May 20, 2025

Odia Express

Leading Odia News Portal of Odisha

ଜାଣନ୍ତୁ ଆପଣଙ୍କ ବ୍ଲଡ଼ ଗ୍ରୁପ କଣ କହେ ଆପଣଙ୍କ ବିଷୟରେ – ନିଶ୍ଚୟ ଜାଣିରଖନ୍ତୁ ଆପଣଙ୍କ ରକ୍ତ ହିସାବରେ କିପରି ଆପଣଙ୍କ ସ୍ୱଭାବ ଅଟେ..

ଆଜି ଆମେ ଜାଣିବା ବ୍ଲଡ଼ ଗ୍ରୁପ ବିଷୟରେ।ଆପଣ କଣ ଜାଣିଛନ୍ତୁ ଆପଣଙ୍କ ବ୍ଲଡ଼ ଗ୍ରୁପ କଣ ଅଟେ?ଯଦି ଜାଣି ନାହାନ୍ତି ତାହେଲେ ଆଜି ହିଁ ପରୀକ୍ଷା କରାଇନିଆନ୍ତୁ କାରଣ ଆପଣଙ୍କ ବ୍ଲଡ଼ ଗ୍ରୁପର ସିଧା ସଂଯୋଗ ଆପଣଙ୍କ ବ୍ୟକ୍ତିତ୍ୱ ସହ ହୋଇଥାଏ।ଏହାତ ଆମେ ସମସ୍ତେ ଜାଣିଛନ୍ତି କି ବ୍ଲଡ଼ ଗ୍ରୁପ ୪ ପ୍ରକାରର ଅଟନ୍ତି ଯାହା ହେଉଛି A,B,AB ଆଉ O ଯାହାକୁ A+,A-,B+,B-,AB+,AB- ଏବଂ O+,O- ସମୂହରେ ବଣ୍ଟା ଯାଇଅଛି।ଯାହାକି ଆମେ ଏବେ କହିଲୁ କି ଆପଣଙ୍କ ବ୍ଲଡ଼ ଗ୍ରୁପ ମାଧ୍ୟମରେ ଆପଣଙ୍କ ସ୍ଵଭାଵ,ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ ଜଣାପଡ଼ିଥାଏ।ବାସ୍ତବରେ ବ୍ଲଡ଼ ଗ୍ରୁପ ଜରିଆରେ ଆପଣଙ୍କ ସ୍ଵଭାଵ ଜାଣିବା ଜାପାନୀ ଜ୍ୟୋତିଷ ବିଦ୍ୟାର ଅନ୍ତର୍ଗତ ଅଟେ।ଚାଲନ୍ତୁ ଆମେ ଜାଣିବା ଆଜିର ଏହି ବିଷୟ ସମ୍ବନ୍ଧରେ।

ପ୍ରଥମେ ଆମେ ଜାଣିବା O+ ଲୋକଙ୍କ ସ୍ଵଭାଵ ବିଷୟରେ।ଏମାନେ ଅନ୍ୟର ସାହାଯ୍ୟ କରିବାରେ ବିଶ୍ୱାସ ରଖିଥାନ୍ତି ଏହାସହିତ ଏମାନଙ୍କ ମନ ଆଇନ ଭଳି ସ୍ୱଚ୍ଛ ହୋଇଥାଏ।ଏହି ଗ୍ରୁପର ଲୋକ ବହୁତ ବ୍ୟବହାରିକ ଏବଂ ଭଲ କଥାକୁହା ହୋଇଥାନ୍ତି।ଏହି ପ୍ରକାର O- ବ୍ଲଡ଼ ଗ୍ରୁପ ବ୍ୟକ୍ତିମାନେ ମଧ୍ୟ ହୋଇଥାନ୍ତି।ଏମାନେ ମଧ୍ୟ ସାହାଯ୍ୟକାରୀ ଏବଂ ହସମୁଖ ହୋଇଥାନ୍ତି।

