May 20, 2025

Odia Express

Leading Odia News Portal of Odisha

ଯଦି ଆପଣ କିମ୍ବା ଆପଣଙ୍କ ସାଥିଙ୍କ ନାମ “S” ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଜାଣି ରଖନ୍ତୁ ଏହି ସବୁ କଥା..

ପ୍ରତ୍ୟେକ ମଣିଷର ନାମର ପ୍ରଥମ ଅକ୍ଷର ରୁ ସେହି ମଣିଷର ବ୍ୟକ୍ତିତ୍ୱ ବିଷୟରେ ଜାଣିହୁଏ। ନାମର ପ୍ରଥମ ଅକ୍ଷର ଆଧାରରେ ସେହି ବ୍ୟକ୍ତିର ବେଶେଷ ଗୁଣ ଗୁଡିକ ଜାଣିହୋଇଥାଏ।ଆସନ୍ତୁ ଜାଣିବା “ଏସ” ଅକ୍ଷରରୁ ଆରମ୍ଭ ବ୍ୟକ୍ତି ଙ୍କ ବିଷୟରେ କେତେକେ ଅଜଣା କଥା ଯାହା ତାଙ୍କୁ ଅନ୍ୟ ମାନଙ୍କ ଠାରୁ ବନେଇଥାଏ ଭିନ୍ନ ।ଇଂରାଜୀ ବର୍ଣ୍ଣମାଳାରେ “S” ଅକ୍ଷରର ସ୍ଥାନ ୧୯। ଅଙ୍କ ଶାସ୍ତ୍ରରେ ଏହି ଅକ୍ଷର ପ୍ରଥମ ସ୍ଥାନରେ ଅବସ୍ଥାପିତ। ଯାହା ସ୍ୱାଭିମାନି ରୂପରେ ନେତୃତ୍ୱର କୂଳଦେବୀ ନାମରେ ପରିଚିତ।ଏହି ଅକ୍ଷରରେ ଆରମ୍ଭ ନାମର ବ୍ୟକ୍ତିମନେ ପରିଶ୍ରମ କରି ସଫଲତା ହାସଲ କରିବାରେ ବିଶ୍ୱାସ ରଖନ୍ତି।କିଛି ବି କାମକୁ ସମ୍ପୂର୍ଣ୍ଣ କରିବାକୁ କଠୋର ପରିଶ୍ରମ କରିଥାନ୍ତି।ଏହି ଅକ୍ଷରରୁ ଆରମ୍ଭ ନାମର ବ୍ୟକ୍ତି ନିଜର ଦୃଢ ମାନବଳ ଏବଂ ଏକାଗ୍ରତା ପାଇଁ ସବୁସ୍ଥାନରେ ସଫଳତା ଲାଭ କରିବାରେ ସଖ୍ୟମ ହୋଇଥାନ୍ତି।

ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ସ୍ତ୍ରୀ ଓ ପୁରୁଷ ଉଭୟ ବିଶେଷ ଜ୍ଞାନର ଅଧିକାରୀ ହୋଇଥାନ୍ତି।ନିଜର ଆହି ବିଶେଷ ଜ୍ଞାନ ସେମାନଙ୍କୁ ଅନ୍ୟ ମାନଙ୍କ ଠାରୁ ଅଲଗା କରିବା ସହ ସେମାନଙ୍କ ବ୍ୟକ୍ତିତ୍ତ୍ୱ କୁ ଆକର୍ଷକ ବନେଇଥାଏ। ଏହି ବ୍ୟକ୍ତି ମାନେ ବିଦ୍ୟା ଗ୍ରହଣ କରିବାରେ ପ୍ରବଳ ଆଗ୍ରହୀ ହୋଇଥିବାରୁ ସବୁବେଳେ କିଛି ଶିଖିବାର ମାନବୃତି ନେଇ ଅଗକୁ ବଢ଼ିଥାନ୍ତି ଯାହା ସେମାନଙ୍କୁ ସଫଳତାର ଶିର୍ଷ ରେ ପହଞ୍ଚେଇଥାଏ। ଯେଉଁ ସ୍ତାନକୁ ବି ଯାନ୍ତି ସେଠାରେ କିଛି ନ କିଛି ଶିକ୍ଷା ଅହରଣ କରିଥାନ୍ତି।

