ଏବେ କପଡାରୁ ଦାଗ,ହଳଦିଆପଣ,ତେଲ ଦାଗ ହଟାଇ ବାର ଜବର ଦସ୍ତ ଟ୍ରିକ ଜାଣିକି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ସାଙ୍ଗମାନେ କପଡ଼ାରେ ଦାଗ ଲାଗିବା ଜମା ଭଲ ହୋଇ ନଥାଏ।ଏହା ଯଦି ନୂଆ କପଡ଼ାରେ ଲାଗିଯାଏ ତ ସେହି କପଡା ନଷ୍ଟ ହେବା ଛଡ଼ା ଅନ୍ୟ କିଛି ଉପାୟ ନଥାଏ।କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ କିପରି ଆପଣ କପଡ଼ାରୁ ଦାଗ ଅତି ସହଜରେ ହଟାଇ ପାରିବେ।
ସାଙ୍ଗମାନେ ଏଠାରେ ମୋ ପାଖରେ ଏକ କପଡା ଅଛି ଯେଉଁଥିରେ ହଳଦୀ ଦାଗ ଲାଗି ଯାଇଛି।ଯେବେ ବି ଆପଣଙ୍କ କପଡ଼ାରେ ହଳଦୀ ଦାଗ ଲାଗି ଯାଇଥିବ ସର୍ବପ୍ରଥମେ ଆପଣ ସାଧା ପାଣିରେ ହଳଦୀ ଦାଗକୁ ଛଡାଇ ଦେବେ।ହଳଦୀ ଛଡାଇ ଦେବା ପରେ ସେହି ପାଣିକୁ ଫୋପାଡି ଦେବେ। ତା ପରେ ଆପଣ ଯେକୌଣସି ସର୍ଫରେ ତାକୁ ସଫା କରିବେ।ଆମେ ଏହାକୁ ଖରାରେ ଶୁଖେଇ ଦେବା ପରେ ଏହା ସୁଖି ଯାଇଥାଏ।କେବେ କେବେ ଏହି ଦାଗ ଅତି ଗାଢ଼ ହୋଇଥାଏ ତ ଏହା ଏତେ ଶୀଘ୍ର ଛାଡ଼ିନଥାଏ।
ଏଥିପାଇଁ ଆମକୁ ନେବାକୁ ହେବ ମିଠା ସୋଢା।ଏହାକୁ ସେହି ଦାଗ ଜାଗାରେ ପକେଇ ବ୍ରଶରେ ଭଲ ଭାବେ ଘଷି ଦେବେ।ଏହାପରେ ସେହି କପଡ଼ାକୁ ପାଣିରେ ଭଲ ଭାବେ ଧୋଇ ଦେବେ।ଏହାପରେ ଆପଣ ଏହାକୁ ଖରାରେ ଶୁଖାଇଦେବେ।ଯଦି କପଡା ବହୁତ ଚିକଣ ହୋଇଥାଏ ତ ଦାଗ ଅତି ସହଜରେ ଯାଇ ନଥାଏ।ଏଥିପାଇଁ ଆପଣଙ୍କୁ ଦୁଇ ଥର ଏପରି ଭାବେ ଧୋଇବାକୁ ପଡ଼ିବ।
ଏହାପରେ ମୁଁ ଆପଣଙ୍କୁ କହିବି ଚା ର ଦାଗ କିପରି ଛଡାଇବେ।ଏହା ସୂତା କପଡା ଉପରେ ବହୁତ ପ୍ରଭାବ ପକାଇଥାଏ।ଆପଣ ପ୍ରଥମେ କପଡା ଉପରେ କିଛି ଧଳା ସୋଢା ପକାଇ ଦିଅନ୍ତୁ।ଏହାପରେ ଟିକେ ପକାଇବେ ମିଠା ଶୋଢା।ଏହାକୁ ସେହିପରି ଭାବେ ୧୦ ମିନିଟ ଛାଡି ଦିଅନ୍ତୁ।୧୦ ମିନିଟ ପରେ ଆପଣ ଏଥିରେ ବ୍ୟବହାର କରୁଥିବା ଯେକୌଣସି ସର୍ଫ ପକାଇ ଦିଅନ୍ତୁ।ଏହାକୁ ଭଲ ଭାବେ ଘଷି ସଫା କରନ୍ତୁ।ଏଥିରେ ମିଠା ସୋଢା ସହିତ ଧଳା ସୋଢା ମଧ୍ୟ ଅଛି। ତା ସହିତ ଆପଣ ସର୍ଫରେ ଭଲ ଭାବେ ଘଷି ଦେବେ।ଏହାପରେ ଆପଣ ଏହାକୁ ଆଉଥରେ ଧୋଇ କରି ଖରାରେ ଶୁଖାଇ ଦେବେ।
ଏହାପରେ ମୁଁ ଆପଣ ମାନଙ୍କୁ କହିବି ଯେ କପଡ଼ାରେ ତେଲ ଦାଗ ଲାଗିଗଲେ ତାକୁ କିପରି ସଫା କରିବେ।ଯେତେବେଳେ ଆପଣଙ୍କୁ ଲାଗିବ ଯେ କପଡ଼ାରେ ତେଲ ଲାଗି ଯାଇଚି ସେତେବେଳେ ତା ଉପରେ ଟିକେ ଟାଲକମ ପାଉଡର ପକାଇଦେବେ।ବେଳେବେଳେ ଏହା ଜଣା ପଡ଼ିନଥାଏ ତ ସେତେବେଳେ କଣ କରିବେ।ଆପଣ ପ୍ରଥମେ କପଡା ଉପରେ ଟିକେ ଭିନେଗାର ପକାଇବେ।ଏହାପରେ ଆପଣ ଟିକେ ମିଠା ସୋଢା ସହିତ ଟାଲକମ ପାଉଡର ପକାଇବେ।
ଏହା ତେଲକୁ ସମ୍ପୂର୍ଣ୍ଣ ଭାବେ ଶୋଷି ନେଇଥାଏ।ଏହାର ଲେପ ଲଗାଇ କରି ଭଲ ଭାବେ ଛାଡିଦିଅନ୍ତୁ।୧୦ ମିନିଟ ପରେ ଆପଣ ଏହାକୁ ଘଷିକରି ସଫା କରିବେ।ଏପରି କରିବା ଦ୍ବାରା ଦାଗ କେତେବେଳେ ପଳେଇବ ଆପଣ ଜାଣି ମଧ୍ୟ ପାରିବେନାହିଁ।ସିନ୍ଥେଟିକ କପଡା ପାଇଁ ଏହା ବହୁତ ଜଲଦି କାମ କରିଥାଏ କିନ୍ତୁ ସୂତା କପଡା ପାଇଁ ଏହା ଟିକେ ସମୟ ନେଇଥାଏ।