ଆସନ୍ତୁ ଜାଣିବା ସମ୍ପର୍କର ଏକ ସୁନ୍ଦର ମୋଡ ସମ୍ପର୍କରେ – ସତ୍ୟ ଭଲପାଇବାର ଏକ ନିଦାନ ଓଡ଼ିଆରେ – ସମସ୍ତେ ଏହା କୁ ଶୁଣିବା ଉଚିତ..
ଏହି ଭିଡ଼ିଓଟି ଆଜି ସସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।ଏହି ଭିଡ଼ିଓକୁ ଛୋଟ ପିଲା,ମଧ୍ୟ ବୟସ୍କ,ଓ ପରିପକ୍ଵ ଅବସ୍ଥାରେ ଥିବା ଦମ୍ପତିଙ୍କ ଦେଖିବା ବହୁତ ଉଚିତ।କଥା ହଉଛି ଦୁନିଆରେ ସମସ୍ତେ ଦିନେନଦିନେ ଭଲ ପାଇବେ ସେ ବୃଦ୍ଧ ହୁଅନ୍ତୁ ବା ଯବାନ।ଭଲ ପାଇବାକୁ ଆମେ କେଉଁ ନଜରରେ ଦେଖିବା ଉଚିତ ତାହା ଆଜି ଆମେ ଏହି ଭିଡ଼ିଓ ରେ ଦେଖିବା ।ଯେତେବେଳେ ଆପଣ ପରିପକ୍ଵ ଅବସ୍ଥାରେ ଥାନ୍ତି ଆପଣ ମଧ୍ୟ ନିଜ ସ୍ତ୍ରୀ କୁ ଦିନେ ଭଲ ପାଉଥିଲେ।ଆଜିର ଯେଉଁ ଯବାନ ପିଲା ପ୍ରେମ ସମ୍ପର୍କ ଗଢୁଛନ୍ତି ସେମାନେ ଭାବୁଛନ୍ତି କି ସେମାନେ ହି ଠିକ ପ୍ରେମ କରୁଛନ୍ତି ,ଆଉ ମଧ୍ୟ ବୟସ୍କ ବ୍ୟକ୍ତି ମନେ ସଚ୍ଚା ପ୍ରେମ କରୁନାହାନ୍ତି।
ଅର୍ଥାତ ପ୍ରେମର ଅର୍ଥ କଣ ଅଟେ।ଆଜିକାଲି କା ପିଲାମାନେ ପ୍ରେମକୁ ଏକ ଛୋଟ ଅକ୍ଷର ରୂପେ ଗ୍ରହଣ କରିଆସୁଛନ୍ତି।ସେମାନେ ଭାବୁଛନ୍ତି କି ସ୍ୱାମୀ,ସ୍ତ୍ରୀ ଓ ପୁଅ ,ଝିଅ ମଧ୍ୟ ରେ ଥିବା ଆକର୍ଷଣ ହି ହଉଛି ପ୍ରେମ।ଏହି ଭିଡ଼ିଓରେ କିଛି କାହାଣୀ ମଧ୍ୟ ରେ ଆମେ ପ୍ରେମ କଣ ତାହା ଉପରେ ଆଲୋଚନା କରିବା।
କିଛିଦିନ ତଳେ ଆମେ ହେଲଥକ୍ଲବକୁ କିଛି ସ୍ୱାମୀ ସ୍ତ୍ରୀଙ୍କୁ ଡକାଇଥିଲୁ।ସେଠାରେ ଆମର ଚେଷ୍ଟା ସବୁବେଳେ ରହେ କି ପ୍ରତି ଦମ୍ପତିଙ୍କ ସ୍ୱାସ୍ଥ୍ୟ ଠିକ ରହୁ ,ସମସ୍ତେ ନିରୋଗ ରୁହନ୍ତୁ।ସେହି ଦମ୍ପତିଙ୍କ ମଧ୍ୟରୁ କେତେଜଣ ଥିଲେ ନବ ବିବାହିତା ଆଉ କିଛିଥିଲେ ମଧ୍ୟ ବୟସ୍କ ଓ ଆଉ କିଛିଥିଲେ ପ୍ରାପ୍ତ ବୟସ୍କ।