ସାଙ୍ଗମାନେ ଏବେ ଆମେ ଜାଣିବା A+ ଲୋକଙ୍କ ସ୍ଵଭାବ ବିଷୟରେ।ଆପଣଙ୍କୁ କହିରଖୁଛୁ ଏହି ବ୍ଲଡ଼ ଗ୍ରୁପର ଲୋକଙ୍କ ପାଖରେ ଏକ ଲିଡ଼ର ହେବାର ସମସ୍ତ ଗୁଣ ପରିପୂର୍ଣ ଥାଏ।ଏମାନେ ସମସ୍ତଙ୍କୁ ସାଥିରେ ନେଇ ଚାଲନ୍ତି ତଥା ସମସ୍ତଙ୍କ ବିଶ୍ୱାସ ହାସିଲ କରିବାରେ ବିଶ୍ୱାସ ରଖିଥାନ୍ତି।ଏହା ସହିତ ଏମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି କିନ୍ତୁ A- ଗ୍ରୁପର ଲୋକ ଅଧିକାଂସ ନିଜ ଉପରେ ବିଶ୍ୱାସ ରଖିଥାନ୍ତି।ଏମାନଙ୍କୁ ଲାଗିଥାଏ କି ନିରନ୍ତର ଅଭ୍ୟାସ ବଳରେ ସବୁ କାମ କରିହେବ ଏବଂ ସେଥିପାଇଁ ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି।କୌଣସି କାମ କରିବା ପୂର୍ବରୁ ଏମାନେ ପ୍ଲାନ କରିଥାନ୍ତି ଏଥିପାଇଁ ଏମାନଙ୍କୁ ସମସ୍ତ ସଫଳତା ମଧ୍ୟ ମିଳିଥାଏ।

ଏବେ ଆମେ ଜାଣିବା B+ ଗ୍ରୁପର ଲୋକଙ୍କ ବିଷୟରେ।ଏମାନେ ସ୍ୱଭାବରେ ବହୁତ ଭାବୁକ ହୋଇଥାନ୍ତି।ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଗ୍ରୁପର ଲୋକ ଅନ୍ୟକୁ ସାହାଯ୍ୟ କରିବାରେ କେବେବି ପଛାନ୍ତି ନାହିଁ।ଏହା ସହିତ ଏମାନେ ବହୁତ ସୁନ୍ଦର ଏବଂ ଚାଲାକ ମଧ୍ୟ ହୋଇଥାନ୍ତି।ଯଦି ଆମେ କଥାହେବା B- ଗ୍ରୁପର ଲୋକଙ୍କ ବିଷୟରେ,ଏମାନେ ବହୁତ ସଂଘର୍ଷସୀଳ ହୋଇଥାନ୍ତି।ନିଜର ପରିଶ୍ରମରେ ସେ ସବୁ ଜିନିଷ ପାଇଯାଆନ୍ତି ଯାହା ତାଙ୍କର ଆବଶ୍ୟକ ହୋଇଥାଏ।

ଏବେ ଜାଣିବା AB+ ବ୍ଲଡ଼ ଗ୍ରୁପ ବିଷୟରେ।ଏମାନେ ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି କାରଣ ଏହି ଗ୍ରୁପର ଲୋକ A ଏବଂ B ଗ୍ରୁପର ମିଶ୍ରଣ ହୋଇଥାନ୍ତି ଏବଂ ସେଥିପାଇଁ ଏମାନଙ୍କୁ ବୁଝିପାରିବା ସହଜ ହୋଇନଥାଏ।ଏମାନେ ଜେଣ୍ଟଲମାନ ଏବଂ ବହୁତ ଭଲ ହୋଇଥାନ୍ତି।ଏହାସହିତ ବହୁତ ବିବେକଶୀଳ ମଧ୍ୟ ହୋଇଥାନ୍ତି।ସେହିପରି AB- ଗ୍ରୁପର ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।ଏମାନଙ୍କ ମସ୍ତିଷ୍କ ବହୁତ ଜୋରରେ ଚାଲିଥାଏ।ଏହି ଗ୍ରୁପର ଲୋକଙ୍କ ପାଖରେ ଏହା ଖାସିୟତ ଥାଏ କି ଯାହାକୁ ଅନ୍ୟମାନେ ବୁଝିପାରନ୍ତି ନାହିଁ ତାହା ଏମାନେ ସହଜରେ ବୁଝି ଯାଆନ୍ତି।

ସାଙ୍ଗମାନେ ଯଦି ଆପଣଙ୍କ କୌଣସି ମଧ୍ୟ ସ୍ଵଭାଵ ଏହା ସହ ମିଶୁନାହିଁ ତାହେଲେ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହାକୁ ନିଜ ସାଙ୍ଗ ଏବଂ ପରିବାର ଲୋକଙ୍କ ମଧ୍ୟରେ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *