October 26, 2024

Odia Express

Leading Odia News Portal of Odisha

ଗୁଣ୍ଡୁଚିମୂଷା ଘରେ ଦେଖାଯିବା ଶୁଭ ହୋଇଥାଏ କି ଅଶୁଭ – ଘର ପାଖେ ଯଦି ଗୁଣ୍ଡୁଚିମୂଷା ରହନ୍ତି ତେବେ ନିଶ୍ଚୟ ଏହି କଥା ଜାଣିବା ଦରକାର..

ସାଙ୍ଗମାନେ ଆମ ଜୀବନରେ ସବୁବେଳେ କିଛି ନ କିଛି ଏମିତି ଘଟିଥାଏ ଯାହାକୁ ଜ୍ୟୋତିଷ ଅନୁସାରେ ଏକ ସଂକେତ ରୂପରେ ଦେଖାଯାଇଥାଏ।ଜ୍ୟୋତିଷ କିମ୍ବା ବାସ୍ତୁଶାସ୍ତ୍ର ଅନୁସାରେ କିଛି ପଶୁପକ୍ଷୀମାନଙ୍କର ଆପଣଙ୍କ ଘରକୁ ଆସିବା ଶୁଭ ମଣାଯାଇଛି ଏବଂ ଏହା ସହିତ କିଛି ପକ୍ଷୀମାନଙ୍କର ଆପଣଙ୍କ ଜୀବନ ଏବଂ ଆପଣଙ୍କ ଘରକୁ ଆସିବା ଅଶୁଭ କୁହାଯାଇଅଛି।ଏମିତିରେ ଗୁଣ୍ଡୁଚିମୂଷା ବହୁତ ଚଞ୍ଚଳ ହୋଇଥାନ୍ତି ଏବଂ ଏମାନେ ଅଧିକାଂସ ଘରେ ବୁଲିଥାନ୍ତି।ତ ସାଙ୍ଗମାନେ ଆଜି ଜାଣିବା ଗୁଣ୍ଡୁଚିମୂଷା ସହ ଯୋଡିଥିବା କିଛି ଶୁଭ ଏବଂ କିଛି ଅଶୁଭ ସଂକେତ।

ସାଙ୍ଗମାନେ ଗୁଣ୍ଡୁଚିମୂଷାର ଆପଣଙ୍କ ଘରକୁ ଆସିବା ବହୁତ ଶୁଭ ମଣାଯାଏ।କହାଯାଏକି ଯଦି ଗୁଣ୍ଡୁଚିମୂଷା ଘରେ ଏପଟ ସେପଟ ହୋଇଥାଏ ତାହେଲେ ଏହାର ଅର୍ଥ ସୌଭାଗ୍ୟ ହୋଇଥାଏ।ଯଦି ଆପଣଙ୍କ ଘରେ ଏଯାଏ ଛୁଆର କାନ୍ଦ ଶୁଭିନାହିଁ ଏବଂ ଗୁଣ୍ଡୁଚିମୂଷା ଆପଣଙ୍କ ଅଗଣାକୁ ଆସିଛି ଏହାର ଅର୍ଥ ଏହାକି ବହୁତ ଶୀଘ୍ର ହି ଆପଣଙ୍କ ଘରେ ଛୁଆର ଶବ୍ଦ ଶୁଭିବାକୁ ଯାଉଛି।ଯଦି ଆପଣଙ୍କ ଘରେ ଗୁଣ୍ଡୁଚିମୂଷା ଅଥବା ପକ୍ଷୀ ନିଜ ବସା ତିଆରି କରିଥାନ୍ତି ତାହେଲେ ଗଜରେ ସୁଖସମୃଦ୍ଧି ଏବଂ ଧନର କୌଣସି କମି ଦେଖାଯାଇନଥାଏ।

ସାଙ୍ଗମାନେ ଘରେ ପକ୍ଷୀମାନଙ୍କର ବସା କରିବା ମଧ୍ୟ ଶୁଭ ସଂକେତ ମନାଯାଇଥାଏ।ଯେଉଁ ଘରେ ପକ୍ଷୀମାନେ ବସା କରିଥାନ୍ତି ସେଠି ଦେବୀଦେବତା ପ୍ରସନ୍ନ ହୋଇଥାନ୍ତି।ଏହିପ୍ରକାର ଏହା ହିଁ କୁହାଯାଏ କି ଗୁଣ୍ଡୁଚିମୂଷା ଯଦି କାହାର ଗୋଡ଼କୁ ଛୁଇଁ ପଳାଏ ଏବଂ ଆଉ କେବେ ଦେଖାଦିଏ ନାହିଁ ତାହେଲେ ଏହା ଖରାପ ସଂକେତ ମଣାଯାଏ।ଏହାର ସିଧା ସଂକେତ ହୋଇଥାଏ କି ଆପଣଙ୍କ ଜୀବନରେ କୌଣସି କଠିନ ସମୟ ଆସିବାର ଅଛି।ସାଙ୍ଗମାନେ ଗୁଣ୍ଡୁଚିମୂଷାର ଦର୍ଶନ ଶୁଭ ହୋଇଥାଏ ଏବଂ ଗୁଣ୍ଡୁଚିମୂଷା ଛୁଇଁକରି ପଳାଇବା ଅଶୁଭ ହୋଇଥାଏ।

