February 14, 2025

Odia Express

Leading Odia News Portal of Odisha

ଭଲ କିମ୍ବା ଖରାପ ସ୍ୱପ୍ନ ଦେଖିଲେ କଣ କରିବା ଉଚିତ – କଣ କରିବା ଉଚିତ ନିଶ୍ଚୟ ଏହି କଥା ଗୁଡିକ ଜାଣିରଖନ୍ତୁ..

ବନ୍ଧୁଗଣ ସ୍ୱପ୍ନ ସମସ୍ତେ ଦେଖନ୍ତି ଏବଂ କେବେବି ଦେଖିପାରନ୍ତି।ବେଳେବେଳେ ସେମାନେ ଏମିତି ସ୍ୱପ୍ନ ବି ଦେଖନ୍ତି ଯାହାର ଆପଣଙ୍କ ଜୀବନରେ କିଛି ବି ସାମଞ୍ଜସ୍ୟ ନଥାଏ।ମିଠା ସ୍ୱପ୍ନ,ଭୟଙ୍କର ସ୍ୱପ୍ନ,ସଫଳତା ଏବଂ ବିନାଶ ଭଳି ସ୍ୱପ୍ନରେ କିଛି ବି ଦେଖାହୋଇପରେ।ଆଜି ଆମେ ଜାଣିବା କେଉଁ ସ୍ୱପ୍ନ ପୁର୍ଣ ହୋଇଥାଏ ଏବଂ କେଉଁ ସ୍ୱପ୍ନ ହୋଇନଥାଏ।କେଉଁ ପ୍ରକାର ସ୍ୱପ୍ନ କେବେ ସଫଳ ହେବାର ସମ୍ଭାବନା ଥାଏ ଏବଂ ସୁଖୀ ସ୍ୱପ୍ନ ଦେଖିଲେ କଣ କରିବା ଉଚିତ ଏବଂ ଦୁଃଖ ଦେଖିଲେ କଣ କରିବା ଉଚିତ।ଆଜି ଆମେ ଆପଣଙ୍କୁ ସ୍ୱପ୍ନକୁ ନେଇକରି ସ୍ୱପ୍ନଶାସ୍ତ୍ର କଣ କହିଥାଏ କହିବା ସହଜେଟ ଏହା ବି କହିବୁ କି କଣ କହିଥାଏ ମନୋବିଜ୍ଞାନ।

ଯଦି ଆପଣ ଭଲ ସ୍ୱପ୍ନ ଦେଖିଛନ୍ତି ତାହେଲେ ଏହି କାର୍ଯ୍ୟ ନିଶ୍ଚୟ କରନ୍ତୁ।କୌଣସି ଭଲ ସ୍ୱପ୍ନ ଦେଖିବା ପରେ ଯଦି ନିଦ ଭାଙ୍ଗିଯାଏ ତାହେଲେ ଆଉଥରେ ଶୋଇବା ଉଚିତ ନୁହଁ।ଏଥିପାଇଁ ଇଶ୍ୱରଙ୍କ ଧନ୍ୟବାଦ କରନ୍ତୁ ଏବଂ କୌଣସି ମଦିର ଆଗରେ ବସି ଈଶ୍ୱରଙ୍କ ଧ୍ୟାନ କରନ୍ତୁ।ନିଜର ଇଷ୍ଟଦେବଙ୍କର ଚିନ୍ତନ କରିବା ଉଚିତ।ଏହା ସହ ଯୋଡିଥିବା ଗୋଟେ କଥା ଧ୍ୟାନରେ ରଖନ୍ତୁ।ଏହାକୁ କେବେବି କାହାକୁ କୁହନ୍ତୁ ନାହିଁ ନିଜ ମଧ୍ୟରେ ହି ସୀମିତ ରଖନ୍ତୁ।

