ଆରଓ ଓ ବୋତଲରେ ପାଣି ପିଉଥିବ ଲୋକ ଏହି ଆର୍ଟିକିଲକୁ ନିଶ୍ଚିତ ପଢନ୍ତୁ – କଣ ଅସୁବିଧା ହୁଏ ଜାଣିରଖନ୍ତୁ..

ଜଳ ଆମ ଜୀବନରେ ସବୁଠାରୁ ଅଧିକ ଗୁରୁତ୍ୱ ଲାଭ କରେ।ଜଳ ବିନା ସମସ୍ତେ ଅଧୁରା।ଦୁନିଆର ପ୍ରାଣୀ ଜଗତ ଆଜି ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭର ଅଟନ୍ତି।ବନ୍ଧୁମାନେ ଆପଣ ଜାଣନ୍ତି ଜଳ ହିଁ ଜୀବନ କିନ୍ତୁ ଏହି ଜଳ ଯେତେବେଳେ ଏକ ସମ୍ପୂର୍ଣ୍ଣ ନୂଆ ବୋତଲରେ ଭରାଯାଇ ୧୦୦ଗୁଣା ଅଧିକ ଦରରେ ବିକ୍ରି କରାଯାଏ ତାହା କିଛି ସମୟରେ ଆମ ଶରୀର ପ୍ରତି କ୍ଷତିକାରକ ହୋଇଥାଏ।ଯଦି ଆପଣ ଆରଓ ବା ବୋତଲରେ ଥିବା ପାଣି ପିବାକୁ ପସନ୍ଦ କରନ୍ତି ତେବେ ଏହି ଭିଡ଼ିଓକୁ ନିଶ୍ଚିତ ଦେଖନ୍ତୁ।ନିଜ ଘରଠାରୁ ନେଇକି ହୋଟେଲ ଯାଏ ସବୁଠି ଏଇ ଆରଓ ପାଣି ପିବା ପାଇଁ ରଖାଯାଇଥାଏ।ଲୋକମାନେ ଭାବନ୍ତି ସାଧାରଣ ଜଳ ତୁଳନାରେ ଟିକେ ମିଠା ପାଣି ଆମ ଦେହ ପାଇଁ ବହୁତ ଭଲ ହୋଇଥାଏ ଓ ଆଉ କେତେଜଣ ଏହା ଭୁଲ ବୋଲି ଜାଣି ମଧ୍ୟ ନିଜ ଘରେ ଏହି ଆରଓକୁ ଲଗେଇଥାନ୍ତି।
ପାଣିର ଗୁଣବତ୍ତାକୁ ଟିଦିଏସ ଦ୍ୱାରା ମପାଯାଏ।ଯେଉଁ ଜଳର ଟିଦିଏସ ୨୫୦ରୁ ୩୫୦ ଯାଏ ରହିଥାଏ ତାହେଲେ ଏହି ପାଣିକୁ ସବୁଠାରୁ ଭଲ ବୋଲି ଜଣାଯାଏ।୨୦୦ରୁ ୪୦୦ କିଛି ଖରାପ ବି ହୋଇନଥାଏ।ଟିଦିଏସ ଜଳରେ କେତେ ପ୍ରତିଶତ ମିନେରଲ ଅଛି ତାହା ଜାଣିବାପାଇ ବ୍ୟବହୃତ ହୁଏ।
ଆରଓରେ ଟିଦିଏସ ର ମାତ୍ର ବହୁତ କମ ହୋଇଥାଏ।କିଛି ଲୋକମାନେ ଏହାକୁ ଆହୁରି କମ ରଖିଥାନ୍ତି।ଯେତେବେଳେ ଏହାର ଟି ଦି ଏସ ୧୫୦ରୁ କମ ରହିଥାଏ ତାହେଲେ ସେଥିରେ ମିନେରଲସର ମାତ୍ର କମିଯାଇଥାଏ।ସାଧାରଣତଃ ମିଠା ପାଣିର ଟିଦିଏସ ବହୁତ କମ ହୋଇଥାଏ ତାହା ୧୦୦ରୁ କମ ରହିଥାଏ।ଯାହା ଆମ ହୃଦୟ ପାଇଁ କ୍ଷତିକାରକ ଅଟେ।ଏହାଦ୍ବାରା ହର୍ଟଅଟକ ଆସିଥାଏ।ଏହା ଆମ ଶରୀରର ହରମୋନ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ।