ଏହାର ଏକ ଛୋଟ କାହାଣୀ ମଧ୍ୟ ଅଛି।ତ୍ରେତୟା ଯୁଗରେ ଭାଗବନ ରାମଙ୍କ ଅବତାର ହୋଇଥିଲା ଏବଂ ତାଙ୍କ ପତ୍ନୀ ମାତା ସୀତାଙ୍କ ଅପହରଣ ଲଂକାପତି ରାବଣ କରିନେଇଥିଲା।ଭାଗବନ ରାମ ବାନରଙ୍କ ସହାୟତରେ ଲଙ୍କା ଯିବାପାଇଁ ସେତୁ ନିର୍ମାଣ କରୁଥିଲେ ଏବଂ ଭଗବାନ ଶ୍ରୀରାମ ନିଜ ଭାଇ ଲକ୍ଷମନ ସହିତ ସମୁଦ୍ର କୂଳରେ ବସି ସେତୁ ନିର୍ମାଣ ଦେଖୁଥିଲେ।ଏହି ସମୟରେ ଶ୍ରୀରାମ ଦେଖିଲେ କି ଏକ ଗୁଣ୍ଡୁଚିମୂଷା ବାରମ୍ବାର ବାଲିରେ ଗାଡି ନିଜ ଦେହରେ ବାଲି ଲଗାଉଛି ଏବଂ ସେତୁକୁ ଯାଇ ନିଜ ଶରୀରର ସବୁ ବାଲି ଝାଡ଼ିଦିଏ।ଏହା ଦେଖି ଶ୍ରୀରାମ ନିଜ ଭାଇଙ୍କୁ ପଚାରିଲେ ଏହି ଗୁଣ୍ଡୁଚିମୂଷା କଣ କରୁଛି ଏବଂ ସେଥିରେ ତାଙ୍କ ଭାଇ କହିଲେ ଏହା ଖେଳର ଆନନ୍ଦ ନେଉଛି।

ଏଥିରେ ରାମ ହସିଲେ ଏବଂ ସେଇ ଗୁଣ୍ଡୁଚିମୂଷାକୁ ନିଜ ପାଖକୁ ଡାକି ପଚାରିଲେ ତୁ ଏହିପ୍ରକାର କଣ କରୁଛୁ।ଏହା ଶୁଣି ଗୁଣ୍ଡୁଚିମୂଷା ଶ୍ରୀରାମଙ୍କୁ କହିଲା ଏହି ସେତୁକୁ କରିବାରେ ମୁବି ନିଜ ସାମର୍ଥ୍ୟ ଅନୁସାରେ ଯୋଗଦାନ ଦେଉଅଛି।ଏହି ଅଧର୍ମ ଏବଂ ଧର୍ମର ଲଢେଇରେ ମୁ ବି ନିଜ ଯୋଗଦାନ ଦେବାକୁ ଚାହୁଁଛି।ଗୁଣ୍ଡୁଚିମୂଷା ଏହି କଥାରେ କଥାରେ ପ୍ରଭାବିତ ହୋଇ ଭଗବାନ ଶ୍ରୀରାମ ପ୍ରେମପୁର୍ବକ ସେହି ଗୁଣ୍ଡୁଚିମୂଷା ପିଠିରେ ଆଉଁସିଲେ ଏବଂ ଯାହାର ପରିଣାମ ସ୍ୱରୂପ ଗୁଣ୍ଡୁଚିମୂଷା ପିଠିରେ ଭାଗବନ ଶ୍ରୀରାମଙ୍କ ହାତର ଚିହ୍ନ ରହିଗଲା ଏବଂ ଆଜିବି ଗୁଣ୍ଡୁଚିମୂଷା ପିଠିରେ କଳାଧଳା ଧାର ରହିଥାଏ।

Leave a Reply

Your email address will not be published. Required fields are marked *