March 23, 2025

Odia Express

Leading Odia News Portal of Odisha

ଯଦି ଆପଣଙ୍କ ଘରେ ଅଛନ୍ତି ପିମ୍ପୁଡ଼ି, ତ ଜାଣିବେ ଆଗକୁ ଏମିତି ଘଟିବ – ଘରେ ପିମ୍ପୁଡି ଥିଲେ ନିଶ୍ଚୟ ପଢନ୍ତୁ..

ପ୍ରାୟ ସମୟ ଆମେ ପିମ୍ପୁଡ଼ି ମାନଙ୍କୁ ଅଣଦେଖା କରିଥାଏ।ତାଙ୍କୁ ଆମେ ପାଦ ତଳେ ମାରି ଦେଇଥାଉ।ଆମେ ସେମାନଙ୍କୁ ଭଲ ଦୃଷ୍ଟିରେ ଦେଖି ନଥାଉ।କିନ୍ତୁ ପିମ୍ପୁଡ଼ି ମାନେ ବହୁତ ପରିଶ୍ରମୀ ସ୍ୱଭାବର ହୋଇଥାନ୍ତି।ସାମୁହିକ ପ୍ରାଣୀ ହୋଇଥିବା ଯୋଗୁ ଏମାନେ ସବୁ କାମ ମିଳି ମିଶି କରିଥାନ୍ତି।ଏମାନଙ୍କ ଭିତରେ ପୁରୁଷ ପିମ୍ପୁଡ଼ି ମାନଙ୍କର କୌଣସି ଭୂମିକା ରହି ନଥାଏ।ବିଶ୍ୱରେ ପ୍ରାୟ ୧୪୦୦୦ ପିମ୍ପୁଡ଼ି ପ୍ରଜାତି ଦେଖା ଦେଇଥାନ୍ତି।ଏମାନେ ଏକ ମିଲିମିଟର ରୁ ଆରମ୍ଭ ହୋଇ ଚାରି ସେମି ପର୍ଯ୍ୟନ୍ତ ହୋଇଥାନ୍ତି।ଯେଉଁ ପିମ୍ପୁଡ଼ି ମାନଙ୍କୁ ଆମେ ଅଧିକ ଚିହ୍ନିଚେ ସେମାନଙ୍କ ମଧ୍ୟରେ କଳା ପିମ୍ପୁଡ଼ି,ନାଲି ପିମ୍ପୁଡ଼ି ଓ ଗୁଡ଼ ଆଦିରେ ଲାଗୁଥିବା ପିମ୍ପୁଡ଼ି ଅନ୍ୟତମ।

ପିମ୍ପୁଡ଼ି ମାନଙ୍କ ବିଷୟରେ ବୈଜ୍ଞାନିକ ମାନେ ବହୁତ ରହସ୍ୟ ଉନ୍ମୋଚନ କରିଛନ୍ତି।ସେମାନେ ନିଜ ନିଜ ଭିତରେ କଥାବାର୍ତ୍ତା କରିଥାନ୍ତି,ନଗର ବସେଇବା ଓ ସାମୁହିକ ଭଣ୍ଡାର ଆଦି ତିଆରି କରିଥାନ୍ତି।ଏମାନେ ଏବେକାର ଇଞ୍ଜିନିୟର ମାନଙ୍କ ଠାରୁ ଅଧିକ କୌଶଳ ପୂର୍ଣ୍ଣ ଅଟନ୍ତି।ପିମ୍ପୁଡ଼ି ମାନଙ୍କର ନେଟୱର୍କ ଦୁନିଆର ଅନ୍ୟ ନେଟୱର୍କ ମାନଙ୍କ ଠାରୁ ବହୁତ ଅଲଗା ହୋଇଥାଏ।ଏମାନେ ମିଳିମିଶି ଏକ ପାହାଡକୁ କାଟିବାର କ୍ଷମତା ରଖିଥାନ୍ତି।ଏମାନେ ସହରକୁ ସଫା ରଖିବାରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି।

