ନିଜ ତକିଆ ତଳେ ଏହି ଗୋଟିଏ ଜିନିଷ ରଖିବା ଦ୍ଵାରା ଆପଣଙ୍କ ଦାରିଦ୍ର୍ୟତା ହେବ ଦୂର…
ନମସ୍କାର ବନ୍ଧୁଗଣ,ଶୋଇବା ସମୟରେ ନିଜ ତକିଆ ପାଖରେ କିମ୍ବା ତକିଆ ତଳେ ଏହି ଜିନିଷ ରଖିବା ଦ୍ଵାରା ବ୍ୟକ୍ତି ନିଜ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଅନୁଭବ କରେ।ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଜିନିଷ ମନୁଷ୍ୟର ଜୀବନରେ ବହୁତ ହିଁ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଏ।ଏହା ସହିତ ଏସବୁ ତାର ଆର୍ଥିକ ସ୍ଥିତିକୁ ସୁଦୃଢ ମଧ୍ୟ କରି ଥାଏ।ଏବଂ ବାସ୍ତୁ ଶାସ୍ତ୍ରରେ ଏପରି ଅନେକ ମହତ୍ୱପୂର୍ଣ୍ଣ ଉପାୟ କୁହାଯାଇଛି।ଯାହା ଘର ଭିତରେ ଥିବା ନକରାତ୍ମକ ଶକ୍ତିକୁ ନଷ୍ଟ ଓ ସକାରାତ୍ମକ ଶକ୍ତିକୁ ବଢ଼ାଇ ଥାଏ।ଯାହା ଫଳରେ ମନୁଷ୍ୟ ଜୀବନରୁ ଦୁଃଖ, ଦାରିଦ୍ର୍ୟତା ଶେଷ ହୋଇ ଯାଏ।ଏବଂ ମନୁଷ୍ୟର ଉନ୍ନତି ହେଉ।
ରାତ୍ରି ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ବହୁତ ଅଧିକ ବଢିଯାଏ।ଏବଂ ଏହାର ପ୍ରଭାବ ଆମ ଉପରେ ମଧ୍ୟ ପଡି ଥାଏ।ଏଥିପାଇଁ ଯେବେବି ଆମେ ଶୋଇ ଥାଉ ତେବେ ଆମକୁ ନିଜ ପାଖରେ କିଛି ଏପରି ଜିନିଷ ରଖିବା ଆବଶ୍ୟକ ଓ ନିହାତି ଜରୁରୀ ଅଟେ।ଯାହା ଏଭଳି ନକରାତ୍ମକ ଓ ଖରାପ ଶକ୍ତିକୁ ଆମ ପାଖରୁ ଦୂରରେ ରଖିବ।ଏବଂ ଆମେ ଶାନ୍ତିରେ ଶୋଇ ପାରିବା।କେତେଥର ଆମକୁ ନିଦରେ ଖରାପ ସ୍ୱପ୍ନ ଆସିଥାଏ।ସ୍ୱପ୍ନରେ ଆମେ କାହାର ମୃତ୍ୟୁ ଦେଖି ନେଇଥାଉ କିମ୍ବା କିଛି ଅଘଟଣ ଦେଖିଥାଉ।ଏହା ନକରାତ୍ମକ ଶକ୍ତି ଯୋଗୁ ଆସେ।
ଯାହାର ପ୍ରଭାବ ଆମ ଜୀବନରେ ମଧ୍ୟ ପଡିଥାଏ।ଏଥିପାଇଁ ଆପଣଙ୍କୁ ମଧ୍ୟ ଶୋଇବା ସମୟରେ କିଛି ଜିନିଷ ନିଜ ପାଖରେ ରଖିବା ଜରୁରୀ ଅଟେ।ଏହି ଜିନିଷରୁ ଆସୁଥିବା ସକାରାତ୍ମକ ଶକ୍ତି ଆମକୁ ଖରାପ ଶକ୍ତି କବଳରୁ ରକ୍ଷା କରେ।ଏହାକୁ ନିଜ ପାଖରେ ରଖିବା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ପରିବର୍ତ୍ତନ ହୋଇପାରେ।କିନ୍ତୁ କିଛି ଏପରି ଜିନିଷ ଅଛି ଯାହାକୁ ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହଁ।