ଏହି ଅକ୍ଷରରୁ ଏ ଆରମ୍ଭ ନାମର ଵ୍ୟକ୍ତିମାନେ ନିଜର ସଚୋଟ ଗୁଣ ପାଇଁ ସବୁଜଗରେ ଆଦର ପାଇବା ସହ ସନମାନ ମଧ୍ୟ ପାଇଥାନ୍ତି।ଏମାନେ ନିଜ ସଫଳତା ର ଶ୍ରେୟ ନେବା ସହ ଅନ୍ୟ ମାନଙ୍କୁ ବ ସେମାନଙ୍କ ଶ୍ରେୟ ଦେବାରେ ପଛଘୁଞ୍ଚା ଦିଅନ୍ତି ନାହିଁ।ପରୋପକାରୀ ଗୁଣ ଏମାନଙ୍କ ବ୍ୟକ୍ତିତ୍ତ୍ୱ କୁ ପୃଥକ ବନେଇବା ସହ ଆକର୍ଷକ ବ ବନେଇଦେଇଥାଏ।ଏମାନେ ନିଜର ପ୍ରେମ ସମ୍ପର୍କ ପଅଇଁ ମଧ୍ୟ ଚର୍ଚ୍ଚାକୁ ଆସିଥାନ୍ତି।ନିଜର ଖୋଲା ମିଯାଜ ପାଇଁ ଏମନେ ସମସ୍ତଙ୍କ ସହ ସହଜରେ ମିଶି ଯାଇଅନ୍ତି ଯାହା ନିଜ ପ୍ରେମ ଜୀବନରେ ଆସନ୍ତି ଆଣିଥାଏ।ନିଜ ପାର୍ଟନରକୁ ଅଧିକ ପ୍ରେମ କରୁଥିବା ସତ୍ୱେ ମଧ୍ୟ ଆସାନ୍ତି ଲାଗିରହେ।ଏମାନେ ସର୍ବଦା ନିଜକୁ ମହତ୍ୱ ଦେଉଥିବାରୁ ନିଜ ପାର୍ଟନର କୁ ମହତ୍ୱ ଦେବାରେ ଅସମର୍ଥ ହୋଇଥାନ୍ତି ଯାହା ଏମାନଙ୍କ ପ୍ରେମ ସମ୍ପର୍କ ରେ ଫଟ ଆଣିଥାଏ।ଏହି ବ୍ୟକ୍ତି ମନେ ନିଜର ସ୍ୱାର୍ଥପର ଗୁଣ ପାଇଁ ସର୍ବଦା ପ୍ରେମରେ ବିଫଳ ରୁହନ୍ତି।

ଭଲ ଗୁଣ ସହ ଏମାନଙ୍କ ପାଖେ ଥିବା ଖରାପ ଗୁଣ ମଧ୍ୟ ଅମାନଙ୍କ ଜୀବନକୁ ରହସ୍ୟମୟ ବନେଇଥାଏ। ଜିଦିଆ ହୋଇଥିବାରୁ ସହଜରେ ରାଗ ଛାଡିନଥାନ୍ତି ଏମାନେ । ନିଜ ଭୁଲ କୁ ମାନିବାବଦଳରେ ଏମାନେ ଅନ୍ୟର ଦୋଷ ଧରିବାରେ ମହୀର ହୋଇଥାନ୍ତି।ରାଗି ସ୍ୱଭାବର ହୋଇଥିବାରୁ ଏମାନେ ସର୍ବଦା ପ୍ରିୟଜନ ମାନଙ୍କୁ ହରେଇଦେଇଥାନ୍ତି।ନିଜ କଷ୍ଟକୁ ଏମାନେ କାହା ସହ ବାଣ୍ଟି ପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *