କନ୍ୟା,କର୍କଟ,ସିଂହ ବାଛନ୍ତୁ ଆପଣଙ୍କ ରାଶି ଆଉ ଜାଣନ୍ତୁ ଆପଣଙ୍କ ସହ ଜଡିତ ସବୁ ତଥ୍ୟ – ନିଶ୍ଚୟ ଜାଣିରଖନ୍ତୁ…

ଆମ ମାନବ ସମାଜରେ ବହୁତ ପ୍ରକାର ଲୋକ ରୁହନ୍ତି।ସେମାନେ ଯେତେବେଳେ ଏହି ଧାରାରେ ଜନ୍ମ ନିଅନ୍ତି ସେମାନଙ୍କ ପାଇଁ କିଛି ଏକ ରାଶି ଓ ଲଗ୍ନ ତିଆରି କରାଯାଇଥାଏ।ସେହି ରାଶି ଆଧାରରେ ସେମାନଙ୍କ ଜୀବନ ଶୈଳୀକୁ ଭାଲ ଭାବେ ଜାଣିହୁଏ।ସେମାନେ ଭବିଷ୍ୟତରେ କଣ କରିବେ ଓ ସେମାନଙ୍କ ଭାବ କିପରି ରହିବ ଅନ୍ୟମାନଙ୍କ ପ୍ରତି ତାହା ସେହି ରାଶି ଓ ଲଗ୍ନ ବିଶେଷରୁ ଜାଣିହୁଏ।ଆଜି ଆମେ ଆଲୋଚନା କରିବା କନ୍ୟା,ସିଂହ,ଆଉ କର୍କଟ ରାଶି ବିଶେଷ ବ୍ୟକ୍ତିଙ୍କ ଉପରେ।ପ୍ରଥମେ ଆମେ ଆଲୋଚନା କରିବା କର୍କଟ ରାଶି ଉପରେ।ଏହି ରାଶିର ଚିହ୍ନ କଙ୍କଡା ହୋଇଥାଏ ସେଥିପାଇଁ ଏହି ରାଶିର ଲୋକମାନଙ୍କ ମଧ୍ୟରେ ସିଥିଲତା,ସମ୍ବେଦନଶୀଳତା ଇତ୍ୟାଦି ଭରି ରହିଥାଏ।ତେଣୁକରି ଏକ କର୍କଟ ରାଶିର ବ୍ୟକ୍ତିଙ୍କୁ କିଛି ନକହି ମଧ୍ୟ ସେମାନଙ୍କ ମନକୁ ପଢ଼ାଯାଇପରେ।ଚନ୍ଦ୍ର ହେଉଛନ୍ତି ଏହି ରାଶିର ସ୍ୱାମୀ।ଏହି ବ୍ୟକ୍ତିବିଶେଷଙ୍କ ଆଙ୍ଗୁଠି ସାଧାରଣତଃ ମୋଟା ରହେ ଓ ପାପୁଲି ନରମ ରହିଥାଏ।ଏମାନେ ବହୁତ ଦୃଢମନା ହୋଇଥାନ୍ତି ଓ ନିଜର ଧ୍ୟାନ ରଖିବା ସହ ଅନ୍ୟର ମଧ୍ୟ ଧ୍ୟାନ ରଖନ୍ତି।ଏମାନେ ଯେଉଁ କାମକୁ ହାତେଇଥାନ୍ତି ସେମାନେ ସେ କାମକୁ କରିକି ହି ରହିଥାନ୍ତି।
