October 31, 2024

Odia Express

Leading Odia News Portal of Odisha

ଜାଣନ୍ତୁ ମଙ୍ଗଳବାରରେ ଜନ୍ମ ହେଇଥିବା ବ୍ୟକ୍ତିଙ୍କ ସ୍ୱଭାବ – ଯଦି ଆପଣଙ୍କ ଜନ୍ମ ଦିନ ମଙ୍ଗଳବାର ଅଟେ ତେବେ ଏହି କଥା ଜାଣିବା ନିହାତି ଦରକାର..

ସବୁଦିନର ନିଜର ଅଲଗା ମହତ୍ଵ ରହିଥାଏ ସେହିପ୍ରକାର ସମସ୍ତ ବ୍ୟକ୍ତିଙ୍କ ଜନ୍ମବାରରୁ ଆପଣ ତାହାର ବ୍ୟକ୍ତିତ୍ବ ବିଷୟରେ ଜାଣି ପାରିବେ।ସପ୍ତାହ ସାତଦିନର ମିଶ୍ରଣରେ ସୃଷ୍ଟି ହୋଇଥାଏ ଏବଂ ପ୍ରତିଦିନର କାରକ ଗ୍ରହ ଅଲଗା ଅଲଗା ହୋଇଥାଏ ଯାହା ମଣିଷ ଜୀବନରେ ଅଲଗା ପ୍ରଭାବ ପକାଇଥାଏ ଏବଂ ଏହି ପ୍ରଭାବ ଜୀବନସାରା ରହିଥାଏ।ଏଥିପାଇଁ ଆଜି ଏଠାରେ ଆପଣଙ୍କ କୁହାଯାଇଅଛି କି ମଙ୍ଗଳବାରରେ ଜନ୍ମ ହୋଇଥିବା ଲୋକଙ୍କ ସ୍ଵଭାଵ କେମିତି ହେଇଥାଏ।ପ୍ରଥମେ ଆମେ ଆପଣଙ୍କୁ କହିବୁ କି ମଙ୍ଗଳବାରରେ ଜନ୍ମିଥିବା ଲୋକଙ୍କ ପସନ୍ଦିଦ ନମ୍ବର,ରଙ୍ଗ ଏବଂ ବାର କଣ ଅଟେ।ମଙ୍ଗଳବାରରେ ଜନ୍ମିଥିବା ଲୋକଙ୍କ ପସନ୍ଦିତ ନମ୍ବର ହେଉଛି ୩,୬,୯ ଏବଂ ରଙ୍ଗ ହେଉଛି ନାଲି ,ମେରୁନ ଏବଂ ବାର ହେଉଛି ମଙ୍ଗଳବାର ଆଉ ଶୁକ୍ରବାର।

ଦ୍ଵିତୀୟରେ ଆପଣ ଜାଣିବେ ମଙ୍ଗଳବାରରେ ଜନ୍ମିଥିବା ଲୋକଙ୍କ ସ୍ଵଭାଵ କଣ ଅଟେ।ମଙ୍ଗଳବାର ଭଗବାନ ହନୁମାନଙ୍କ ବାର ଅଟେ।ଏହି ଦିନରେ ଜନ୍ମିଥିବ ଲୋକ ଶ୍ୟାମଳ ଏବଂ ଗେରୁଆ ରଙ୍ଗର ହୋଇଥାନ୍ତି ଏବଂ ଦେଖିବାକୁ ଆକର୍ଷିତ ମଧ୍ୟ ହୋଇଥାନ୍ତି ଆଉ ବହୁତ ସାହସୀ ମଧ୍ୟ ଅଟନ୍ତି।ଏମାନେ ସ୍ୱଭାବର ବହୁତ ଉଗ୍ର ଏବଂ ଚଂଚଳ ହୋଇଥାନ୍ତି ତଥା ଏମାନଙ୍କୁ ରାଗ ମଧ୍ୟ ବହୁତ ଜଲଦି ଆସିଥାଏ।ଏମାନେ କାହାରବି କଥା ଅଥବା କୌଣସି ମଜାକ ସହିପାରନ୍ତି ନାହିଁ କିନ୍ତୁ ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି ।ଏମାନେ କାହାରବି ସାହାଯ୍ୟ କରିବାକୁ ତୁରନ୍ତ ଆଗେଇ ଆସନ୍ତି।ଏମାନଙ୍କୁ ରକ୍ତ ଏବଂ ଚର୍ମ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇପାରେ ଏବଂ ସେଥିପାଇଁ ଏମାନଙ୍କୁ ମଝି ମଝିରେ ଅସୁବିଧା ମଧ୍ୟ ଅନୁଭବ କରିପାରନ୍ତି।

ଏହିଦିନ ଜନ୍ମିଥିବା ଲୋକଙ୍କୁ ବିଳାସପୂର୍ଣ ଏବଂ ଆରାମଦାୟକ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି।ଏଥିପାଇଁ ଏମାନଙ୍କ ପାଖରେ କପଡା,ଗାଡି,ପଇସା ସବୁ କିଛି ଥାଏ ଯାହା ଏକ ବିଳାସପୂର୍ଣ ଜୀବନ ଯାପନ ପାଇଁ ଆବଶ୍ୟକ ହୋଇଥାଏ ଏବଂ ଯଦି ନଥାଏ ତାହେଲେ ତାହା ଜଲଦି ପ୍ରାପ୍ତି ହୋଇଥାଏ।ଏହି ଜନ୍ମରେ ଜନ୍ମିଥିବା ମହିଳା ମଧ୍ୟ ସ୍ୱଭାବର ପୁରୁଷଙ୍କ ଭଳି ହୋଇଥାନ୍ତି।ଏମାନେ ପୁରୁଷଙ୍କ ଭଳି ସାହସୀ ଏବଂ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହିତ ଚାଲିଲା ଭଳି ହୋଇଥାନ୍ତି।

ବନ୍ଧୁଗଣ ଏବେ କଥା ହେବା ମଙ୍ଗଳବାରରେ ଜନ୍ମିଥିବା ଲୋକଙ୍କ ଭବିଷ୍ୟତ କିପରି ହୋଇଥାଏ।ମଙ୍ଗଳବାରରେ ଜନ୍ମିଥିବା ଲୋକ ନିଜ ରୋଜଗାର କ୍ଷେତ୍ରରେ ବହୁତ ଜଲଦି ସଫଳତା ପାଇଥାନ୍ତି ଏବଂ ଏମାନଙ୍କୁ ଧନର କମି କେବେବି ହୁଏନାହିଁ।ଯେଉଁମାନେ ମଙ୍ଗଳବାରରେ ଜନ୍ମ ହେଇଥାନ୍ତି ସେମାନଙ୍କ କ୍ୟାରିୟର ନେତା,ପୋଲିସ,ସେନା,ଖେଳାଳି ରୂପରେ ଅଧିକ ସଫଳ ରହିଥାଏ।

ଏବେ କଥା ହେବା ମଙ୍ଗଳବାରରେ ଜନ୍ମିଥିବ ଲୋକଙ୍କ ପ୍ରେମ ଜୀବନ ବିଷୟରେ।ଏମାନଙ୍କ ବୈବାହିକ ଜୀବନ ବହୁତ ସଫଳ ହୋଇଥାଏ ଏବଂ ଏମାନଙ୍କୁ ବହୁତ ସୁନ୍ଦର ଜୀବନସାଥୀ ମିଳିଥାଏ।ଦାମ୍ପତ୍ୟ ଜୀବନରେ ସମୟ ସମୟରେ ଛୋଟମୋଟ ଝଗଡା ହୋଇଥାଏ କିନ୍ତୁ ଏହା ଅଧିକ ସମୟ ପାଇଁ ରହି ନଥାଏ ଏବଂ ଆପଣ ଜଲଦି ମାନି ମଧ୍ୟ ଯାଇଥାନ୍ତି।ବନ୍ଧୁଗଣ ଏହା ହେଉଛି ମଙ୍ଗଳବାରରେ ଜନ୍ମିଥିବ ଲୋକଙ୍କ ଲୋକଙ୍କ ସ୍ଵଭାଵ ଏବଂ ତାଙ୍କ ଭବିଷ୍ୟତ ବିଷୟରେ କିଛି କଥା।

Leave a Reply

Your email address will not be published. Required fields are marked *