November 8, 2024

Odia Express

Leading Odia News Portal of Odisha

ଫଟା ଗୋଇଠିର ରାମବାଣ ଚିକିତ୍ସା – ଆଜି ଥରେ ବ୍ୟବହାର କରିଦେଖନ୍ତୁ ଆଉ ଜୀବନସାରା କେବେ ଗୋଇଠି ଫାଟିବା ନାହିଁ..

ସାଙ୍ଗ ମାନେ ଆଜି ମୁଁ ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛି ଯାହାଦ୍ଵାରା ଆପଣ ନିଜ ରୁକ୍ଷ ତ୍ଵଚା, ଫଟା ଗୋଇଠୀ ଆଦିର ଉପଚାର କରି ପାରିବେ।ଆପଣ ନିଜ ଘରେ ବସି ନିଜ ଫଟା ଗୋଡ଼ ସମସ୍ୟା ରୁ ମୁକ୍ତି ପାଇ ପାରିବେ।ଏହି ସବୁ ଉପାୟ ବିଷୟରେ ଆଜି ମୁଁ ଆପଣ ମାନଙ୍କୁ ପୁରା ବିଶ୍ଳେଷଣ କରିକି ବୁଝାଇ ଦେବି।ଯଦି ଆପଣ ବି ଏହି ସମସ୍ୟାରେ ପୀଡ଼ିତ ତ ଏହାକୁ ଭଲ ଭାବେ ପଢନ୍ତୁ।

ସର୍ବ ପ୍ରଥମେ କଥା ହେବା ନଡ଼ିଆ ତେଲ ବିଷୟରେ।ରାତିରେ ଶୋଇବା ସମୟରେ ଏକ ବଡ଼ ଚାମଚ୍ ନଡ଼ିଆ ତେଲ ଲଗାଇ ପାରିବେ।ଏହାକୁ ଆପଣ ହାଲକା ଗରମ ମଧ୍ୟ କରି ପାରିବେ।ଏହାକୁ ମସାଜ କରିବା ଦ୍ୱାରା ଆପଣଙ୍କ ଥକା ମଧ୍ୟ କମିଯିବ।ଏହା ପରେ ମୋଜା ପିନ୍ଧି କରି ସୋଇଯାନ୍ତୁ।ସକାଳୁ ଉଠିକରି ଗୋଡ଼ ପାଣିରେ ଧୋଇ ଦେବେ।ପାଖା ପାଖି ୧୦ ଦିନ ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଗୋଇଠି ନରମ ହୋଇଯିବ।ଧ୍ୟାନ ରଖିବେ ୧୦ ଦିନ ପରେ ଆପଣ ମୋଜା ପିନ୍ଧି ଶୋଇବେ ନାହିଁ।

ଦ୍ଵିତୀୟ ଉପାୟ ହେଉଛି ଗ୍ଲିସେରିନ ନହେଲେ ଗୁଲାବ ଜଳ।ଅଧିକ ଫାଟି ଥିବା ଗୋଡ଼ ପାଇଁ ଏହା ହେଉଛି ସର୍ବଶ୍ରେଷ୍ଠ ଉପାୟ।ଏହି ଦୁଇଟି ଯାକ ଜିନିଷ ଗୋଇଠିକୁ ନରମ କରିବାରେ ସହାୟକ ହେବ।ତିନି ଭାଗ ଗୁଲାବ ଜଳ ଓ ଏକ ଭାଗ ଗ୍ଲିସେରିନ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।ଏହାକୁ କିଛି ସମୟ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଅଳ୍ପ ଥଣ୍ଡା ପାଣିରେ ଧୋଇ ଦେବେ।କିଛି ଦିନ ପର୍ଯ୍ୟନ୍ତ ଏପରି କରିବା ଦ୍ଵାରା ଆପଣ ନିଜେ ଫରକ ଜାଣି ପାରିବେ।

ଏବେ କଥା ହେବା ଆମ ତୃତୀୟ ଉପାୟ ବିଷୟରେ।ଓଟ୍ ମିଲ ତ୍ଵଚାକୁ ନିଖାରିବା କାମ କରିଥାଏ।ଓ ଯୋଜୋବା ତେଲ ତ୍ଵଚା କୁ ଆଦ୍ରତା ପ୍ରଦାନ କରିଥାଏ।ଓଟ୍ ମିଲ ପାଉଡର ଓ ଯୋଜୋବା ତେଲକୁ ମିଶାଇ କରି ଏକ ଗାଢ଼ ପେଷ୍ଟ୍ କରନ୍ତୁ।ଏହାକୁ କିଛି ସମୟ ଯାଏ ପ୍ରଭାବିତ ଜାଗାରେ ଲଗାଇ ରଖନ୍ତୁ,ପରେ ଥଣ୍ଡା ପାଣିରେ ଧୋଇଦେବେ।

ଏବେ ଚତୁର୍ଥ ଉପାୟ ବିଷୟରେ କଥା ହେବା।ଅଧିକ ଗମ୍ଭୀର ସମସ୍ୟା ପାଇଁ ଏହା ବହୁତ୍ ଭଲ ଉପାୟ।ମହୁ ଏକ ଭଲ ଆୟର୍ବେଦିକ ଜିନିଷ ଅଟେ।ଏହା ଗୋଡ଼କୁ ହାଇଡ୍ରେଟ୍ ରଖିବା ସହ ତାଙ୍କ ପୋଷଣ ମଧ୍ୟ କରିଥାଏ।ପାଣିରେ କିଛି ମହୁ ପକାଇ କରି ଗୋଡ଼କୁ ସେଥିରେ ବୁଡାଇ ରଖନ୍ତୁ।ପ୍ରାୟ ୨୦ ମିନିଟ୍ ପରେ ଗୋଡ଼ କାଢି ଏକ ତଉଲିଆରେ ପୋଛିଦେବେ।ଆପଣଙ୍କ ଗୋଡ଼ କୋମଳ ରହିବ।

ଅଲିଭ ତେଲ ଫଟା ଗୋଡ଼ ପାଇଁ ଏକ ବହୁତ୍ ଭଲ ଉପାୟ।ହାତ ଉପରେ କିଛି ବୁନ୍ଦା ତେଲ ନେଇ ହାଲକା ହାତରେ ମସାଜ କରିବେ ଓ ଅଧ ଘଣ୍ଟା ଯାଏ ଗୋଡ଼କୁ ସେମିତି ଛାଡ଼ିଦେବେ।ଏହି ପ୍ରକ୍ରିୟା ସପ୍ତାହକୁ ଥରେ କରିବେ।

Leave a Reply

Your email address will not be published. Required fields are marked *