November 2, 2024

Odia Express

Leading Odia News Portal of Odisha

ଯଦି ଘରକୁ ଆସିଯାଆନ୍ତି ଏହି ପକ୍ଷୀ ତାହେଲେ ମାଲାମାଲ ହୋଇଯିବେ ଆପଣ – ଏହି ୫ଟି ପକ୍ଷୀ ଘରକୁ ଆସିବା ଦ୍ୱାରା ନିଜ ସହ ଆଣିଥାନ୍ତି ଖିସି

ସମସ୍ତେ ଏହା ଚାହିଁଥାନ୍ତି କି ତା ଘରେ ସୁଖସମୃଦ୍ଧିର ବାସ ହଉ।ନିଜ ଘରେ ଖୁସି ପାଇଁ ଆମେ ବହୁତ ଧାର୍ମିକ କାର୍ଯ୍ୟ ମଧ୍ୟ କରାଇଥାନ୍ତି।ଏହାସହିତ ଆମେ ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ସବୁ ନିୟମର ପାଳନ ମଧ୍ୟ କରିବାକୁ ଚେଷ୍ଟା କରିଥାନ୍ତି।

ହିନ୍ଦୁଧର୍ମରେ ଦେବିଦେବତାଙ୍କ ପୂଜା ସହିତ ତାଙ୍କ ବାହନମାନଙ୍କ ପୂଜାର ମଧ୍ୟ ନିୟମ ରହିଛି।କେତେକ ଦେବିଦେବତାଙ୍କ ବାହନ ପଶୁ ଏବଂ କେତେକଙ୍କର ପକ୍ଷୀ ହୋଇଥାନ୍ତି।କାର୍ତ୍ତିକନ୍କ ବାହନ ମୟୁର ଅଟେ,ମାତା ଲଷ୍ମୀଙ୍କ ବାହନ ହଂସ ମଣାଯାଏ ଏବଂ ବିଷ୍ଣୁଙ୍କର ବାହନ ଗରୁଡ଼ ଅଟେ।ମନାଯାଏ କି ଏହି ବାହନଙ୍କର ସେବା କରିବା ଦ୍ୱାରା ଶୁଭ ଫଳର ପ୍ରାପ୍ତି ହୋଇଥାଏ।ଶାସ୍ତ୍ର ଅନୁସାରେ ଗାଈ,କୁକୁର ଏବଂ ପଶୁମାନଙ୍କୁ ଖାଦ୍ୟ ଖୁଆଇବା ଦ୍ୱାରା ପୁଣ୍ୟ ହୋଇଥାଏ ଏବଂ ଏହାସହିତ ପକ୍ଷୀମାନେ ଆମକୁ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ବିଷୟରେ ମଧ୍ୟ ସୂଚନା ଦେଇଥାନ୍ତି।ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ଯାହା ଆମକୁ ପକ୍ଷୀମାନଙ୍କ କହିବା ଦ୍ୱାରା ଜଣାପଡ଼ିଥାଏ।

ମନାଯାଏ କି ଯଦି ଘରେ ଅଚାନକ ଶୁଆ ଆସିଯାଏ ତାହେଲେ ଏହା ଧନଲାଭ ହେବାର ସଂକେତ ଦେଇଥାଏ।ଯଦି ଆପଣଙ୍କ ଘରେ ଶୁଆ ଆସିଥାଏ ତାହେଲେ ଜାଣିନିଅନ୍ତୁ ଆପଣଙ୍କର ବହୁତ ଶୀଘ୍ର ଧନଲାଭ ହେବାକୁ ଯାଉଛି।କେଉଁଠି ରହିଥିବା ପଇସା ମିଳିପାରେ ନହେଲେ ଯଦି କେଉଁଠି ଆପଣ ପଇସା ଲାଗେଇଥିଲେ ସେଥିରୁ ଆପଣଙ୍କୁ ଲାଭ ମିଳିପାରେ।