ଏହାର ଖରାପ ପ୍ରଭାବ ଆମ ଉପରେ ପଡିପାରେ।ଆସନ୍ତୁ ଜାଣିବା କେଉଁ ଜିନିଷକୁ ଆମ ପାଖରେ ତକିଆ ତଳେ ରଖିବା ଉଚିତ।
ସବୁଠୁ ପ୍ରଥମ ଜିନିଷ ହନୁମାନ ଚାଳିସା।ହନୁମାନ ଚାଳିସାର ମହିମା ଦ୍ଵାରା ଆପଣ ପରିଚିତ।ଯେବେବି ଆମର ସାମ୍ନା ଖରାପ ଶକ୍ତି ସହ ହୁଏ ତେବେ ଆମେ ହନୁମାନ ଚାଳିସାର ପାଠ କରି ନିଜର ରକ୍ଷା କରିପାରିବା।ଏହାକୁ ରଖିବା ଦ୍ଵାରା ବ୍ୟକ୍ତିର ମନ ଭୟାବିତ ହୁଏନାହିଁ।ଏବଂ ଖରାପ ସ୍ୱପ୍ନ ଆସେ ନାହିଁ।
ଦ୍ୱିତୀୟ ଜିନିଷ ହେଉଛି ଶୋଇବା ସମୟରେ ମୂଳା ରଖି ଶୁଅନ୍ତି।ଏବଂ ସକାଳୁ ଉଠି ସେହି ମୂଳାକୁ ଶିବଙ୍କ ଲିଙ୍ଗରେ ଅର୍ପଣ କରନ୍ତି ତେବେ ଆପଣଙ୍କ ଉପରେ ରାହୁ ଗ୍ରହର ପ୍ରଭାବ କେବେବି ପଡେ ନାହିଁ।ଏବଂ ଆପଣ ମାନସିକ ସମସ୍ୟା କବଳରୁ ମୁକ୍ତି ପାଇଥାନ୍ତି।ଏହା ଯୋଗୁଁ ଉତ୍ପନ୍ନ ହୋଇଥିବା ଆର୍ଥିକ ସମସ୍ୟା ମଧ୍ୟ ସମାପ୍ତ ହୋଇଯାଏ।
ତୃତୀୟ ଜିନିଷ ହେଉଛି ଲୁହର ବସ୍ତୁ।ଆପଣ ଜାଣିଥିବେ କି ଲୁହା ନକରାତ୍ମକ ଶକ୍ତିକୁ ଘରଠାରୁ ଦୂରରେ ରଖେ।ଏଥିପ୍ରତି ଘରର ବାହାରରେ ଲୁହାର ଗେଟ କିମ୍ବା ଲୁହାର ଜିନିଷ ରଖାଯାଏ।ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ଲୁହାର କୌଣସି ଜିନିଷ ରଖିବା ଦ୍ଵାରା ନକରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଆସେ ନାହିଁ।ଆପଣ ଦେଖିଥିବେ କି ଛୋଟ ପିଲାଙ୍କୁ ନକରାତ୍ମକ ଶକ୍ତିରୁ ବଞ୍ଚାଇବା ପାଇଁ ତାର ତକିଆ ତଳେ ଲୁହାର ବସ୍ତୁ ରଖିଦିଅନ୍ତି।
ଚର୍ତୁଥ ଜିନିଷ ହେଉଛି କଳାରଙ୍ଗର ବସ୍ତୁ।କଳାରଙ୍ଗ ନକରାତ୍ମକ ଶକ୍ତିକୁ ଗ୍ରହଣ କରିନିଏ।ଏବଂ ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିବାକୁ ଦିଏନାହିଁ।ଏଥିପାଇଁ ଆପଣ ଶୋଇବା ସମୟରେ ନିଜ ତକିଆ ତଳେ କଳାରଙ୍ଗର କପଡ଼ା କିମ୍ବା କାଜଲର ଡବା ରଖନ୍ତୁ।ଧନ୍ୟବାଦ।