November 1, 2024

Odia Express

Leading Odia News Portal of Odisha

ପିଲାମାନଙ୍କ ନଖରାକୁ କିପରି ସମ୍ଭାଳିବେ ଜାଣନ୍ତୁ – ନିଜ ପିଲାଙ୍କୁ କିଭଳି ଏକ ଭଲ ମଣିଷ କରିବାରେ ସଫଳ ହେବେ ନିଶ୍ଚୟ ଜାଣିରଖନ୍ତୁ

ବିଜୟର ମା ସବୁବେଳେ ଗୋଟେ କଥା କହୁଛନ୍ତି କି ବିଜୟ ଆଉ ତାଙ୍କ କଥା ମାନୁନାହିଁ।ବିଜୟ ପ୍ରତି କଥାର ଓଲଟା ଜବାବ ଦେଉଚି।ବିଜୟକୁ ଯେତେ ବାଡେଇଲେ ବି ବିଜୟ ତା କଥାକୁ ପୁରାଣ କରିକି ହିଁ ରହୁଚି।ବିଜୟର ଏହି ସ୍ଵଭାବ ଦ୍ଵାରା କେବଳ ମା ନୁହ ପୁରା ପରିବାର ଚିନ୍ତିତ ଅଛି।କିନ୍ତୁ ବିଜୟର ମା ଏହା ବୁଝି ପାରୁନାହାନ୍ତି କି ଏହାର କାରଣ ପାଇଁ ସେ ନିଜେ ହିଁ ଦାୟୀ ଅଟନ୍ତି।ବଡ଼ ହଉ ହଉ ପିଲାମାନେ ନିଜ ମା ବାପାଙ୍କ କମଯୋରି ଜାଣିଯାନ୍ତି।ତାଙ୍କୁ ତାଙ୍କ ଶକ୍ତିର ଅନୁଭବ ମଧ୍ୟ ହେବାକୁ ଲାଗିଥାଏ।ସେମାନେ ତାଙ୍କ ସବୁ କଥାକୁ ଏହିଭଳି ଭାବରେ ପୁରାଣ କରିବାକୁ ଚାହିଁଥାନ୍ତି।ଆପଣ ପିଲାକୁ ମାଡ଼ ମାରି ବା ଗାଳି କରିବାକୁ ସେହି ସମୟ ପାଇଁ ଚୁପ କରିପାରିବେ କିନ୍ତୁ ସବୁବେଳ ପାଇଁ ନୁହ।

ପିଲା ମାନଙ୍କ କ୍ଷେତ୍ରରେ ଚେଞ୍ଜ ଆଣିବା ପାଇଁ ପ୍ରଥମେ ଆପଣଙ୍କୁ ହିଁ ବଦଳିବାକୁ ପଡ଼ିବ।ବିଜୟର ମାକୁ ରାଗ ବହୁତ ଜଲଦି ଆସେ।ଏହାଦ୍ବାରା କଥାବାର୍ତ୍ତା ସେଠାରେ ସମାପ୍ତ ହୋଇଯାଏ।ପ୍ରଥମେ ବିଜୟ ଗାଳି ଖାଇକରି ସହି ଯାଉଥିଲା କିନ୍ତୁ ଏବେ ସେ ପାଲଟା ଜବାବ ଦେଲାଣି।ଏହାକୁ ବଦଳେଇବାର ପ୍ରଥମ ଉପାୟ ପିଲା ସହିତ ଆପଣ ଭଲ ଭାବେ କଥା ହୁଅନ୍ତୁ।ଆପଣ ଭୁଲ କଥାକୁ ଭୁଲ କୁହନ୍ତୁ କିନ୍ତୁ ରଗାନ୍ତୁ ନାହିଁ।ପିଲାର ସବୁ ଭୁଲ କଥା ଗ୍ରହଣ କରନ୍ତୁ ନାହିଁ।ପିଲାର କଥା ମାନିବା ଦ୍ଵାରା ତାର ଜିଦ ଆହୁରି ବଢ଼ିଯାଏ।

ଆପଣ ପିଲାର ରାଗକୁ ଅଣଦେଖା କରନ୍ତୁ।ପିଲା ଉପରେ ଜମା ପ୍ରେସର ପକାନ୍ତୁ ନାହିଁ।ପିଲା ମାନଙ୍କୁ ନକରାତ୍ମକ ଟିପ୍ପଣୀ ଦିଅନ୍ତୁ ନାହିଁ।ଏହାଦ୍ବାରା ଆପଣ କେବେବି ପିଲାକୁ ସୁଧାରି ପାରିବେ ନାହିଁ।ସବୁବେଳେ ତାଙ୍କ ପଯିଟିଭ ପକ୍ଷକୁ ପ୍ରଶଂସା କରନ୍ତୁ।ପିଲାଙ୍କ ନକରାତ୍ମକ କାମକୁ ବିଚାର କରିବା ପୂର୍ବରୁ ଆପଣ କିଛି ସମୟ ନିଜକୁ ଦିଅନ୍ତୁ।ଆପଣ ରାଗ ଦ୍ଵାରା ପିଲାକୁ ଖରାପ ଦିଗ ଆଡ଼କୁ ନେଇ ଯାଇଥାନ୍ତି।

ଆପଣ କଥାବାର୍ତ୍ତା ରୁ ଜାଣନ୍ତୁ କି ପିଲାର ମାଗିବା ଠିକ ନା ଭୁଲ।ଯଦି ଆପଣଙ୍କୁ ଲାଗୁଚି କୁ ପିଲାର ମାଗ ଠିକ ନୁହେଁ ତ ଆପଣ ଆପଣକଂ ନିଷ୍ପତି ଶୁଣାଇ ଦିଅନ୍ତୁ।ପିଲାକୁ କିଛି ସମୟ ଦିଅନ୍ତୁ ଯାହାଦ୍ଵାରା ସେ ଆପଣଙ୍କ ନିଷ୍ପତିକୁ ଭାବିବ।ଆପଣ ପିଲାର କଥାରେ ସମ୍ପୂର୍ଣ୍ଣ ଭଡ଼ି ଯାଆନ୍ତୁ ନାହିଁ।ପିଲା ସହିତ ଯୁକ୍ତି କରନ୍ତୁ ନାହିଁ।ଏହାଦ୍ବାରା ପିଲା ମାନଙ୍କ ମଧ୍ୟରେ ଯୁକ୍ତି କରିବାର କ୍ଷମତା ବଢିଯିବ।ଯଦି ପିଲାକୁ ସୁଧାରିବାର ଅଛି ତ କିଛି କଥାକୁ ଅଣଦେଖା କରିବାକୁ ପଡ଼ିବ।ଧ୍ୟାନ ରଖିବେ ଯେଉଁ ଜିନିଷ ଉପରେ ଆପଣ ଅଧିକ ଧ୍ୟାନ ଦେବେ ସେହି ଜିନିଷ ବଢିବ।

Leave a Reply

Your email address will not be published. Required fields are marked *