ପିମ୍ପୁଡ଼ି ମାନେ ନିଜ ଓଜନ ଠାରୁ ୧୦୦ ଗୁଣ ଓଜନ ଉଠାଇ ପାରନ୍ତି।ମଣିଷକୁ ପିମ୍ପୁଡ଼ି ମାନଙ୍କ ଠାରୁ ଶିଖିବାକୁ ବହୁତ କିଛି ଅଛି।ଏମାନଙ୍କ ମୁଖ୍ୟ କାମ ହେଲା ବୃକ୍ଷର ତଳେ ପଡିଥିବା ଛୋଟ ଛୋଟ ଜନ୍ତୁ ମାନଙ୍କୁ ଖାଇ ସଫା କରିବା ଓ ଅଳିଆକୁ ସଫା କରିବା।ସେହି ମଲା ଜନ୍ତୁଙ୍କ ଠାରୁ ହେଉଥିବା ସମ୍ଭବ ରୋଗକୁ ଶେଷ କରିବା।ଏମାନେ ଏଥିରେ ବହୁତ ସକ୍ଷମ ଅଟନ୍ତି ଓ ଏହାକୁ ଅନ୍ୟ କୋଉ ପ୍ରାଣୀ କରି ପାରିବନାହିଁ।

ପିମ୍ପୁଡ଼ି ଦୁଇ ପ୍ରକାରର ହୋଇଥାନ୍ତି ଯଥା ନାଲି ଓ କଳା।ଏମାନଙ୍କ ଭିତରୁ ନାଲିକୁ ଅଶୁଭ ଓ କଳାକୁ ଶୁଭ ବୋଲି ଧରାଯାଏ।ଏହି ଦୁଇ ପ୍ରକାର ପିମ୍ପୁଡ଼ି ମାନଙ୍କୁ ଅଟା ଦେବା ପରମ୍ପରା ପ୍ରାଚୀନ କାଳରୁ ଅଛି।ଏମାନଙ୍କୁ ଚିନି ମିଶା ଅଟା ଦେବା ଦ୍ଵାରା ବ୍ୟକ୍ତି ସବୁ ପ୍ରକାର ବନ୍ଧନରୁ ମୁକ୍ତି ପାଇଥାଏ।ପିମ୍ପୁଡ଼ି ମାନଙ୍କୁ ସର୍ବଦା ଖାଇବା ଦେବା ଦ୍ଵାରା ସେମାନେ ସେହି ବ୍ୟକ୍ତିକୁ ଚିହ୍ନି କରି ତା ପ୍ରତି ଭଲ ଭାବନା ଦେଖାଇଥାନ୍ତି।ସେମାନେ ତାକୁ ଆଶୀର୍ବାଦ ଦିଅନ୍ତି ଓ ଏହି ଆଶୀର୍ବାଦ ଆପଣଙ୍କୁ ସବୁ ସଙ୍କଟରୁ ବଞ୍ଚାଇଥାଏ।

ନାଲି ପିମ୍ପୁଡ଼ି ମୁଁହରେ ଅଟା ଦବାଇ ବାହାରିବା ଶୁଭ ହୋଇଥାଏ।ଏହାକୁ ଦେଖିବା ଦ୍ଵାରା ସାରା ଦିନ ଶୁଭ ଓ ସୁଖଦ ରହିଥାଏ।ଯେଉଁ ବ୍ୟକ୍ତି ମାନେ ପିମ୍ପୁଡିକୁ ଅଟା ବା ଖାଦ୍ୟ ଦେଇଥାନ୍ତି ସେମାନେ ବୈକୁଣ୍ଠ ଯାଇଥାନ୍ତି।ସମସ୍ୟାରେ ପଡ଼ିଥିବା ବ୍ୟକ୍ତି ମାନେ ପିମ୍ପୁଡ଼ିକୁ ଚିନି ଓ ମିଠା ଦିଅନ୍ତୁ।ଏପରି କରିବା ଦ୍ବାରା କରଜ ଶୀଘ୍ର ସରିଯାଏ।ଗାଈକୁ ଖାଇବାକୁ ଦେଲେ ଆପଣଙ୍କର ପୁଣ୍ୟ ହେବ।କୁକୁରକୁ ଖାଇବାକୁ ଦେଲେ ଶତ୍ରୁ ଆପଣଙ୍କଠାରୁ ଦୂରେଇ ରହିବ।କାଉ କୁ ଖାଇବାକୁ ଦେଲେ ଆପଣ ପ୍ରସନ୍ନ ରହିବେ।ପକ୍ଷୀକୁ ଖାଇବାକୁ ଦେଲେ ବ୍ୟାପାରରେ ଲାଭ ହେବ।ମାଛକୁ ଖାଇବାକୁ ଦେଲେ ସମୃଦ୍ଧି ବଢ଼ିଥାଏ।

Leave a Reply

Your email address will not be published. Required fields are marked *