ସେଥିରୁ ଆମେ ଲକ୍ଷ କଲୁ କି ଯୋଉ ନବଦମ୍ପତି ଆସିଥିଲେ ସେମାନେ ଭାବୁଥିଲେ ଆମେ ନିଜ ଭିତରେ ଯେତେ ଭଲ ପାଉଛନ୍ତି ତାହା ପ୍ରାପ୍ତବୟସ୍କ ଲୋକମାନଙ୍କ ପାଖରେ ନାହିଁ। ଏହି ସମୟ ରେ ମତେ କିଛି ଲୋକ ପଚାରିଲେ କି ମିଶ୍ର ବାବୁ ଆପଣତ ଭଲ ପାଇଛନ୍ତି ଆପଣ ଏହା ଉପରେ କିଛି କୁହନ୍ତୁ।ମୁ ସେଦିନ ଯାହା କହିଥିଲି ତାହା ଏହି ଭିଡ଼ିଓର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହବାକୁ ଯାଉଛି ଦୟାକରି ଠିକସେ ଶୁଣନ୍ତୁ। ସେହି ସମୟରେ ମୁ ଏକ କାହାଣୀ ସେମାନଙ୍କୁ ଶୁଣାଇଥିଲି।ଆସନ୍ତୁ ସେ କାହାଣୀ ବିଷୟରେ ଜାଣିବା।
ଗୋଟେ କଲେଜରେ ଥରେ ଏକ ଯୁବକ ପାଠ ପଢିବାକୁ ଯାଇଥିଲେ।ସେଠାରେ ସେ ଏକ ଯୁବତୀଙ୍କୁ ଭଲପାଇ ବସିଲେ ।ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଆକର୍ଷଣ ଆହୁରି ଅଧିକ ବଢିବାକୁ ଲାଗିଲା।ଏହିପରି ଭାବରେ ସେମାନେ ସ୍ଥିର କଲେ ଯେ ସେମାନେ ବିବାହ କରିବେ।
ସେମାନେ ମଧ୍ୟ ବିବାହ କରିଦେଲେ।ବିବାହ ର କିଛି ବର୍ଷ ପରେ ସେମାନଙ୍କ ର କିଛି ପିଲା ମଧ୍ୟ ହେଲେ। ଏହି ସମୟରେ ସେମାନେ ନିଜ ନିଜ କାମରେ ଵ୍ୟସ୍ତ ରହିଲେ।ଏହାପରେ କିଛି ମାସ ଗଲାପରେ ସ୍ତ୍ରୀ ଲୋକ ଜଣଙ୍କ ରୂପରେ ନିମ୍ନତା ଆସିଲା।ଏହାର ଅର୍ଥ ସେ ତାଙ୍କ ରୂପରେ କିଛି ପରିମାଣ ରେ ମଳିନ ଦେଖାଗଲେ।ଏହାପରେ ସେମାନଙ୍କ ମଧ୍ୟ ରେ ଝଗଡା ହେଲା ଓ ତାଙ୍କ ମଧ୍ୟ ରେ ଆକର୍ଷଣ ଥିରେ ଥିରେ କମିବାକୁ ଲାଗିଲା।ସେମାନେ ନିଷ୍ପତ୍ତି ନେଲେ ଅଲଗା ରହିବାପାଇ।ସେଠୁ ସ୍ତ୍ରୀ ଜଣଙ୍କ ନିଜ ପିଲାଙ୍କୁ ନେଇ ବାପଘରକୁ ଚାଲିଆସିଲେ।କିନ୍ତୁ ପୁରୁଷ ଜଣଙ୍କ ଅଲଗା ଏକ ସୁନ୍ଦରୀ ଯୁବତୀଙ୍କୁ ଭଲପାଇ ବସିଲେ।