ଯଦି ଆପଣ ଖରାପ ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି କାର୍ଯ୍ୟ କରନ୍ତୁ।ପ୍ରଥମେ ସକାଳୁ ଉଠି ଏହାକୁ କାହାକୁ ନ କାହାକୁ କହିଦେବା ଉଚିତ।ସ୍ନାନ ପରେ ଶିବଙ୍କର ଧ୍ୟାନ କରିବା ଉଚିତ।ଖରାପ ସ୍ୱପ୍ନ ଦେଖିଥିଲେ ତୁଳସୀ ଗଛରେ ସ୍ନାନ ପରେ ପାଣି ଦେବା ଉଚିତ ଏବଂ ତୁଳସୀ ମାତାଙ୍କୁ ନିଜର ସ୍ୱପ୍ନ ବିଷୟରେ କହିଦେବ ଉଚିତ।ଯଦି ଏହା ଲାଗିଥାଏ କି ଦେଖିଥିବା ସ୍ୱପ୍ନ ଅନିଷ୍ଟକାରୀ ହୋଇପାରେ ତାହେଲେ ଏହାର ନିବାରଣ କରନ୍ତୁ।ଏହାଦ୍ୱାରା ଖରାପ ସ୍ୱପ୍ନର ପ୍ରଭାବ ଅତ୍ୟନ୍ତ କ୍ଷୀଣ ଅଥବା ସମାପ୍ତ ହୋଇଯାଏ।ଯଦି ଆପଣ ଭୟାନକ ସ୍ୱପ୍ନ ରାତି ୧୨ ରୁ ୨ ମଧ୍ୟରେ ଦେଖିଛନ୍ତି ତାହେଲେ ତୁରନ୍ତ ଶିବଙ୍କର ସ୍ମରଣ କରନ୍ତୁ ଏବଂ ସକାଳୁ ଉଠି ଶିବଙ୍କର ମନ୍ଦିର ଯାଇ ସେଠାରେ ପୂଜା କରନ୍ତୁ ଏହାଦ୍ୱାରା କୌଣସି ଅନିଷ୍ଟକାରୀ ସଙ୍କଟ ଯଦି ଆସିବାର ଥିବା ତାହା ନଷ୍ଟ ହୋଇଯାଏ ଅଥବା ଏହାର ତୀବ୍ରତା କମିଯାଏ।

ଯଦି ଭୟାନକ ସ୍ୱପ୍ନ ସକାଳ ୪ଟାର ଆଖପାଖରେ ଦେଖନ୍ତି ତାହେଲେ ସକାଳେ ଉଠି କାହାକୁ କିଛି ନ କହି ସର୍ବ ପ୍ରଥମେ ତୁଳସୀ ଗଛକୁ ସବୁ କିଛି କହିଦିଅନ୍ତୁ।ଏହାଦ୍ଵାରା ଏହାର ପ୍ରଭାବ କାମ ହୋଇଥାଏ।ଯଦି ସ୍ୱପ୍ନ ବହୁତ ଖରାପ ଥାଏ ଏବଂ ଆପଣଙ୍କ ଘରେ ତୁଳସୀ ଗଛ ନଥାଏ ତାହାଲେ ସକାଳେ ଉଠି ଏକ ଧଳା କାଗଜରେ ଏହାକୁ ଲେଖି ଜଳାଇଦିଅନ୍ତୁ ଏବଂ ଏହାର ପାଉଁଶକୁ ଜଳରେ ବିସର୍ଜିତ କରିଦିଅନ୍ତୁ।ଏହା ପରେ ସ୍ନାନ କରି ଶିବଙ୍କର ପଂଚକ୍ଷରି ମନ୍ତ୍ର ଜାପ କରନ୍ତୁ।ତାପରେ ଆପଣ ଆଉ ଭୟ କରନ୍ତୁ ନାହିଁ ଖରାପ ଫଳ ନଷ୍ଟ ହୋଇଯିବ।ଯଦି ଆପଣଙ୍କୁ ଲାଗିଥାଏ ସ୍ୱପ୍ନ ବହୁତ ଅନିଷ୍ଟକାରୀ ଥିଲା ତାହେଲେ ଆପଣ ସୁନ୍ଦରକାଣ୍ଡର ପାଠ କରନ୍ତୁ।ଏହା ସକାଳେ କିମ୍ବା ସନ୍ଧ୍ୟା କେବେବି ହନୁମାନଜୀଙ୍କ ମନ୍ଦିରରେ କରାଯାଇପାରେ।ଏହାପରେ ମଧ୍ୟ ଯଦି ସ୍ୱପ୍ନ ଆଉଥରେ ଆସିଥାଏ ତାହେଲେ ଡରନ୍ତୁ ନାହିଁ ଏହା ଆପଣଂକୁ କିଛି କରିବା ନାହିଁ କାରଣ ଆପଣ ଏହାର ନିବାରଣ କରିସାରିଛନ୍ତି।