ପାଣି ଯେତେବେଳେ ଆରଓ ଦ୍ୱାରା ଫିଲଟର ହୋଇ ଆସିଥାଏ ସେତେବେଳେ ତାହାର ଗୁଣବତ୍ତା ମନେ ମିନେରଲସ ବହୁତ ନଷ୍ଟ ହୋଇଯାଏ ଆଉ ଯେତେବେଳେ ପାଣିକୁ ରିବର୍ସ ଅସମସିସ ପ୍ରକ୍ରିୟା ଦ୍ୱାରା ବୋତଲରେ ରଖାଯାଏ ସେତେବେଳେ ପାଣି ତାର ଗୁଣବତ୍ତା ସମ୍ପୂର୍ଣ ଭାବେ ନଷ୍ଟ କରିଦିଏ।ଏହାପରେ କିଛି ବି ମିନେରଲସ ସେଥିରେ ମିଳେନାହିଁ କିନ୍ତୁ ଆମ ଦେଶରେ ମିଳୁଥିବ ପାଣି ବୋତଲରେ ଆଗରୁ ମିନେରଲସ ୱାଟର ବୋଲି ଲେଖାଯାଉଥିଲା ତାହା ପୁଣି କାଳକ୍ରମେ ବଦଳିଗଲା।କଣ ଆପଣ ଜାଣିଛନ୍ତି କି ସାଧାରଣ ପାଣିରେ ମାଗ୍ନେସିଉମ,ଅଇରନ,କାଲସିଉମ ଭଳି ଜିନିଷ ରହିଥାଏ।ଯାହା ଆମ ଶରୀରର ଦେହ ପେଟ ଓ ମୁଣ୍ଡ ପାଇଁ ବହୁତ ଜରୁରୀ ହୋଇଥାଏ।ଏହିସବୁ ଦ୍ୱାରା ଆମ ଶରୀରରେ ସବୁ ପ୍ରକ୍ରିୟାର ସନ୍ତୁଳନ ଭଲଭାବେ ରହିଥାଏ।
ଆମ ସମାଜରେ ପ୍ଲାଷ୍ଟିକକୁ ବହୁତ ଅଦରକାରୀ କହି ଆମେ ଫିଙ୍ଗିଦିଆନ୍ତି।ଯାହାକୁ ମାଟିରେ ମିଶିବାପାଇ ୫୦୦ରୁ ଅଧିକ ବର୍ଷ ଦରକାର ହୋଇଥାଏ।ସେହିଭଳି ଭାବରେ ଯେତେବେଳେ ପାଣି ବୋତଲରେ ଭରାଯାଇଥାଏ ସେହି ସମୟରେ ଖରା କିରଣ ପଡି ସେଥିରେ ଥିବା ପାଣିରେ କିଛି ମାତ୍ରାରେ ପ୍ଲାଷ୍ଟିକ ମିଶିଯାଇଥାଏ।
ଯାହାଦ୍ୱାରା ଆମ ଶରୀରରେ କନ୍ସର ବା କିଡନୀ ଫେଲ ହେବ ଭଳି ସମସ୍ୟା ଦେଖାଯାଏ।ବୋତଳରେ ୨ପ୍ରକାରର କେମିକାଲ ଦେଖାଯାଇଥାଏ।ଯାହାକୁ ଆମେ କ୍ଲୋରେତ ଓ କ୍ଲୋରାଇଟ ବୋଲି କହିଥାଉ।ଏହିସବୁ କେମିକାଲ ସାଧାରଣ ପାଣିରେ ନଥାଏ କିନ୍ତୁ ବୋତଲ ପାଣିରେ ଏହା କିଛି ପରିମାଣରେ ରହିଥାଏ।ଯାହାକୁ ପିବା ଦ୍ୱାରା ଆମର ବାଳ ଝରିପଡ଼େ,ପେଟରେ ସମସ୍ୟା ଦେଖାଯାଏ,ମୁହଁରେ ଯାକ ପଡେ,ଦାନ୍ତ ମଇଳା ଦେଖାଯାଏ।ଏହିଭଳି ସମସ୍ୟା ଦେଖାଯାଏ।
ଏଥିରୁ ରକ୍ଷା ପାଇବାପାଇଁ ନିଜ ଘରେଥିବା ଆରଓର ଟିଦିଏସକୁ ୨୫୦ରୁ ୩୫୦ ମଧ୍ୟରେ ରଖନ୍ତୁ।ପାଣିକୁ ଫିଲଟର କରିବାପରେ ତାକୁ ଏକ ତମ୍ଭା ପତ୍ରରେ ରଖନ୍ତୁ ଓ ସେହି ତମ୍ଭା ପତ୍ରରୁ ହି ସେହି ଜଳକୁ ପିଅନ୍ତୁ।ଏହାପରେ ଆପଣ ବୋତଲରୁ ପାଣି ପିଅନ୍ତୁ ନାହିଁ ବରଂ ଆପଣ ପାଣି ପିବାପାଇ କାଚ ଗ୍ଲାସ,କିଛି ଷ୍ଟିଲ ପାତ୍ର ବ୍ୟବହାର କରନ୍ତୁ।ଏକ ମାଟି ପାତ୍ରର ଭଲ ଗୁଣ ହଉଛି ଯଦି ଆମେ ଏଥିରେ ଟି ଦି ଏସ କମ ଥିବା ପାଣିକୁ ରଖନ୍ତି ଏହା ସେଥିରେ ମିନେରଲସର ପରିମାଣକୁ ବଢ଼େଇଦେଇଥାଏ।