November 1, 2024

Odia Express

Leading Odia News Portal of Odisha

ବାହାହେବା ପାଇଁ ଯଦି ମିଳୁନାହାନ୍ତି ଜୀବନସାଥୀ ତାହେଲେ ଆପଣନ୍ତୁ ଏହି ଉପାୟ – ବର୍ଷେ ମଧ୍ୟରେ ହୋଇଯିବ ଆପଣଙ୍କ ବାହାଘର ପକ୍କା

ସାଙ୍ଗମାନେ କେତେକ ଲୋକଙ୍କର ବିବାହ ଜଲଦି ହୋଇଯାଇଥାଏ ଯେବେକି କେତେକ ଲୋକଙ୍କ ବିବାହରେ ଡେରି ହୋଇଥାଏ ଏବଂ ବହୁତ କଷ୍ଟ ପରେ ତାଙ୍କୁ ଜୀବନସାଥି ମିଳିଥାଏ।ଯଦି ଆପଣଙ୍କ ଆୟୁ ବିବାହ ଯୋଗ୍ୟ ହୋଇଯାଇଛି କିନ୍ତୁ ଆପଣଙ୍କୁ ଜୀବନସାଥୀ ମିଳୁନାହିଁ ତାହେଲେ ଆପଣ ବୃହସ୍ପତିବାର ଉପାୟ କରନ୍ତୁ।ଏହା ଫଳରେ ଜୀବନସାଥୀ ସହଜରେ ଏବଂ ଠିକ ବୟସରେ ମିଳିଯାଇଥାଏ।

ଯେଉଁ ମାନଙ୍କ କୁଣ୍ଡଳୀରେ ବିବାହ ନଥାଏ ତାଙ୍କର ବିବାହ ହେବ ଅସମ୍ଭବ ହୋଇଯାଇଥାଏ।ଯଦି ଆପଣଙ୍କ କୁଣ୍ଡଳୀରେ ବିବାହ ହେବାରେ ଅସୁବିଧା ଥାଏ ତାହେଲେ ଏହାକୁ କୌଣସି ପଣ୍ଡିତଙ୍କୁ ଦେଖାନ୍ତୁ।ଯଦି କୁଣ୍ଡଳୀରେ ବିବାହଯୋଗ ନଥାଏ ତାହେଲେ କୁହାଯାଇଥିବା ଏହି ଉପାୟକୁ ସଚ୍ଚା ମନରେ ପାଳନ କରନ୍ତୁ।

ବୃହସ୍ପତି ଗ୍ରହ ଯଦି କୁଣ୍ଡଲିରେ ଦୁର୍ବଳ ହୋଇଥାଏ ତାହେଲେ ବିବାହ ହୋଇପାରିନଥାଏ ଅଥବା ବିବାହ ହେବାରେ ଡେରି ହୋଇଥାଏ।ଏହି ଗ୍ରହକୁ ସବଳ କରିବା ପାଇଁ ଏହି ଗ୍ରହର ପୂଜା କରନ୍ତୁ ଏବଂ ବୃହସ୍ପତି ପାଠ କରନ୍ତୁ।ଏହା ଫଳରେ ଶୀଘ୍ର ବିବାହ ହେବାର ଯୋଗ ହୋଇଥାଏ।ଏହି ଦିନ ହଳଦିଆ ରଙ୍ଗ ବସ୍ତ୍ର ପିନ୍ଧନ୍ତୁ ଏବଂ ଏହି ରଙ୍ଗର ବସ୍ତୁ ଦାନ କରନ୍ତୁ।ଗୁରୁବାର ଦିନ ହଳଦୀ ପାଣିରେ ଗାଧାନ୍ତୁ ଏବଂ ଗାଧେଇବା ପରେ ଏହାର ତିଳକ କରନ୍ତୁ।

କଦଳୀ ଗଛରେ ବୃହସ୍ପତିର ବାସ ହୋଇଥାଏ।ଏଥିପାଇଁ ଏହି ଗ୍ରହକୁ ପ୍ରସନ୍ନ କରିବା ପାଇଁ କଦଳୀ ଗଛର ପୂଜା କରନ୍ତୁ।ଲଗାତାର ୧୧ଟି ଗୁରୁବାର କଦଳୀ ଗଛର ପୂଜା କରିବା ଦ୍ୱାରା ଶୀଘ୍ର ଜୀବନସାଥି ମିଳିଯାଇଥାଏ।କଦଳୀ ଗଛର ପୂଜା ସମୟରେ ପ୍ରଥମେ ଏହା ଉପରେ ହଳଦୀ ଏବଂ ଚଣା ଡ଼ାଲି ଚଢାନ୍ତୁ।ଏହାପରେ ଏଠାରେ ଦୀପ ଜଳାନ୍ତୁ ଏବଂ ଧୀରେ ଧୀରେ ଜଳ ଅର୍ପଣ କରନ୍ତୁ।

ପୂଜା କରିବା ପରେ ଯଦି ସମ୍ଭବ ଏହି ଗଛ ଆଗରେ ବୃହସ୍ପତି ଗ୍ରହର ପାଠ ମଧ୍ୟ କରିଦିଅନ୍ତୁ।ଯେଉଁଲୋକମାନେ ଗୁରୁବାର ଦିନ ବ୍ରତ କରିଥାନ୍ତି ତାଙ୍କର ବିବାହ ଯୋଗ ଶୀଘ୍ର ହୋଇଯାଇଥାଏ।ଏଥିପାଇ ବିବାହ ଯୋଗ ଯଦି ନହୁଏ ତହେଲେ ୧୧ ଗୁରୁବାର ବ୍ରତ କରନ୍ତୁ ଏବଂ ଏହି ଦିନରେ କେବଳ ମିଠା ଦ୍ରବ୍ୟର ହି ସେବନ କରନ୍ତୁ।

ଗାଈର ସେବା କରିବା ଦ୍ୱାରା ମଧ୍ୟ ବିବାହଯୋଗ ହୋଇଥାଏ।ପ୍ରତି ଗୁରୁବାର ଦିନ ଗାଈଙ୍କ ପାଇଁ ରୋଟି ତିଆରି କରି ସେଥିରେ ଗୁଡ଼ ଲଗାଇ ତାଙ୍କୁ ଖାଇବା ପାଇଁ ଦିଅନ୍ତୁ।ରୁଟି ଜାଗାରେ ଆପଣ ଚାହିଁବେ ଯଦି ସବୁଜ ଘାସ ମଧ୍ୟ ତାଙ୍କୁ ଖାଇବାକୁ ଦେଇ ପାରିବେ।ବୃହସ୍ପତି ଗ୍ରହକୁ ପ୍ରସନ୍ନ କରିବା ପାଇଁ କଦଳିର ଦାନ କରନ୍ତୁ।ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ତ୍ରକୁ ୧୦୧ ଥର ଜାପ କରନ୍ତୁ।ଏହି ମନ୍ତ୍ର ହେଉଛି ଓଂ ଗ୍ରାଁ ଗ୍ରୀ ଗ୍ରୋ ଶଃ ଗୁରବେ ନମଃ।ଏହାଥିଲା କିଛି ଉପାୟ ଯାହାକୁ କରିବା ଦ୍ୱାରା ବିବାହ ଶୀଘ୍ର ହୋଇଥାଏ।

Leave a Reply

Your email address will not be published. Required fields are marked *