ଋଣର ବୋଝକୁ ହାଲ୍କା କରିବା ପାଇଁ ଆପଣନ୍ତୁ ଏହା ମଧ୍ୟରୁ ଗୋଟେ ଉପାୟ,ଋଣ ଆରାମରେ ଖସିଯିବ..
ଋଣ ଚଢ଼ିଗଲେ ମନୁଷ୍ୟ ବହୁତ ପରିସାନ ହୋଇଯାଏ ଏବଂ ଏହାକୁ ଦେବାର ଉପାୟ ଖୋଜିଥାଏ।ସେମାନେ ମାନସିକ ରୂପରେ ମଧ୍ୟ ଆଘାତ ହୋଇଥାନ୍ତି।ଯଦି ଆପଣଙ୍କ ଉପରେ ବି ଋଣ ରହିଛି ତାହେଲେ ଡରନ୍ତୁ ନାହିଁ ଏବଂ ଏହି ଉପାୟ ଆପଣନ୍ତୁ।ଏହା ଦ୍ୱାରା ଆପଣଙ୍କୁ ଧନ ଲାଭ ହେବ ଏବଂ ଆରମ ସେ ଋଣ ମଧ୍ୟ ଖସିଯିବ।ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।
୧.ମସୁର ଡ଼ାଲିର ଉପାୟ:- ଏହି ଉପାୟ କରିବା ଦ୍ୱାରା ଧନଲାଭ ହେବ ଏବଂ ଋଣ ସହଜରେ ଖସିଯିବ।ଋଣ ହଟେଇବା ପାଇଁ ମସୁର ଡ଼ାଲିର ଦାନ କରନ୍ତୁ ଏବଂ ମଙ୍ଗଳବାର ଦିନ ହନୁମାନଙ୍କୁ ଏହି ଡ଼ାଲି ଚଢାନ୍ତୁ।ଏହି ଉପାୟ ଅନୁସାରେ ମଙ୍ଗଳବାର ସ୍ନାନ କରି ମନ୍ଦିର ଯାଆନ୍ତୁ ଏବଂ ହନୁମାନଙ୍କୁ ଏହି ଡ଼ାଲି ଚଢ଼ାନ୍ତୁ।ଏହା ସନ୍ଧ୍ୟାର ୭ଟାରେ କରନ୍ତୁ।
୨.ଇସାନ କୋଣକୁ ସଫା ରଖନ୍ତୁ:- ଏହା ଘରର ସବୁଠୁ ସୁଦ୍ଧ କୋଣ ହୋଇଥାଏ ଏବଂ ଏହି କାରଣରୁ ହି ଏହି କୋଣରେ ମନ୍ଦିର ତିଆରି କରିବାର ପରାମର୍ଶ ବାସ୍ତୁ ଶାସ୍ତ୍ରରେ ଦିଆଯାଇଅଛି।ବାସ୍ତୁ ଶାସ୍ତ୍ର ଅନୁସାରେ ଏହି କୋଣକୁ ସର୍ବଦା ସଫା ରଖିବା ଉଚିତ ନଚେତ ଧନହାନୀ ଘଟିଥାଏ।ଏହାକୁ ସର୍ବଦା ସଫା ରଖନ୍ତୁ।ଏହା କରିବା ଦ୍ୱାରା ଧନହାନୀ ହେବ ନାହିଁ।
୩.ଗଣପତିଙ୍କ ପ୍ରତିମା:- ଘରର ମୁଖ୍ୟଦ୍ୱାରରେ ଗଣପତିଙ୍କ ୨ଟି ପ୍ରତିମା ଲଗାନ୍ତୁ ଏବଂ ମନେ ରଖନ୍ତୁ ଏହାର ରଙ୍ଗ ସବୁଜ ହେବା ଦରକାର।ଏହି ପ୍ରତିମାଙ୍କୁ ଏପରି ଲଗାନ୍ତୁ କି ଏମାନଙ୍କ ପିଠି ପରସ୍ପର ଆଡକୁ ରହିବ।ଏହାକୁ ବୁଧୁବାର ଦିନ ହି ଲଗାନ୍ତୁ କାରଣ ଏହା ଗଣେଶଜିଙ୍କ ସହି ଯୋଡି ହୋଇଥାଏ।
