December 9, 2024

Odia Express

Leading Odia News Portal of Odisha

ମଶା ଘଉଡ଼ାଇବାର ଦେଶୀ ପକ୍ରିୟା, ଗୋଟିଏ ଥରରେ ସବୁ ମଶା ଘରୁ ତୁରନ୍ତ ପଳାଇବେ।ଏବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ

ନମସ୍କାର ବନ୍ଧୁଗଣ,ମଶା କାରଣରୁ ବହୁତ ପ୍ରକାରର ରୋଗ ହୋଇଥାଏ ଆମ ଘରର ଶିଶୁମାନଙ୍କୁ ଯେପରି ମ୍ୟାଲେରିଆ,ଡେଙ୍ଗୁ,ଚିକେନଗୁନିଆ ଇତ୍ୟାଦି।ଏହା କବଳରୁ ରକ୍ଷା ପାଇବାପାଇଁ ଆମେ ବିଭିନ୍ନ ପ୍ରକାର କଏଲ ବ୍ୟବହାର କରୁ।କିନ୍ତୁ ଅଜାଣତରେ ଆମେ ଏହା ଭୁଲି ଯାଉକି ଏହିସବୁ ଜିନିଷ କେତେ କ୍ଷତିକାରକ ଓ ବିଷାକ୍ତ ଅଟେ।ଏଥିରେ ଲେଖା ମଧ୍ୟ ହୋଇଥାଏ କି ଏହାକୁ ପିଲାଙ୍କ ପାଖରୁ ଦୂରରେ ରଖନ୍ତୁ।ଏବଂ ଆମେ ଏହାକୁ ହିଁ ପିଲାଙ୍କ ପାଖରେ ରଖିଥାଉ।ଏହାର ଧୂଆଁ ବହୁତ ବିଷାକ୍ତ ହୋଇଥାଏ ଏବଂ ଏହା ପିଲାଙ୍କ ଛାତିରେ ପ୍ରଭାବ ପକାଇଥାଏ ଓ ଫୁସଫୁସକୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ।

ଏଥିପାଇଁ ବାହାରର କେତେ ଦେଶମାନଙ୍କରେ ଏହାକୁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର ନିଷେଧ କରିଦିଆଯାଇଛି।ଆଜିର ଉପାୟ ପାଇଁ ଆପଣଙ୍କୁ ଏହାର ଏକ ପୁରୁଣା ରିଫିଲ ଆବଶ୍ୟକ ଯାହା ଆପଣଙ୍କ ପାଖରେ ଥିବ।ଏବଂ ସେଥିରେ ଆମେ ଏକ ଏପରି ପ୍ରାକୃତିକ ଔଷଧ ବ୍ୟବହାର କରିବା ଯାହା ଆପଣଙ୍କ ପିଲାଙ୍କୁ ମଶା ମାନଙ୍କ ଠାରୁ ବଞ୍ଚେଇବ ଏହାସହିତ କଏଲରୁ ନିର୍ଗତ ହେଉଥିବା ରସାୟନିକ ପଦାର୍ଥ ଓ ଧୂଆଁ କବଳରୁ ରକ୍ଷା କରିବ।ତେବେ ଆସନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବା ସେହି ବିଷୟରେ ଆଲୋଚନା କରିବା।

ଏହାକୁ କରିବା ପାଇଁ ପ୍ରଥମେ ଆପଣ ନିମ୍ବର ପତ୍ର ନିଅନ୍ତୁ।ପୂର୍ବରୁ ନିମ୍ବର ପତ୍ର ଜଳାଇ ଏଥିରୁ ମିଳୁଥିବା ଧୂଆଁ ଦ୍ଵାରା ମଶା ମାନଙ୍କୁ ଘଉଡ଼ାଉ ଥିଲେ।କିନ୍ତୁ ପିଲାଙ୍କ ପାଖରେ ଏହାକୁ ଜଳାଇଲେ ତାଙ୍କ ଉପରେ ଖରାପ ପ୍ରଭାବ ପଡିପାରେ।ଏଥିପାଇଁ ଆପଣ ନିମ୍ବର ପତ୍ରକୁ ସଫା କରି ଗୋଟି ଗୋଟି କରି ଏକ ପାତ୍ରରେ ରଖି ଦିଅନ୍ତୁ।ଏବେ ଆମେ ଯାହା ବ୍ୟବହାର କରିବା ତାହା ହେଉଛି ସୋରିଷ ତେଲ।ଏକ ପାତ୍ରରେ ସୋରିଷ ତେଲ ନେଇ ଏହାକୁ ଧିମା ଆଞ୍ଚରେ ଗରମ କରନ୍ତୁ।ଯେବେ ଏହି ତେଲ ଗରମ ହୋଇଯିବ ଆମେ ଏଥିରେ ରଖାଯାଇଥିବା ନିମ୍ବ ପତ୍ର ପକାଇଦେବା।