ସେହି ଯୁବତୀ ପଛରେ ସେ ବହୁତ ପଇସା ଲଗାଇଲେ।କେତେବେଳେ ସପିଂ କଲେ ତା ପୁଣି କେତେବେଳେ ହୋଟେଲରେ ସମୟ ବିତାଇଲେ।ଏହିପରି ଭାବରେ ସେ ନିଜର ଅଧା ରୁ ଅଧିକ ସମ୍ପତ୍ତି ସେଇ ଝିଅ ପଛରେ ଉଡାଇଦେଲେ।ଏହିପରି ଭାବରେ ଦିନେ ସେ ଯୁବକ ଜଣଙ୍କ ସେ ଝିଅଟି କୁ ବିବାହର ପ୍ରସ୍ତାବ ଦେଲେ ତ ତାପରେ ସେ ଝିଅଟି ତାଙ୍କୁ ବିବାହ କରିବା ପାଇଁ ମନାକରିଦେଲେ।ସେ କହିଲେ ଯଦି ତୁମେ ତୁମ ପ୍ରଥମ ସ୍ତ୍ରୀ କୁ ଛାଡିପାରିଲ ତ ମତେ ବ ତୁମେ କେତେବେଳେ ବ୍ୟବହାର କରିକି ଛାଡିପାର।ଏତିକି କହିକି ସେ ଯୁବତୀ ଜଣଙ୍କ ଚାଲିଗଲେ।ତାପରେ ବାବୁଙ୍କୁ ସବୁକିଛି ଅନ୍ଧାର ଦିଶିଲା।ଆଉ ସେତେବେଳେ ଗୋଟିଏ ଚେହେରା ଆଗକୁ ଆସିଲେ ସେ ହେଉଛି ତାଙ୍କ ପ୍ରଥମ ସ୍ତ୍ରୀଙ୍କର।ତାପରେ ଅମିଟି ଦିନେ ସନ୍ଧ୍ୟାବେଳେ ସେ ଯାଇ ପହଁଚିଲେ ନିଜ ପ୍ରଥମ ସ୍ତ୍ରୀ ଘରେ।
ତାପରେ ସେ ସ୍ତ୍ରୀ ଜଣଙ୍କ ବାହାରକୁ ଆସି ଦେଖି ଖୁସିହେଲେ ଓ ସେ ଯେତେବେଳେ ଜାଣିବାକୁ ପାଇଲେ କି ବାବୁ ଆସିଛନ୍ତି ତାଙ୍କୁ ନେବାପାଇଁ ତ ସେ ମନକଲେ କହିଲେ ତମେ ଯେତେବେଳେ ସେ ଯୁବତୀ ସହ ସୁଖ ସମୟ ବିତାଉଥିଲ ସେତେବେଳେ ମୁଁ ମୋ ଦୁଇ ପିଲାଙ୍କ ପେଟ ପୋଷିବାପାଇଁ ଘର ଘର ବୁଲୁଥିଲି।ଏହିପରି କହିବା ପରେ ସେ କହିଲେକି ସେ ଆଉଜନେ ପୁରୁଷଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯିଏକି ତାଙ୍କ ଶରୀରକୁ ନୁହଁ ବରଂ ତାଙ୍କ ହୃଦୟ କୁ ଭଲ ପାଉଛି।ଏତିକି ଜାଣିବାପରେ ବାବୁ ଜଣଙ୍କ ସେଠାରୁ ଚାଲିଆସିଲେ।
ଏଥିରୁ ଗୋଟେ କଥା ସତ ହେଉଛିକି ପ୍ରେମତ ସମସ୍ତେ କରିବେ କିନ୍ତୁ ଯେତେବେଳେ ଶରୀରର ଆକର୍ଷଣ କମିବ ସେହି ସମୟରେ କେଉଁମନେ ପ୍ରେମ କରୁଛନ୍ତି ଓ କିପରି କରୁଛନ୍ତି ତାହାହିଁ ହେଉଛି ସତ୍ୟପ୍ରେମ।
ଯେତେବେଳେ ଆପଣ ସତ୍ୟଭଲ ପାଇବା ନିଜ ସ୍ତ୍ରୀ କୁ କରିବେ ସେତେବେଳେ ଆପଣ ତା ଆଖିରେ ହି ଦୁନିଆର ସବୁ ସୁଖକୁ ପାଇପାରିବେ।ଦୁନିଆର କୌଣସି ଜିନିଷ ଆପଣଙ୍କୁ ଖରାପ ଲାଗିବନାହିଁ।ସେଥିପାଇଁ ପ୍ରେମ ଅର୍ଥ ହେଉଛି ଶ୍ରେଷ୍ଠ।