ଯଦି ଆପଣଙ୍କ ଘରେ କାଉ ଦେଖାଯାଏ ତାହେଲେ ଏହା କୌଣସି ଅତିଥୀଙ୍କ ଆସିବାର ସଂକେତ ଦେଇଥାଏ।ଆମେ ଛୋଟାବେଳୁ ଶୁଣି ଆସୁଛୁ କି ଯଦି କାଉ ରବିଥାଏ ତାହେଲେ ଲୋକ କହିଥାନୟୀ କିଏ ଆସିବାକୁ ଯାଉଛି।ଏଥିପାଇଁ କାଉର ଘରେ ରାବିବା କୌଣସି ଅତିଥୀଙ୍କ ଘରକୁ ଆସିବାର ସଂକେତ ଦେଇଥାଏ।

ପେଚା ମାତା ଲଷ୍ମୀଙ୍କ ବାହନ ହୋଇଥାଏ।ଯଦି ଏହି ପେଚା ଘରେ କିମ୍ବା ଘରର ଆଖପାଖରେ ଦେଖାଯାଏ ତାହେଲେ ଜାଣିନିଅନ୍ତୁ କିଛି ଶୁଭ ହେବାକୁ ଯାଉଛି।ଏହାର ଦେଖାଦେଲେ ଆପଣଙ୍କୁ ପଇସା ମିଳିବାର ମଧ୍ୟ ସମ୍ଭାବନା ଥାଏ।

ପେଚାର ଦର୍ଶନ ଯେତେ ଶୁଭ ହୋଇଥାଏ ସେହିପରି ବାଦୁଡିର ଦର୍ଶନ ସେତେ ଖରାପ ହୋଇଥାଏ।ଯଦି ଆପଣଙ୍କ ଘରେ ବାଦୁଡି ପଶିଯାଏ ତାହେଲେ ଜାଣିନିଅନ୍ତୁ ଏହା କାହାର ମରିବାର ସୂଚନା ଦେଇଥାଏ।ସେଥିପାଇଁ ବାଦୁଡିର ଘରେ ପଶିବା ବହୁତ ଅଶୁଭ ମନାଯାଇଥାଏ।

ଆପଣଙ୍କ ଘରେ ଯଦି ପକ୍ଷୀ ବସା କରିଥାଏ ତାହେଲେ ଏହାର ଅର୍ଥ ହେଉଛି ଘରେ ବହୁତ ଶୀଘ୍ର ଖୁସି ଆସିବାକୁ ଯାଉଛି।ଏହାଦ୍ୱାରା ଘରକୁ ଆସୁଥିବା ସମସ୍ତ ବାଧା ଟଳିଯାଏ।ଯଦି ଆପଣଙ୍କୁ ଦିନରେ ଗଞ୍ଜାର ଶବ୍ଦ ଶୁଣାଯାଏ ତାହେଲେ ଆପଣଙ୍କର କୌଣସି ବନ୍ଧୁଙ୍କ ସହ ଦେଖା ହୋଇପାରେ।

ଏହା ମନାଯାଏ କି ଟିଟରୀ ଯଦି ଆପଣଙ୍କୁ କେବେ ଗଛରେ ବସା କରିବାର ଦେଖାଯାଏ ତାହେଲେ ଏହାର ଅର୍ଥ ହେଉଛି ଭୂମିକମ୍ପ ଆସିବାର ଅଛି କାରଣ ଏମାନେ ସବୁବେଳେ ମାଟିରେ ବସା କରନ୍ତି ଏବଂ ମାଟିରେ ହି ଅଣ୍ଡା ଦେଇଥାନ୍ତି।

ଯଦି ସକାଳୁ ସକାଳୁ ଆପଣଙ୍କୁ ପାରାର ଶବ୍ଦ ଶୁଭିଥାଏ ତାହାଲେ ଏହା ପ୍ରେମ ସମ୍ବନ୍ଧୀୟ ସୂଚନା ଦେଇଥାଏ।ସନ୍ଧ୍ୟାବେଳେ ଯଦି ଏହା ଶୁଭିଥାଏ ତାହେଲେ ଘରେ ଚୋରି ହେବା ଏବଂ କଳିଝଗଡା ହେବାର ସଂକେତ ଦେଇଥାଏ।

Leave a Reply

Your email address will not be published. Required fields are marked *