ଏହା ପରେ ଏହି ତେଲକୁ ଭଲ ଭାବରେ ଫୁଟାଇବା।ଏହାକୁ ଆପଣ ଚାରିରୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଗରମ କରନ୍ତୁ ଏବଂ ଏହାକୁ ଗୋଳାଇ ଗୋଳାଇ ଗରମ କରିବାର ଅଛି ଏବଂ ଯେବେ ଏହା ପ୍ରସ୍ତୁତ ହୋଇଯିବ ତେବେ ଆପଣ ଦେଖିବେ ନିମ୍ବ ପତ୍ର ସମ୍ପୂର୍ଣ୍ଣ ଭାବେ ଫୁଟି ଯାଇଛି ଓ ଏହାର ରଙ୍ଗ ମଧ୍ୟ ବଦଳି ଯାଇଛି।ଏବେ ଆପଣ ଏହି ପ୍ରସ୍ତୁତ ହୋଇଥିବା ତେଲକୁ ଏହି ନିମ୍ବ ପତ୍ର ପଡିଥିବା ତେଲରେ ମିଶ୍ରଣରୁ ଭଲ ଭାବରେ ଏକ ଛଣା ସାହାଯ୍ୟରେ ଛାଣି ଦିଅନ୍ତୁ।

ଏବେ ଏଥିରେ ଯେଉଁ ଜିନିଷ ଆପଣଙ୍କୁ ଆବଶ୍ୟକ ପଡିବ ତାହା ହେଉଛି କର୍ପୁର।କର୍ପୁର ଏବେ ନୁହେଁ ବରଂ ପୁରୁଣା କାଳରୁ ମଶା ଘଉଡାଇବା ପାଇଁ ବ୍ୟବହାର କରାଯାଇ ଆସୁଛି।ତେବେ ସେଥିପାଇଁ ଆମେ ଏଥିରେ କର୍ପୁରର ବ୍ୟବହାର କରିବା ଏହା ଦ୍ଵାରା ଆପଣଙ୍କୁ ଭଲ ଲାଭ ମିଳିବ।ପୂଜାରେ ବ୍ୟବହାର କରାଯାଉ ଥିବା କର୍ପୁର ହିଁ ଆମେ ବ୍ୟବହାର କରିବା।ତେବେ ଆପଣ ଏହାକୁ ବଜାରରୁ କିଣି ଆଣି ପାରନ୍ତି।

ଏହାର କେବଳ ଦୁଇରୁ ଚାରିଟି ଗୁଳି ହିଁ ନିଅନ୍ତୁ।ଏହାକୁ ଭଲ ଭାବରେ ଗୁଣ୍ଡ କରି ନେବା।ଓ ଏହି ତେଲରେ ପକାଇ ଦେବା।ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏକ ଚାମଚର ସାହାଯ୍ୟରେ।ଏହା ଆପଣଙ୍କୁ ଏତେ ଶସ୍ତା ପଡିବ କି ଆପଣ ଏହାକୁ ଦିନସାରା ଜଳାଇ ପାରିବେ।ଏହାକୁ ନିଜ ରିଫିଲରେ ପୁରାଇ ବ୍ୟବହାର କରନ୍ତୁ।ଏହାଦ୍ଵାରା ଆପଣ ନିଜ ପରିବାର ,ପ୍ରିୟଜନ ଓ ଖାସକରି ନିଜ ପିଲା ମାନଙ୍କୁ ମଶା କବଳରୁ ରକ୍ଷା କରି ପାରିବେ

Leave a Reply

Your email address will not be published. Required fields are marked *