ଘରେ ଆଜି ହିଁ ଲଗାନ୍ତୁ ଏହି ୫ ଟି ଗଛ – କେବେ ରୋଗରେ ପଡିବେନି ସବୁବେଳେ ରହିବେ ସୁସ୍ଥ..

ଯେବେ ବିଜ୍ଞାନ ନଥିଲା ସେତେବେଳେ କଣ ଲୋକଙ୍କର ରୋଗର ଚିକିତ୍ସା ହେଉନଥିଲା?ସେତେବେଳ କଣ ଲୋକ ରୋଗରେ ପଡୁନଥିଲେ?ସେତେବେଳେ ବଡ ବଡ ରୋଗରୁ ମୁକ୍ତି ପାଇବାର ଔଷଧ କଣ ବାହାରୁନଥିଲା।ନିଶ୍ଚୟ ହେଉଥିଲା ଏବଂ ସେହି ସମୟରେ ଏହା ସବୁ ପ୍ରାକୃତିକ ମାଧ୍ୟମରେ ହେଉଥିଲା ଯାହାକୁ ଆଜିର ଯୁଗ ଭୁଲିସାରିଛି।ପ୍ରକୃତି ଆମକୁ ଏତେ କିଛି ଦେଇଛି ଯେଉଁଥିରେ ଆମେ ପ୍ରତ୍ୟେକ ଶାରୀରିକ ରୋଗର ଚିକିତ୍ସା ପାଇପାରିବା।
ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଔଷଧର ମହତ୍ଵ କହିବା ସହିତ ସେପରି କଣ ଗଛପତ୍ର ରହିଛି ଯାହାକୁ ଯଦି ଆପଣ ନିଜ ଆଖପାଖରେ ଲଗେଇବେ ତାହେଲେ ଆପଣ କିପରି ବହୁତ ସାରା ରୋଗରୁ ମୁକ୍ତି ପାଇପାରିବେ ସେହି ବିଷୟରେ କହିବୁ।ଏହାକୁ ଆପଣ ନିଜ ଘର ଭିତରେ ମଧ୍ୟ ଲଗେଇପାରିବେ।
ପ୍ରଥମ ହେଉଛି ତୁଳସୀ ଗଛ:-ଏହା ଆପଣ ସବୁ ହିନ୍ଦୁମାନଙ୍କ ଘରେ ଦେଖିପାରିବେ କାରଣ ଭାରତରେ ଏହାକୁ ପୂଜନୀୟ ମଣାଯାଇଅଛି।ଉପାସନା ଛଡା ଏହି ଗଛର ଆହୁରି ମଧ୍ୟ ବହୁତସାରା ଗୁଣ ରହିଅଛି।ଘରର ଯେଉଁ କୋଣରେ ଏହି ଗଛ ରହିଥାଏ ସେଠାକୁ ଜୀବାଣୁ ଆସନ୍ତି ନାହିଁ।ଏହାସହିତ ଏହାର ମହକରେ ପରିବେଶ ମଧ୍ୟ ଭଲ ରହିଥାଏ ଏବଂ ଆମ ମାନସିକ ସନ୍ତୁଳନକୁ ବଜାୟ ରଖିଥାଏ।
ଦ୍ୱିତୀୟ ଗଛ ହେଉଛି ପୁଦିନା:-ପେଟର ସମସ୍ୟାକୁ ଦୁର କରିଥାଏ ଏହାର ପତ୍ର।କଣ ଆପଣ ଜାଣିଛନ୍ତି ଉର୍ବର ମାଟିରେ ଯଦି ଏହି ଗଛ ଲଗାଯାଏ ତାହେଲେ ଏହା ୨ ରୁ ୩ ଦିନ ମଧ୍ୟରେ ଉଠିଯାଏ।ଏହା ତୁଳସୀ ଗଛଠାରୁ ମଧ୍ୟ ଅଧିକ ମହକ ଦେଇଥାଏ।ଏହାର ଚଟଣୀକୁ ଖାଇବା ଦ୍ୱାରା ପାଚନ ଶକ୍ତି ବଢ଼ିଥାଏ।ଏହାସହିତ ଏହା ପେଟ ଗରମକୁ ମଧ୍ୟ ଭଲ କରିଥାଏ।