ବନ୍ଧୁଗଣ ସ୍ୱପ୍ନ କେତେଦିନ ମଧ୍ୟ ପୁରା ହୋଇପାରେ ଆସନ୍ତୁ ଜାଣିବା।ସୁର୍ଯ୍ୟୋଦୟ ଟିକେ ପୂର୍ବରୁ ଦେଖାଯାଇଥିବା ସ୍ୱପ୍ନ ୧୦ ଦିନରେ ସାମ୍ନାକୁ ଆସିପାରେ।

ରାତିରେ ୧୨ ପୂର୍ବରୁ ଦେଖିଥିବା ସ୍ୱପ୍ନ ମନର ବିକୃତିର କାରଣ ହୋଇଥାଏ।ଏହି ସ୍ୱପ୍ନକୁ ଅର୍ଥହୀନ କୁହାଯାଇଅଛି।ଏହାକୁ ଭୁଲିଯାଅନ୍ତୁ।ଏହାର କୋୖଣସି ଖରାପ ପ୍ରଭାବ ପଡିବ ନାହିଁ।ରାତିର ୧୨ ରୁ ୧ ମଧ୍ୟରେ ଦେଖାଯାଇଥିବା ସ୍ୱପ୍ନର ଫଳ ଆସିବାକୁ ୩ ବର୍ଷ ଲାଗିଥାଏ।୧ ରୁ ୨ ମଧ୍ୟରେ ଦେଖିଥିବା ସ୍ୱପ୍ନର ଫଳ ୧ ବର୍ଷ ମଧ୍ୟରେ ଘଟିଥାଏ ଏବଂ ୩ ରୁ ୪ ମଧ୍ୟରେ ଦେଖିଥିବା ସ୍ୱପ୍ନ ୬ ମାସ ମଧ୍ୟରେ ଘଟିଥାଏ।ସକାଳ ୪ରୁ ୫ ମଧ୍ୟରେ ଦେଖାଯାଇଥିବା ସ୍ବପ ୩ ମାସରେ ଫଳ ଦେଇପାରେ।ସକାଳ ୫ ରୁ ୬ ମଧ୍ୟର ସ୍ୱପ୍ନ ଫଳିଭୂତ ହେବାପାଇଁ ୨ ମାସ ଲାଗିଥାଏ।ସକାଳେ ଦେଖାଯାଇଥିବା ସ୍ୱପ୍ନ କୌଣସି ପ୍ରଭାବ ପକାଏ ନାହିଁ ଏଥିପାଇଁ ଏହାକୁ ଦିବାସ୍ବପ୍ନ କୁହାଯାଏ।

ଆସନ୍ତୁ ଜାଣିବା ସ୍ୱପ୍ନ ବିଷୟରେ କିଛି ରୋଚକ ତଥ୍ୟ।ଜଣେ ଲୋକ ଗୋଟେ ରେଇରେ ୬ ରୁ ୭ ଥର ସ୍ୱପ୍ନ ଦେଖିଥାଏ ଏବଂ ଏହା ମଧ୍ୟରୁ ୯୦ ପ୍ରତିଶତ ସ୍ୱପ୍ନ ଆମେ ଉଠିବା ପରେ ହି ଭୁଲିଯାନ୍ତି।ସ୍ୱପ୍ନ ଦେଖିବାରେ ଆମେ ଆମ ଜୀବନର ୬ ବର୍ଷ କାଟିଦିଅନ୍ତି।

ଆପଣ କଣ ଜାଣିଛନ୍ତି ଦୁନିଆର କେତେକ ବଡ ଆବିଷ୍କାର ସ୍ୱପ୍ନ ଦ୍ୱାରା ଆସିଛି।ଯେମସ ୱାସଟନ ସ୍ୱପ୍ନରେ ହି ଡିଏନେର ଆକୃତି ଦେଖିଥିଲେ ଏବଂ ଏଥିସହିତ ହେଲିୟେସ ମଧ୍ୟ ସ୍ୱପ୍ନରେ ସିଲେଇ ମେସିନକୁ ଦେଖିଥିଲେ।ଏମିତି ବହୁତ ଉଦାହରଣ ଅଛି ଯେଉଁଠି ଲୋକ ସ୍ୱପ୍ନକୁ ପିଛକରି ଲୋକଙ୍କ ଜୀବନ ମଧ୍ୟ ବଞ୍ଚେଇଛନ୍ତି।

Leave a Reply

Your email address will not be published. Required fields are marked *