March 24, 2025

Odia Express

Leading Odia News Portal of Odisha

ପତି ସହ ଭୋଜନ କରୁଥିବା ପତ୍ନୀ ନିଶ୍ଚୟ ଏହି କଥା ପଢନ୍ତୁ – ଖାଇବା ସମୟରେ କୌଣସି ଲୋକ ଏହି କାମ କରନ୍ତୁ ନାହିଁ..

ସାଙ୍ଗ ମାନେ ମହାଭାରତରେ ଭୋଜନ ବିଷୟରେ ଅନେକ ନିୟମ ବିଷୟରେ କୁହାଯାଇଛି।ଯଦି କୌଣସି ମନୁଷ୍ୟ ଖାଇବା ସମୟରେ ଏହି ନିୟମ କୁ ପାଳନ କରେ ତେବେ ସେ ଆରୋଗ୍ୟ ହେବା ସହିତ ଯଶ ଓ ସୁଖ ମଧ୍ୟ ପାଇଥାଏ।ଏହି ନିୟମ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଠିକ୍ ଅଟେ।ଏହିପରି କରିବା ଦ୍ଵାରା ମନୁଷ୍ୟ ସବୁ ଦେବୀ ଦେବତା ମାନଙ୍କ ଆଶୀର୍ବାଦ ପାଇଥାଏ।ଆପଣ ମାନେ ମଧ୍ୟ ଏହି ନିୟମ କୁ ପାଳନ କରନ୍ତୁ।ଆପଣ ମାନେ ମଧ୍ୟ ଆରୋଗ୍ୟ ପ୍ରାପ୍ତି ସହ ଯଶ ଲାଭ କରିପାରିବେ।ଭୋଜନ କରିବା ସମୟରେ ଆପଣ ନିଜ ପାଞ୍ଚ ଆଙ୍ଗୁଳି,ଦୁଇ ହାତ,ଗୋଡ଼ ଓ ମୁଖ କୁ ଭଲ ଭାବେ ଧୋଇଦେବେ।ଆପଣ ଖାଇବା ସମୟରେ ଅନ୍ନ ଦେବତାଙ୍କ ସ୍ତୁତି କରିକି ଖାଇବେ।ଭୋଜନ ତିଆରି କରୁଥିବା ମହିଳା ମାନେ ଶୁଦ୍ଧ ଭାବେ ଗାଧୋଇ ମନ୍ତ୍ର ଜପ କରି ଭୋଜନ ପ୍ରସ୍ତୁତ କରିବେ।

ସବୁଠୁ ପ୍ରଥମେ ତିନିଟି ରୋଟି ଗୋଟିଏ କାଉ ପାଇଁ,ଗାଈ ପାଇଁ ଓ ଆଉ ଏକ କୁକୁର ପାଇଁ ଅଲଗା ରଖିକରୀ ଅଗ୍ନି ଦେବତାଙ୍କୁ ଭୋଗ ଲଗାଇ ସାରିବା ପରେ ଏକାଠି ସମସ୍ତେ ଖାଇବେ।ନିୟମ ଅନୁସାର ଅଲଗା ଅଲଗା ଭୋଜନ କରିବା ଦ୍ଵାରା ପରିବାର ସଦସ୍ୟ ମଧ୍ୟରେ ଏକତା ରୁହେ ନାହିଁ।ଭୋଜନ କରିବାର ସଠିକ୍ ସମୟ ହେଉଛି ପ୍ରାତଃ ଓ ସନ୍ଧ୍ୟା କାଳ।ଯେଉଁ ମାନେ ଗୋଟିଏ ଥର ଭୋଜନ କରନ୍ତି ସେମାନଙ୍କୁ ଯୋଗୀ କୁହାଯାଏ ଓ ଯେଉଁ ମାନେ ଦୁଇଥର ଭୋଜନ କରନ୍ତି ସେମାନଙ୍କୁ ଭୋଗୀ କୁହାଯାଏ।

ଭୋଜନ ସର୍ବଦା ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ଖାଇବା ଉଚିତ।ଦକ୍ଷିଣ ଦିଗରେ ଖାଉଥିବା ଭୋଜନ ପ୍ରେତ କୁ ପ୍ରାପ୍ତ ହୋଇଥାଏ।ପଶ୍ଚିମ ଦିଗରେ ଖାଉଥିବା ଭୋଜନ ରୋଗକୁ ନିମନ୍ତ୍ରଣ କରିଥାଏ।ଭୋଜନ କେବେ ବି ବିଛଣା ଉପରେ କିମ୍ବା ହାତରେ ଧରିକି କରିବା ଉଚିତ୍ ନୁହଁ।ଅଧିକ ଗହଳି ସ୍ଥାନରେ ମଧ୍ୟ ଭୋଜନ କରିବା ଅନୁଚିତ୍। ବର ଓ ଅଶ୍ୱତ୍ଥ ବୃକ୍ଷ ମୂଳରେ ମଧ୍ୟ ଭୋଜନ କରିବା ଅନୁଚିତ୍।

ଭୋଜନ ଅତି ରାଗ କି ଅତି ମିଠା ମଧ୍ୟ କରିବା ଅନୁଚିତ।କାହାର ଅଇଁଠା ଭୋଜନ କୁ ମଧ୍ୟ ଗ୍ରହଣ କରିବା ଅନୁଚିତ୍।ଖାଇବା ପାଖରୁ ଥରେ ଉଠିଗଲେ ଆଉଥରେ ଫେରି ଖାଇବା ଉଚିତ୍ ନୁହେଁ କି ପଶୁ ପକ୍ଷୀ ଙ୍କ ଦ୍ଵାରା ଛୁଆଁ ଯାଇଥିବା ଖାଦ୍ୟ ମଧ୍ୟ ଖାଇବା ଅନୁଚିତ୍।ଯଦି ଭୋଜନ ଥାଳିରେ କାହାର ଗୋଡ଼ ବାଜି ଯାଏ ତେବେ ସେ ଭୋଜନ ତ୍ୟାଗ କରିବା ଅନୁଚିତ।

ଭୋଜନ କରିବା ସମୟରେ ମୌନ ରହିବା ପାଇଁ ଚେଷ୍ଟା କରିବେ।ରାତ୍ରି ସମୟେ ଭରା ପେଟ ଖାଆନ୍ତୁ ନାହିଁ।ଭୋଜନକୁ ଅଧିକ ଚୋବେଇବା ପାଇଁ ଚେଷ୍ଟା କରନ୍ତୁ।ପ୍ରଥମେ ମିଠା ତା ପରେ ଲୁଣିଆ ଓ ଶେଷରେ କଡ଼ା ଭୋଜନ କରିବା ଅନୁଚିତ।

ଭୋଜନ ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ୍।ଘୋଡ଼ା ସବାରୀ ମଧ୍ୟ କରିବ ଅନୁଚିତ୍।ଭୋଜନ କରି ସାରିବା ପରେ କିଛି ସମୟ ଚାଲିବା ଉଚିତ୍।ଆପଣ ରାତ୍ରୀରେ ଅଳ୍ପ ପରିମାଣରେ ଖାଆନ୍ତୁ।ଶୟନ ସମୟେ ବାମ କର ମାଡ଼ିକି ଶୋଇବେ।

Leave a Reply

Your email address will not be published. Required fields are marked *