October 31, 2024

Odia Express

Leading Odia News Portal of Odisha

ନଡ଼ିଆ କତା ଗୋଟିଏ ଥର ନିଜ କେସରେ ଲଗାନ୍ତୁ,ବର୍ଷେ ପର୍ଯ୍ୟନ୍ତ ଚୁଟି କୁ ଡାଇ କରିବାକୁ ପଡ଼ିବ ନାହିଁ – ଏବେ ଏହି କଥା ଜାଣିରଖନ୍ତୁ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ଆଣିଚି ଚୁଟି ପାଇଁ ଏକ ନାଚୁରଲ ଉପାୟ।ଏହାକୁ ଯେ କେହିବି ବ୍ୟବହାର କରିପାରିବ।ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।ଯେଉଁ ଜିନିଷକୁ ଆପଣ ମାନେ ଅଳିଆ ଗଦାରେ ଫିଙ୍ଗି ଦିଅନ୍ତି ସେହି ଜିନିଷରେ ଆଜି ମୁ ତିଆରି କରିବି ଏହି ଉପାୟ।ଏହି ଉପାୟ ଆପଣ ପ୍ରୟୋଗ କରିବା ମାତ୍ରେ ଆପଣ ଏକ ସପ୍ତାହ ମଧ୍ୟରେ ଫରକ ଜାଣିପାରିବେ।ଏଥିପାଇଁ ଆମେ ନେବା ନଡ଼ିଆ କତା ଯାହାକୁ ଆମେ ଅଳିଆ ଗଦାରେ ଫୋପାଡି ଦିଏ।ଏହାକୁ ଏକ ପୁରୁଣା କରେଇ ନେଇ ସେଥିରେ ଗରମ କରନ୍ତୁ।ଏହାକୁ ପୁରା ଗରମ ହେବ ପାଇଁ ଛାଡି ଦିଅନ୍ତୁ।ଏଥିରୁ ଧୀରେ ଧୀରେ ଧୁଆଁ ବାହାରିବା ଆରମ୍ଭ କରିବ।ଗ୍ୟାସ ଚୁଲାକୁ ଧିମା ଆଞ୍ଚରେ ରଖନ୍ତୁ।ଗୋଟିଏରେ ନିଆଁ ଲାଗିବା ମାତ୍ରେ ସେଥିରେ ଧୀରେ ଧୀରେ ନିଆଁ ଲାଗିଯିବ।ଏହାଠାରୁ ପିଲା ମାନଙ୍କୁ ଦୂରେଇ ରଖନ୍ତୁ।ଯେତେବେଳେ ଆପଣକୁ ଲାଗିବ ଯେ ଏଥିରେ ପୁରା ନିଆଁ ଲାଗି ଗଲାଣି ତେବେ ଗ୍ୟାସ ବନ୍ଦ କରିଦେବେ।ଏବେ ଏହାକୁ ଅଳ୍ପ ସମୟ ଥଣ୍ଡା କରନ୍ତୁ।

ଏହାକୁ ଥଣ୍ଡା କରି ସରିବା ପରେ ଗୁଣ୍ଡ କରି ଦିଅନ୍ତୁ।ଆପଣ ଆପଣଙ୍କ ହାତରେ ଗ୍ଲୋଭ ପିନ୍ଧି ଦିଅନ୍ତୁ ଓ ଆପଣଙ୍କ ହାତକୁ ଖରାପ କରନ୍ତୁ ନାହିଁ।ଏବେ ଏହାକୁ ଆପଣ ପତଳା ଛଣା ଦ୍ଵାରା ଛାଣି ଦିଅନ୍ତୁ।ଏହା ଏବେ ବହୁତ ବଢିଆ ଡାଇ ବନି ଯାଇଛି।ଯଦି ଆପଣ ଚୁଟିରେ ମେହେନ୍ଦି ଲଗାନ୍ତି ତ ଆପଣ ସେଥିରେ ଏଥିରୁ ଗୋଟିଏ ଚାମଚ ପକାଇ ଦେବେ।

ଏବେ ଅନ୍ୟ ଉପାୟ ହେଉଛି ଯେତେବେଳେ ଆପଣ କୌଣସି ଏକ ପାର୍ଟିକୁ ବାହାରନ୍ତି ତ ଆପଣଙ୍କୁ ଲାଗେ ଯେ ଗୋଟେ ଦୁଇଟା ବାଳ ଧଳା ରହିଯାଇଛି ତ ସେତେବେଳେ ଆପଣ କଣ କରିବେ?ଆପଣ ଏକ ପାତ୍ରରେ କିଛି ଆଲୋଭେରା ଜେଲ ନିଅନ୍ତୁ।ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ତା ପରେ ଏକ ପତଳା ବ୍ରଶ ସାହାଯ୍ୟରେ ନିଜ ଛୁଟିରେ ଭଲ ଭାବେ ଲଗାଇ ଦିଅନ୍ତୁ।କିଛି ସମୟ ଶୁଖେଇ ଦିଅନ୍ତୁ ଓ ଏହାପରେ ପାନିଆରେ କୁଣ୍ଢାଇ ଦିଅନ୍ତୁ।କେହି ଜାଣିବି ପାରିବେ ନାହିଁ ଆପଣ ଚୁଟି କଲର କରିଛନ୍ତି ବୋଲି।

ଦ୍ଵିତୀୟ ଉପାୟ ହେଉଛି ଆପଣ ଅଳ୍ପ ତେଲ ନିଅନ୍ତୁ।ଏଥିରେ ସେହି ପାଉଡର ମିଶାଇ ଦିଅନ୍ତୁ।ଯଦି ସମ୍ଭବ ତ ସେଥିରେ କିଛି ଭିଟାମିନ ଇ ଗୋଲି ମିଶାଇ ଦିଅନ୍ତୁ।ଏହାକୁ ଭଲ ଭାବେ ମିଶାଇ ନିଜ ଛୁଟିରେ ଲଗାଇ ଦିଅନ୍ତୁ।ଲଗାଇ ସାରିବା ପରେ ଅତି କମରେ ଏହାକୁ ୨ ରୁ ୩ ଘଣ୍ଟା ଶୁଖିବା ପାଇଁ ଛାଡି ଦିଅନ୍ତୁ।ଏହାକୁ ଆପଣ ରାତି ସାରା ମଧ୍ୟ ରଖିପାରିବେ।ଆପଣ ସକାଳେ ସାମ୍ପୁ ଦ୍ଵାରା ନିଜ ଚୁଟିକୁ ଧୋଇ ଦେବେ।ଆପଣ ଏହାକୁ ବାରମ୍ବାର ଲଗାଇ ପାରିବେ।ଏହାଦ୍ବାରା ଆପଣଙ୍କ କେସ ମଜବୁତ ଓ ସୁନ୍ଦର ଦେଖାଯିବ।

Leave a Reply

Your email address will not be published. Required fields are marked *