ଅଚାନକ ଯଦି ବଢିଯାଏ ଘରର ଖର୍ଚ ତାହେଲେ ସତର୍କ ହୋଇଯାଆନ୍ତୁ ଏବଂ ତୁରନ୍ତ ଧ୍ୟାନ ଦିଅନ୍ତୁ ଘରର ଏହି ଜିନିଷ ଉପରେ..

ସାଙ୍ଗମାନେ ମଣିଷ ନିଜ ଜୀବନରେ ବହୁତ ସମସ୍ୟା ଦେଇକି ଗତି କରିଥାଏ।ତାହା ଚାକିରୀ ହୋଇପାରେ ଅଥବା ବ୍ୟାପାର ହୋଇପାରେ ନହେଲେ ଆର୍ଥିକ ସମସ୍ୟା ମଧ୍ୟ ହୋଇପାରେ।ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ ବାସ୍ତୁଶାସ୍ତ୍ରରେ ଏଥିପାଇଁ କିଛି ନିୟମ ରହିଛି।ଯଦି ଘର ମଧ୍ୟରେ ନକାରତ୍ମକ ଉର୍ଜାର ପ୍ରଭାବ ରହିଥାଏ ତାହେଲେ ଏହିଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ।ଘରର ଖର୍ଚ୍ଚ ଅଚାନକ ହି ବଢ଼ିବାରେ ଲାଗିଥାଏ।ଘରେ ସବୁବେଳେ କିଛିନା କିଛି କଥାକୁ ନେଇକି ସମସ୍ୟା ଦେଖାଯାଇଥାଏ।ଯଦି ଆପଣ ନିଜ ସମସ୍ୟା ଦ୍ୱାରା ନିରନ୍ତର ଘେରେଇ ହୋଇ ରହିଛନ୍ତି ତହେଲେ ତାହାର ପରିଣାମ ବହୁତ ଖରାପ ହୋଇପାରେ।ଏଥିପାଇଁ ସମୟ ଭିତରେ ଏହାର ସମାଧାନ କରନ୍ତୁ।ଆଜି ଆମେ ଆପଣଙ୍କୁ ବସ୍ତୁଶାସ୍ତ୍ରରେ କୁହାଯାଇଥିବା କିଛି ମହତ୍ୱପୂର୍ଣ୍ଣ କଥା ବିଷୟରେ କହିବୁ ଯାହା ଉପରେ ଯଦି ଆପଣ ଧ୍ୟାନ ଦେବେ ତାହେଲେ ନିଜ ସମସ୍ୟାରୁ ମୁକ୍ତି ପାଇପାରିବେ।ଚାଲନ୍ତୁ ଜାଣିବା ଏହି ବିଷୟରେ।
୧.ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ସଫା କରନ୍ତୁ:- ବାସ୍ତୁଶାସ୍ତ୍ର ଅନୁସାରେ ଏହି ବାସନ ଘରେ ନକରତ୍ମକ ଉର୍ଜାର ପ୍ରଭାବ ପକାଇଥାଏ।କେତେକ ଲୋକଙ୍କ ଏହି ଅଭ୍ୟାସ ଥାଏ ରାତିରେ ଭୋଜନ କରିବା ପରେ ବାସନ ନ ମାଜି ସୋଇପଡନ୍ତି।ଏହି ଅଭ୍ୟାସ ଆପଣଙ୍କ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ।ଏହା ଫଳରେ ବୈବାହିକ ଜୀବନରେ ସମସ୍ୟା ଦେଖାଯାଇଥାଏ।ଘରର ସଦସ୍ୟଙ୍କର ଅଚାନକ ଦେହ ଖରାପ ହୋଇଯାଇଥାଏ।ଔଷଧ ନେବା ପରେ ମଧ୍ୟ ସୁଧାର ଆସିନଥାଏ।ଏହା ଫଳରେ ଧନହାନୀ ମଧ୍ୟ ଘଟିଥାଏ।ଏଥିପାଇଁ ଶୋଇବା ପୂର୍ବରୁ ବାସନ ନିଶ୍ଚୟ ସଫା କରନ୍ତୁ।
୨.ନଳରୁ ପାଣି ପଡିବା:- ସବୁବେଳେ ଦେଖାଯାଏ କି ଘର ଭିତରେ ଲାଗିଥିବା କୌଣସି ନଳ ଅଥବା ପାଇପରୁ ପାଣି ପଡୁଥାଏ ଯାହା ଉପରେ ବ୍ୟକ୍ତି ଧ୍ୟାନ ଦେଇନଥାଏ ପରନ୍ତୁ ଯଦି ଆପଣ ଏହାକୁ ଅଣଦେଖା କରନ୍ତି ତାହେଲେ ଆପଣଙ୍କୁ ନିଜ ଜୀବନରେ ଧନ ସହ ଯୋଡ଼ା ସମସ୍ୟା ଦେଖାଦେଇପାରେ କାରଣ ଏହାଦ୍ୱାରା ଖର୍ଚ ବଢ଼ିଥାଏ।ବସ୍ତୁଶାସ୍ତ୍ରରେ ପାଣି ପଡ଼ିବାକୁ ଶୁଭ କୁହାଯାଇନଥାଏ।ଯଦି ଆପଣଙ୍କ ଘରେ କୌଣସି ସ୍ଥାନରୁ ପାଣି ପଡୁଥାଏ ତାହେଲେ ଆପଣ ତାକୁ ତୁରନ୍ତ ଠିକ କରନ୍ତୁ।
୩.ଭଙ୍ଗା ବାସନ:- ଏହା ଫଳରେ ଖର୍ଚରେ ବୃଦ୍ଧି ଘଟିଥାଏ।ଯଦି ଆପଣଙ୍କ ଘରେ କୌଣସି ବାସନ ଏମିତି ଅଛି ଯାହା କିଛି କାମରେ ଆସେନାହିଁ ଅଥବା ଭାଙ୍ଗି ଯାଇଥାଏ ତାହେଲେ ଏହାକୁ ଘରୁ ଜଲଦି ବାହାର କରିଦିଅନ୍ତୁ କାରଣ ଏହା ଫଳରେ ମଧ୍ୟ ଖର୍ଚ୍ଚ ବଢ଼ିବାରେ ଲାଗିଥାଏ।
୪.ଜୋତା ରଖିବା ସ୍ଥାନ:- ଏହାକୁ କବାଟ ପାଖରେ ରଖନ୍ତୁ ନାହିଁ।ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରର ମୁଖ୍ୟଦ୍ୱାର ପାଖରେ ଜୋତା ରଖିବା ସ୍ଥାନ ରହିଥାଏ ତାହେଲେ ଧନର ହାନୀ ଘଟିଥାଏ।ହାତକୁ ଆସିଥିବା ପଇସା ମଧ୍ୟ ରହେନାହିଁ।ବେକାର କାମରେ ପଇସା ଅଯଥା ଖର୍ଚ୍ଚ ହୋଇଯାଏ।ଏଥିପାଇଁ ଆପଣ ଏହାକୁ ଏମିତି ଜାଗାରେ ରଖନ୍ତୁ ଯାହା ଉପରେ ଯିବା ଆସିବା କରୁଥିବା ଲୋକଙ୍କ ନଜର ନ ପଡିବ।