ଏହି ରାଶିର ଲୋକମାନଙ୍କର ଯଦି କେହି ସାଙ୍ଗ ଓ ଅନ୍ୟ କେହି ଏମାନଙ୍କ ବିରୁଦ୍ଧରେ ଛିଡା ହୁଅନ୍ତି ତ ସେମାନେ ଏମାନଙ୍କ ଉପେକ୍ଷା କରିବାରେ ହେଳା କରନ୍ତି ନାହିଁ।ଏମାନଙ୍କ ଚିନ୍ତାଧାରା ଏକ ଛୋଟ ପିଲା ଭଳି ମଧ୍ୟ ହୋଇଥାଏ।ଏହି ବ୍ୟକ୍ତିବିଶେଷ ମନେ ଦର୍ଶନ ଶାସ୍ତ୍ର,ଅର୍ଥ ଶାସ୍ତ୍ର,ଗଣିତ,ଇଂଜିନିଅରିଂ ଭଳି ପାଠ ପଢିବାରେ ରୁଚି ହୋଇଥାନ୍ତି।ଏମାନେ ଯେଉଁ କିଛି ପ୍ରକାର ବ୍ୟବସାୟ କଲେ ମଧ୍ୟ ଭଲରେ ରୁହନ୍ତି ଓ ନିଜ ପରିବାରକୁ ଭଲଭାବେ ଚଳେଇପାରନ୍ତି।ପ୍ରେମ ସମ୍ଭାଧିୟ ଜିନିଷରେ ଏମାନେ ବହୁତ ସତର୍କତା ଅବଲମ୍ବନ କରିଲେ ବହୁତ ଭଲ ହେବ।ଏହି ରାଶି ବିଶିଷ୍ଟ କିଛି ଲୋକଙ୍କୁ ବହୁତ ପ୍ରକାର କାର୍ଯ୍ୟ କରିବାରେ ନିଜକୁ ପସନ୍ଦ ଆସିଥାଏ କେତେକ ଲୋକ ପରାଉପକାର କରିଥାନ୍ତି ଓ କିଛି ଲୋକ ନିଜ ଖୁସି ପାଇଁ ନିଜ ଜୀବନକୁ ଆନନ୍ଦ ଦେଲା ଭଳି କାର୍ଯ୍ୟ କରିଥାନ୍ତି।
ବିବାହ ପରେ ଯଦି ଏମାନଙ୍କ ସ୍ତ୍ରୀ ଏମାନଙ୍କ ଜୀବନରେ ମୁଣ୍ଡ ପୁରାଇଥାନ୍ତି ତ ଏହା ସେମାନଙ୍କୁ ବିଲକୁଲ ଭଲ ଲାଗେ ନାହିଁ।ଏମାନଙ୍କର ମୀନ ଓ ବୃଷ ରାଶି ବ୍ୟକ୍ତିବିଶେଷଙ୍କ ସହ ମିତ୍ରତା ଭଲ ରୁହେ।ଏମାନଙ୍କର ଶୁଭ ଅଙ୍କ ୨ ଓ ୭ ଅଟେ।ଏମାନଙ୍କ ଶୁଭରଙ୍ଗ ଧଳା ଓ ନୀଳ ଅଟେ।ଏମାନଙ୍କ ଶୁଭଦିନ ସୋମବାର ଅଟେ।
ଚାଲନ୍ତୁ ଆଲୋଚନା କରିବା ଏବେ ସିଂହ ରାଶି ବ୍ୟକ୍ତିବିଶେଷଙ୍କ ଉପରେ।ଏମାନଙ୍କ ରାଶିର ଚିନ୍ହ ସିଂହ ରହିଥାଏ।ଯାହା ସୁଚାଇଥାଏ କି ଏମାନେ ବହୁତ ସାହସୀ ଓ ନିର୍ଭୀକ ଅଟନ୍ତି।ଏହି ଲୋକମାନଙ୍କ ସ୍ୱର ବହୁତ ଗଭୀର ଅଟେ ଓ ସେମାନଙ୍କ ଆଖିର ଏକ ଚମତ୍କାର ଝଲକ ଦେଖିବାକୁ ମିଳିଥାଏ।ଏହି ରାଶିର ଲୋକମାନଙ୍କ ଦ୍ୱାରା ପ୍ରେମ ହୋଇନଥାଏ।ଏମାନଙ୍କ ଚରିତ୍ର ବହୁତ ଭଲ ଅଟେ।ଏହି ଲୋକମାନଙ୍କୁ ଶୋଇବା,ସିନେମା ଦେଖିବା ଇତ୍ୟାଦି ଜିନିଷ ବହୁତ ଭଲ ଲାଗେ।
