିରେ ମଧ୍ୟ ମିଶେ ନାହିଁ ।ଏଥରୁ ଆପଣ କୌଣସି ପ୍ରକାରର ସାର ଖତ ଇତ୍ୟାଦି ମଧ୍ୟ ତିଆରି କରି ପାରିବେ ନାହିଁ ।ଆପଣ ନିଜର ସନ୍ତୁଷ୍ଟି ପାଇଁ ଏହାକୁ ଥରେ ଗୋଳି କରି ଦେଖି ନିଅନ୍ତୁ।

ଏହା ଏକ ତୈଳ ପଦାର୍ଥ ଅଟେ ତେଣୁ ଏହା ଜଳରେ ମିଶେ ନାହିଁ।କିଛି ଲୋକ ଆମକୁ ମିଛରେ ଏହାକୁ ଉପକାରୀ ବୋଲି କହି ଆମକୁ ଠକି ଦିଅନ୍ତି।ଆମେ ମଧ୍ୟ ତାଙ୍କ କଥା ଶୁଣି ସାମାନ୍ୟ ଗନ୍ଧ କର୍ପୁରକୁ କୋହିନୋର ଭାବି ଆମ ଗଛର ପତ୍ରକୁ ସବୁଜ କରିବା ପାଇଁ ବ୍ୟବହାର କରୁ।ଏପରି ଭୁଲ ଆଦୌ କରନ୍ତୁ ନାହିଁ।ଏଥିପ୍ରତି ସତର୍କ ରୁହନ୍ତୁ।

Leave a Reply

Your email address will not be published. Required fields are marked *