୪.ଗାଈକୁ ଖାଇବାକୁ ଦିଅନ୍ତୁ ଡ଼ାଲି:- ବହୁତ ଚେଷ୍ଟା ସତ୍ତ୍ୱେ ବି ଯଦି ଆପଣ ଋଣ ଦେଇପାରୁନାହାନ୍ତି ତାହେଲେ ଆପଣ ବୁଧୁବାର ଏହି ଉପାୟ କରନ୍ତୁ।ଏହି ଉପାୟ ଅନୁସାରେ ମୁଗକୁ ପାଣିରେ ଫୁଟାନ୍ତୁ ଏବଂ ଏହାପରେ ଏହାକୁ ଛାଣି ଗୁଡ଼ ଏବଂ ଘିଅ ମିଶାନ୍ତୁ।ଏହାପରେ ଏହାକୁ କୌଣସି ବି ଗାଈକୁ ଖୁଆଇଦିଅନ୍ତୁ।ଲଗାତାର ୫ଟି ବୁଧୁବାର ଏହା କରିବା ଦ୍ୱାରା ସମସ୍ତ ଋଣ ପଳେଇବ।
୫.କରନ୍ତୁ ହନୁମାନଙ୍କ ପୂଜା:- ପ୍ରତି ମଙ୍ଗଳବାର ହନୁମାନଜୀଙ୍କ ପୂଜା କରନ୍ତୁ।ଋଣକୁ ମୁକ୍ତି ପାଇବା ପାଇଁ ଆପଣ ପ୍ରତି ମଙ୍ଗଳବାର ଦିନ ହନୁମାନଙ୍କୁ ଚମେଲିର ତେଲ ଏବଂ ସିନ୍ଦୁର ଅର୍ପଣ କରନ୍ତୁ।ପୂଜା ଶେଷ ହେବାପରେ ସେହି ସିନ୍ଦୁରର ତିଳକ କରନ୍ତୁ ଏବଂ ହନୁମାନଚାଳିସା ପାଠ କରନ୍ତୁ।
୬.ଲଷ୍ମୀ ମାତାଙ୍କର କରନ୍ତୁ ପୂଜା:- ଲଷ୍ମୀ ମାତା ଧନଙ୍କର ଦେବୀ ମନାଯାଆନ୍ତି।ସେଥିପାଇଁ ଶୁକ୍ରବାର ଦିନ ତାଙ୍କ ପୂଜା କରନ୍ତୁ ଏବଂ ପଦ୍ମ ଫୁଲ ଅର୍ପଣ କରନ୍ତୁ।ଏହା କରିବା ଦ୍ୱାରା ଋଣ ଖସିଯିବ ଏବଂ ଧନଲାଭ ମଧ୍ୟ ହେବ।
ଋଣ ନେବା ପୂର୍ବରୁ ଏହି କଥାକୁ ମନେରଖନ୍ତୁ।ଯଦି ଆପଣ ଋଣ ନେଉଛନ୍ତି ତାହେଲେ ଏହା କେବଳ ବୁଧୁବାର ଦିନ ନିଅନ୍ତୁ କାରଣ ଏହା କୁହାଯାଏ କି ବୁଧୁବାର ଦିନ ନିଆଯାଇଥିବା ଋଣ ସହଜରେ ଖସିଯାଏ।କେବେବି ଶନିବାର ଦିନ ଋଣ ନିଅନ୍ତୁ ନାହିଁ କାରଣ ଏହାକୁ ସୁଝିବାକୁ ବହୁତ ବର୍ଷ ଲାଗିଯାଇଥାଏ।ସବୁବେଳେ ଶୁଭ ମୁହୂର୍ତ୍ତରେ ନିଅନ୍ତୁ ଋଣ କାରଣ ରାହୁକାଳରେ ନିଆଯାଇଥିବା ଋଣ କେବେ ଖସେ ନାହିଁ ଏବଂ ଋଣର ଭାର ବଢ଼ିବାରେ ଲାଗିଥାଏ।ଋଣ ସୁଝିବା ପାଇଁ ମଙ୍ଗଳବାର ଅତ୍ୟନ୍ତ ଶୁଭ ହୋଇଥାଏ।ଏହା କରିବା ଦ୍ୱାରା ଆପଣଙ୍କ ଉପରେ ଆଉ କେବେ ଋଣ ଚଢ଼ିବ ନାହିଁ।