ଏମାନଙ୍କୁ ରାଗ ବହୁତ ଶୀଘ୍ର ଆସିଥାଏ।ସିଂହ ରାଶିର ଲୋକମାନଙ୍କ ବିବାହ ଅଟେ ଭଲରେ ହୋଇନଥାଏ କିନ୍ତୁ ବିବାହ ପରେ ଏହି ମାନଙ୍କର ଭାଗ୍ୟଦୟ ହୋଇଥାଏ।ଅମାନଙ୍କୁ ରାଜନୀତି କରିବାକୁ ବହୁତ ଭଲ ଲାଗେ।ଏମାନେ ମେଷ ଓ କର୍କଟ ରାଶିର ଲୋକମାନଙ୍କ ସହ ଭଲ ମିତ୍ରତା କରିଥାନ୍ତି।ଏମାନଙ୍କ ଶୁଭ ଅଙ୍କ ୧ ଓ ୪ ହୋଇଥାଏ।ଶୁଭ ରଙ୍ଗ ସୁନେଲି,ନାଲି ହୋଇଥାଏ।ଏମାନଙ୍କ ଶୁଭଦିନ ରବିବାର ହୋଇଥାଏ।
ଏବେ ଆସନ୍ତୁ କଥା ହବା କନ୍ୟା ରାଶି ଲୋକମାନଙ୍କ ଉପରେ।ଏହି ମାନଙ୍କ ଚିନ୍ହ ଏପରି ହୋଇଥାଏ କି ଏକ ଝିଅଟେ ଫୁଲ ଧରି ବସିରହିଛି।ଏହି ଲୋକମାନଙ୍କ ହାତ ଓ ପାପୁଲି ଚୌଡା ହୋଇଥାଏ।ଏମାନଙ୍କ ଗଲା ବା ପିଠିରେ ତିଳ ରହିଥାଏ।ଏମାନେ ନିଜ କର୍ମ ନିଜ ହିସାବରେ କରିଥାନ୍ତି।ଏମାନଙ୍କୁ କାମ କରିବାକୁ ବହୁତ ଭଲ ଲାଗେ ସେଠି ମଧ୍ୟରୁ ଖାଇବା ତିଆରି କରିବା ସେମାନଙ୍କୁ ବହୁତ ଭଲ ଲାଗେ।ଏମାନେ ଅନ୍ୟର ମାନେ ନିଜ ସଙ୍ଗମାନଙ୍କର ବହୁତ ସମୟରେ ମଜାକ କରିଥାନ୍ତି ଓ ଏମାନେ ବୋହୁ ସମୟରେ ପ୍ରକୃତିକୁ ଭଲ ପାଇଥାନ୍ତି।
ଏହି ଲୋକମାନେ ପାଠ ପଢିବାରେ ଅଧିକ ଆଗ୍ରହୀ ହୋଇଥାନ୍ତି କିନ୍ତୁ ଏମାନଙ୍କୁ ଠିକ ସମ୍ଭଳ ନ ମିଳିବା ହେତୁ ଏମାନେ ଏହି ଦିଗରେ ଅଧିକ ଆଗକୁ ବଢ଼ି ପରନ୍ତିନାହିଁ।ଏମାନେ ସବୁବେଳେ ପରାଉପକାରୀ ହୋଇଥାନ୍ତି।ଏମାନଙ୍କର ବୃଷ ଓ ମିଥୁନ ରାଶିର ଲୋକମାନଙ୍କ ସହ ଭଲ ସମ୍ବନ୍ଧ ରହିଥାଏ।ଏମାନଙ୍କ ଶୁଭ ଅଙ୍କ ୯ ହୋଇଥାଏ।ଶୁଭ ରଙ୍ଗ ହରା,ନାରଙ୍ଗୀ ହୋଇଥାଏ।ଶୁଭଦିନ ବୁଧବାର ହୋଇଥାଏ।