July 1, 2025

Odia Express

Leading Odia News Portal of Odisha

କଣ ଆପଣଙ୍କ ନାଁର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ ତ ଜାଣନ୍ତୁ ନିଜ ଖାସିୟତ ଓ କମଜୋରୀ – ଯଦି ଆପଣଙ୍କ ନାମ କିମ୍ବା ସାଥି ଙ୍କ ନାମ ତେବେ ନିଶ୍ଚୟ ଜାଣିରଖନ୍ତୁ

ସାଙ୍ଗମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନାମର ତାର ବର୍ତ୍ତମାନ ଓ ଭବିଷ୍ୟ ଉପରେ ପ୍ରଭାବ ପକାଇଥାଏ।ବୈଦିକ ଶାସ୍ତ୍ର ହେଉ କି ଅଙ୍କ ଶାସ୍ତ୍ର ସବୁଥିରେ ଉଲ୍ଲେଖ ଅଛି ଯେ ବ୍ୟକ୍ତିର ନାମର ପ୍ରଭାବ ତା ଭବିଷ୍ୟତ ଉପରେ ପକାଇବ।ଏଥିପାଇଁ କୁହାଯାଇଛି କି ପିଲାର ନାମ ଭାବିଚିନ୍ତି ରଖିବା ଦରକାର।ହିନ୍ଦୁ ଧର୍ମରେ ପିଲାର ଜନ୍ମ ସ୍ଥାନ ଓ ସମୟକୁ ଧ୍ୟାନ ରଖିକି ତାର ପ୍ରଥମ ଅକ୍ଷର ଆକଳନ କରାଯାଏ।ଅନ୍ୟ ଧର୍ମରେ ବି ପିଲାର ନାମକରଣ ପାଇଁ ଅଲଗା ଅଲଗା ଉପାୟ କରାଯାଏ।କିନ୍ତୁ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ମୁତାବକ ସବୁ କାମ କରାଯାଏ କାରଣ ପିଲାର ନାମ ତା ଜୀବନ ଉପରେ ଭଲ ପ୍ରଭାବ ପକାଉ।ଆଜି ମୁ ପି ନାମଧାରୀ ବ୍ୟକ୍ତି ମାନଙ୍କ ଜୀବନଶୈଳୀ ଓ ସ୍ଵଭାବ ବିଷୟରେ କହିବି।

ଯଦି ଆପଣଙ୍କ କିମ୍ବା ଆପଣଙ୍କ ସାଥିଙ୍କ ନାମ ପି ଅକ୍ଷରରୁ ଆରମ୍ଭ ହେଉଛି ତ ଏମାନେ ବହୁତ ସୋସିଆଲ ହୋଇଥାନ୍ତି ମାନେ ଏମାନଙ୍କୁ ସାମାଜିକ ପ୍ରାଣୀ ବୋଲି କୁହାଯାଏ।ଏମାନେ ନିଜ ଗତିବିଧି ଓ ପରିବାରରେ କଣ ଚାଲୁଛି ସେସମସ୍ତଙ୍କ ଖବର ରଖିଥାନ୍ତି।ଏମାନେ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି।ନିଜ ପରିବାରରେ ସମସ୍ତେ ଖୁସିରେ ରୁହନ୍ତୁ ଏହା ସେମାନେ ସବୁବେଳେ ଚାହାଁନ୍ତି।ଏମାନେ ସମସ୍ତଙ୍କ ସାହାଯ୍ୟ କରିଥାନ୍ତି ସେ ଯେକୌଣସି ଲୋକ ହେଇଥାଉ ନା କାହିଁକି।

ପି ନାମଧାରୀ ବ୍ୟକ୍ତିମାନେ ବହୁତ ଚତୁର ହୋଇଥାନ୍ତି।ଏହି ଚତୁରତା ଏମାନଙ୍କ ପାଇଁ ସକାରାତ୍ମକ ରୂପରେ ଆସିଥାଏ।ଏହା କାରଣ କି ଏମାନେ ସଫଳ ବିଜନେସ ଚଳାଇ ଥାଆନ୍ତି ଓ ଚାକିରୀରେ ନିୟୋଜିତ ବ୍ୟକ୍ତି ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି।

ଏମାନଙ୍କର ସବୁଠୁ ବଡ଼ ଖରାପ ଗୁଣ ହେଉଛି ଏମାନେ ନିଜ ଭାବନାକୁ ଅନ୍ୟ ଉପରେ ଲଦି ଦେବାକୁ ଚେଷ୍ଟା କରିଥାନ୍ତି।ଏଥିପାଇଁ ଏମାନଙ୍କୁ ନିଜ ପରିବାରର ବିଦ୍ରୋହର ସାମ୍ନା କରିବାକୁ ପଡ଼ିଥାଏ।ଏହାଛଡା ଏମାନେ ଅନୁଶାସନ ପ୍ରିୟ ହୋଇଥାନ୍ତି ଯାହାକି ଏକ ଭଲ ଗୁଣ ହୋଇଥାଏ କିନ୍ତୁ ଏମାନେ ଏଥିପାଇଁ ଅନ୍ୟକୁ କଷ୍ଟ ଦେଇଥାନ୍ତି।ଏହି କାରଣ ପାଇଁ ଲୋକ ଏମାନଙ୍କ ଠାରୁ ଦୂରରେ ବି ରହିଥାନ୍ତି।

ଏମାନଙ୍କର ଅନ୍ୟ ଏକ ଖରାପ ଗୁଣ ଯାହାକି ଅନ୍ୟ ମାନଙ୍କ ସହ ସମ୍ପର୍କ ଖରାପ କରିଥାଏ ସେ ହେଉଛି ଏମାନଙ୍କ ଜିଦୀ ଗୁଣ।କିନ୍ତୁ ଏହି ଗୁଣକୁ ଏମାନେ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତି ନାହିଁ।ଦରକାର ପଡିଲେ ଏମାନଙ୍କୁ ସମ୍ପର୍କ ସୁଧାରିବା ବି ଆସିଥାଏ।ଏମାନେ କମ ସାଙ୍ଗ ବନାଇ ଥାଆନ୍ତି କିନ୍ତୁ ଏମିତି ସାଙ୍ଗ ବନାଇ ଥାଆନ୍ତି ଯେଉଁ ମାନେ ଲମ୍ବା ସମୟ ପର୍ଯ୍ୟନ୍ତ ସାଥିରେ ରହିଥାନ୍ତି।ଏମାନଙ୍କ ସହିତ ଯେ ଥରେ ସମ୍ପର୍କ ଖରାପ କରେ ଏମାନେ ତା ଆଡକୁ ଆଉ ଚାହାଁନ୍ତି ନାହିଁ।

Leave a Reply

Your email address will not be published. Required fields are marked *