୩ୟ ହେଉଛି ଧନିଆ:-କୌଣସିବି ତରକାରୀର ଶୋଭାକୁ ବଢ଼ାଇଥାଏ ତା ଉପରେ ପଡିଥିବା ଧଣିଆ।ଏହା କେବେଳ ସଜେଇବା ପାଇଁ ନୁହଁ ଶାରୀରିକ ଫାଇଦା ପାଇଁ ମଧ୍ୟ ବ୍ୟବାହାର କରାଯାଇଥାଏ।ଏଥିରେ ଭିଟାମିନ A ରହିଥାଏ ଯାହା ମଧୁମେୟକୁ କଣ୍ଟ୍ରୋଲ କରିଥାଏ।ଏହାସହିତ ଔଷଧୀୟ ଗୁଣ ଶରୀରରୁ ଥକାନ ନଷ୍ଟ କରିଥାଏ।ଏହାର କାଣ୍ଡକୁ ଖାଇବା ଦ୍ୱାରା ଥୈରଏଡ଼କୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରେ।
ଚତୁର୍ଥ ହେଉଛି ଭୃସୁଙ୍ଗ ପତ୍ର:-ଦକ୍ଷିଣ ଭାରତର ଲୋକ ନିଜ ସ୍ୱାସ୍ଥ୍ୟର ସମ୍ପୁର୍ଣ୍ଣ ଯତ୍ନ ନେଇଥାନ୍ତି।ସେମାନେ କୌଣସି ଏମିତି ଜିନିଷ ଖାଆନ୍ତି ନାହିଁ ଯାହା ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ।ସେଥିପାଇ ଏମାନଙ୍କ ତିଆରି ଜିନିଷରେ ଏହି ପତ୍ର ନିଶ୍ଚୟ ପଡିଥାଏ।ଏହାର ସବୁଠୁ ବଡ ଫାଇଦା ହେଉଛି ମଧୁମୟକୁ କଣ୍ଟ୍ରୋଲ କରିବା।ଡାକ୍ତର ମଧ୍ୟ ଡାଇବେଟିଜ ରୋଗୀକୁ ଏହି ପତ୍ର ଖାଇବାର ଉପଦେଶ ଦିଅନ୍ତି।ଏହାଛଡା ଏହା ତରକାରୀରେ ପଡୁଥିବା ମସଲାର କମିକୁ ଏକା ହି ଭରି ଦେଇଥାଏ।
ପଞ୍ଚମ ହେଉଛି ରସୁଣ ଗଛ:-ଭୋଜନରେ ଏହାର ସେବନ ଦ୍ୱାରା ଆପଣ ବହୁତ ରୋଗରୁ ମୁକ୍ତି ପାଇପାରିବେ।ଏହାକୁ ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ।ସେଥିପାଇଁ ଆପଣ ନିଶ୍ଚୟ ଏହାକୁ ପ୍ରତିଦିନ ବ୍ୟବହାର କରନ୍ତୁ।ଏହାକୁ ଖାଦ୍ୟ ପଦାର୍ଥରେ ବ୍ୟବହାର କରିବାର ସବୁଠୁ ବଡ ଫାଇଦା ହେଉଛି ଏହା କେବେ କ୍ୟାନ୍ସରକୁ ବଢିବାକୁ ଦିଏନାହିଁ।ତ ବନ୍ଧୁଗଣ ଏଠାରେ କୁହାଯାଇଥିବା ସମସ୍ତ ଗଛକୁ ନିଜ ଘରେ ନିଶ୍ଚୟ ଲଗାନ୍ତୁ ଏବଂ ସୁସ୍ଥ ରୁହନ୍ତୁ।