ଏହି କଥା ଗୁଡିକୁ ଦୁନିଆଠାରୁ ଲୁଚାଇ ରଖନ୍ତୁ – ଜୀବନରେ ବହୁତ ଖୁସିରେ ରହିବେ ଆପଣ..ଖୁସି ରେ ରହିବାର ଏହା ମୂଳମନ୍ତ୍ର ଅଟେ..
ଆମ ଏହି ଜୀବନରେ ବହୁତ ପ୍ରକାରର ଜିନିଷ ଘଟିଯାଏ ଯାହାକୁ ମନେରଖିବା ଏତେ ବି ସହଜ କଥା ନୁହଁ କିନ୍ତୁ କିଛି ଲୋକ ଦୁନିଆରେ ଏହିପରି ଥାଆନ୍ତି ବହୁତ ଘଟଣା କ୍ରମକୁ ସେ ସବୁବେଳେ ମନେରଖିଥାନ୍ତି।ବହୁତ ଜିନିଷ ରହିଛି ଆମ ଜୀବନରେ ଯାହାକୁ କେତେକ ଲୋକ ସବୁ ଲୋକଙ୍କୁ କହିଥାନ୍ତି ଓ ଅନ୍ୟ କିଛି ଲୋକ ନିଜ ଜୀବନର ଘଟଣାବଳୀକୁ କାହା ସହ ବାଣ୍ଟି ନଥାନ୍ତି।ଆମ ଜୀବନରେ ବି ଏହିପରି କିଛି ଘଟିଥାଏ ଯାହା ଉପରେ ଆମେ ଭାବି ଆମେ ନିଜ ଉପରେ ଗର୍ବ ଅନୁଭବ କରିଥାନ୍ତି ଓ ଆଉ କିଛି ଘଟଣା ମଧ୍ୟ ଘଟିଥାଏ ଯାହାକୁ ଭାବି ବହୁତ ସମୟରେ ଆମେ ଅନୁତାପ କରିଥାଉ।ଆଜି ଏହି ଆର୍ଟିକିଲ ମାଧ୍ୟମରେ ଆମେ ଆଲୋଚନା କରିବାକୁ ଯାଉଛୁ କି କେଉଁ ଜିନିଷ ବା ଘଟଣା ଗୁଡିକୁ ଆପଣ ସମସ୍ତଙ୍କଠୁ ଲୁଚାଇ ରଖିବେ।
ସମାଜରେ ନିଜକୁ ପ୍ରତିଷ୍ଠିତ କରିବା:-ଯଦି ଆପଣ ସମାଜରେ ଭଲ ଭାବେ ପ୍ରତିଷ୍ଠିତ ହେଉଛନ୍ତି ଓ ନିଜର ଉପଲବ୍ଧିକୁ ନିଜେ ଜାଣିପାରୁଛନ୍ତି ତ ଏହା ଆପଣଙ୍କ ପାଇଁ ବହୁତ ବଡ ଖୁସିର କଥା ଅଟେ।ଏହି ସବୁ ଭିତରେ କିଛି କଥା ମଧ୍ୟ ମନେରଖନ୍ତୁ କି ଏହି ଉପଲବ୍ଧିକୁ କାହା ସହ ବାଣ୍ଟନ୍ତୁ ନାହିଁ କି ଛାତ ଉପରେ ଛିଡ଼ାହୋଇ ଏହି ସବୁକୁ କହିବା ମଧ୍ୟ ଆପଣଙ୍କୁ ଶୋଭା ଦେବ ନାହିଁ।
ବେଜ୍ଜିତ ହବାର କାରଣ:-ଯଦି ଆପଣ କେଉଁଠି ଥଟା ବା ପରିହସର ଶିକାର ହେଉଛନ୍ତି ତାହେଲେ ଏହି କଥା ଆପଣ କାହାକୁ ବି ହେଲେ କୁହନ୍ତୁ ନାହିଁ।କାହିଁକିନା ଆଜିକା ଦୁନିଆରେ ଏହି କଥା ଆପଣ ଯେଉଁ ଲୋକଙ୍କୁ କହିବେ ସେମାନେ ଶାନ୍ତ ହେବ ଅପେକ୍ଷା ଆପଣଙ୍କ ମଜାକ ବହୁତ ବନେଇବେ।
ମନ୍ତ୍ରର ଉଚ୍ଚାରଣ:-ଯଦି ଆପଣ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ତାହେଲେ ଆପଣ ଏକ ବହୁତ ମହତ କାର୍ଯ୍ୟ କରୁଛନ୍ତି।ଏହି ମନ୍ତ୍ର ଆପଣ ଯଦି ତନ ମନ ଧରି କରିବେ ଆପଣ ମାନସିକ ରୂପେ ଭଗବାନଙ୍କ ସହ ଯୋଡି ହୋଇଯିବେ ଓ କିଛି ଈଶ୍ୱର ଶକ୍ତି ମଧ୍ୟ ଲାଭ କରିବେ।ଯଦି ଆପଣ ଏହି କଥା ଆଉ କେଉଁଠି ଚର୍ଚା କରୁଛନ୍ତି ଏହି ପ୍ରଭାବ ଆପଣଙ୍କ ଥରେ କମିବାରେ ଲାଗିଥାଏ।ଯାହା ବିଲକୁଲ ବି ଭଲ ହୋଇନଥାଏ।
ଧନର ଚର୍ଚ୍ଚା:-ଆପଣ ଯଦି ଦୁଇ ପଇସା ରୋଜଗାର କରୁଛନ୍ତି ତାହେଲେ ମନେରଖନ୍ତୁ ଏହି କଥା ଆଉ କେଉଁଠାରେ ଚର୍ଚ୍ଚା କରନ୍ତୁ ନାହିଁ କାରଣ ଆଜିକା ଦୁନିଆରେ କେହି ଆପଣଙ୍କ ସହ ଧୋକା କରିପାରେ ନଚେତ କେହି ଆପଣଙ୍କ ପଇସାକୁ ହଡପ ମଧ୍ୟ କରିପାରେ।
ଜ୍ୟୋତିଷ ତଥ୍ୟ:-ଆପଣ ଯଦି ନିଜ କୁଣ୍ଡଳୀକୁ ବିଶ୍ୱାସ କରୁଥାନ୍ତି ତାହେଲେ କେବେହେଲେ ନିଜ କୁଣ୍ଡଳୀ ସହ ଜଡିତ ଥିବା ତଥ୍ୟକୁ ଆଉ କାହାକୁ ଦିଅନ୍ତୁ ନାହିଁ।ଯଦି ଆପଣ ଏହା କରୁଛନ୍ତି ତାହେଲେ ଆପଣ ହି ବିପଦରେ ପଡ଼ିପରନ୍ତି।
ନିଜ ସମ୍ପର୍କର ଚର୍ଚ୍ଚା:-ପତ୍ନୀ ଓ ପତି ମଧ୍ୟରେ ଥିବା ସମ୍ପର୍କ ବିଷୟରେ କାହାକୁ କହିବା ଆବଶ୍ୟକତା ନାହିଁ।ଯଦି ଆପଣ ଏହି କଥାକୁ ନିଜ ପରିବାର ବା ନିଜର ଅନ୍ୟ ବନ୍ଧବୀଙ୍କ ସହ ଚର୍ଚ୍ଚା କରୁଛନ୍ତି ତାହେଲେ ଏହା ବହୁତ ଖରାପ ହବ।ଯେଉଁଠାରେ ଅଧିକ ଆବଶ୍ୟକ ପଡିବ ସେଇଠାରେ କୁହନ୍ତୁ।ପତି ଓ ପତ୍ନୀ ସମ୍ପର୍କ ସବୁଠାରୁ ପବିତ୍ର ସମ୍ପର୍କ ଅଟେ।କେବେ ଏହାକୁ ଖରାପ କରନ୍ତୁ ନାହିଁ।