March 16, 2025

Odia Express

Leading Odia News Portal of Odisha

ପାଞ୍ଚ ଚମତ୍କାର ଏବଂ ରାହସ୍ୟମୟୀ ମନ୍ଦିର ବିଷୟରେ ଏହି କଥା ଜାଣିବା ଦରକାର – ଏହି ମନ୍ଦିର ଗୁଡିକ ର ରହସ୍ୟ ଜାଣିଲେ ଆପଣ ମଧ୍ୟ ଖୁସି ହେଇଯିବେ..

ନମସ୍କାର ସାଙ୍ଗମାନେ।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ୫ ଏପରି ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ ଯାହା ବହୁତ ଚାମତ୍କାରୀ ଏବଂ ରାହସ୍ୟମୟୀ ଅଟେ।ଏହି ମନ୍ଦିରରେ ଅଲୋକୀକ ଶକ୍ତି ଅଛି ତଥା ଏହି ମନ୍ଦିରକୁ ଜାଗୃତ ମନାଯାଇଥାଏ।ଏହି ମନ୍ଦିରରେ ଦର୍ଶନ କରିବାକୁ ଆସିଥିବା ସମସ୍ତ ଭକ୍ତଙ୍କ ମନସ୍କାମନା ପୁରଣ ହୋଇଥାଏ।କେହି ହେଲେ ଏହି ମନ୍ଦିରରୁ ଖାଲି ହାତରେ ଫେରି ନାହାନ୍ତି।ଏହି ଚାମତ୍କାରୀ ମନ୍ଦିରରୁ କିଛି ମନ୍ଦିର ଏପରି ଅଛନ୍ତି ଯାହାଙ୍କ ରହସ୍ୟ ବିଚିତ୍ରମୟୀ ଅଟେ।ତଥା ଆଜିବି ସେହି ମନ୍ଦିର ଗୁଡିକ ୱାରେ ବୈଜ୍ଞାନିକ ନିଜର ରିସର୍ଚ୍ଚ କରୁଛନ୍ତି।

ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ପ୍ରଥମ ମନ୍ଦିର:- କସାର ଦେବୀ ମନ୍ଦିର ଅଲମୁଡା(ଉତରାଖଣ୍ଡ)।ଏହି ମନ୍ଦିର ବିଷୟରେ କୁହାଯାଇଥାଏଜେ ଏଠାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ମନସ୍କାମନା ତୁରନ୍ତ ପୁରଣ ହୋଇଥାଏ।ଏଠାରେ ପ୍ରକୃତିର ସୌନ୍ଦର୍ଯ୍ୟ ସହିତ ଏକ ଅଦ୍ଭୁତ ଅନୁଭବ ମଧ୍ୟ ହୋଇଥାଏ।ଏଠାକୁ ଆସି ଶ୍ରଦ୍ଧାଳୁ ଅସୀମ ମାନସିକ ଶାନ୍ତିର ଅନୁଭବ କରିଥାନ୍ତି।କାରଣ ଏହା ଅଦ୍ୱିତୀୟ ଏବଂ ଚୁମ୍ବକୀୟ ଶକ୍ତିର କେନ୍ଦ୍ର ମଧ୍ୟ ଅଟେ।ଏହି ଶାନ୍ତି ମିଳିବା କାରଣରୁ ଏଠାକୁ ଦେଶ ବିଦେଶରୁ ବହୁତ ପର୍ଯ୍ୟଟକ ଆସିଥାନ୍ତି।ନାସାର ବୈଜ୍ଞାନିକଙ୍କ ଅନୁସାରେ ଉତ୍ତରାଖଣ୍ଡରେ ଥିବା କସାର ଦେବୀ ଶକ୍ତି ପୀଠ, ଦକ୍ଷିଣ ଆମେରିକାରେ ଥିବା ମାଚୁପିଚୁ ଏବଂ ଇଂଲଣ୍ଡରେ ଥିବା ଷ୍ଟୋନ ହଙ୍ଗ ଅଦ୍ଭୁତ ଚୁମ୍ବକୀୟ ଶକ୍ତିର କେନ୍ଦ୍ର ଅଟେ।ଏହି ତିନି ଜାଗାରେ ଚୁମ୍ବକୀୟ ଶକ୍ତିର ବିଶେଷ ପୁଞ୍ଜ ଅଟେ।

ଦ୍ୱିତୀୟ ମନ୍ଦିର:- ହିଙ୍ଗଲାଜ ମାତା ମନ୍ଦିର (ବୁଲିଚିସ୍ଥାନ)।ପାକିସ୍ଥାନରେ ସ୍ଥିତ ବୁଲିଚିସ୍ଥାନରେ ହିଙ୍ଗୁଳାନଦୀ କୁଳରେ ପାହାଡ଼ି ଗୁମ୍ଫାରେ ମାତାପାର୍ବତୀଙ୍କର ଅତି ପ୍ରାଚୀନ ହିଙ୍ଗଲାଜ ମନ୍ଦିର ସ୍ଥାପିତ ଅଟେ।ମାତାଙ୍କର ଏହି ମନ୍ଦିର ୫୧ ଶକ୍ତି ପୀଠ ମଧ୍ୟରୁ ଏକ ମନାଯାଇଥାଏ।ଏହି ମନ୍ଦିରର ଉଲେଖ ଦେବୀ ଭାଗବତ ପୁରାଣ ସହିତ ଅନ୍ୟ ପୁରାଣରେ ମଧ୍ୟ ମିଳିଥାଏ।ଭାରତ ପାକିସ୍ଥାନର ଅଲଗା ହେବାସମୟରେ ପାକିସ୍ଥାନରେ ସ୍ଥିତ ବହୁ ଧାର୍ମିକ ଏବଂ ଐତିହାସିକ ଧରୋବର ଭାଙ୍ଗିଦିଆଯାଇଥିଲା।ମାତା ହିଙ୍ଗଲାଜ ମନ୍ଦିରକୁ ମଧ୍ୟ ଭାଙ୍ଗିବାର ପ୍ରୟାସ କରାଯାଇଥିଲା।ଏବଂ ମାତାଙ୍କ ମନ୍ଦିରର ଚାମତ୍କାର ଯୋଗୁ ସେମାନେ ମୃତ୍ୟୁ ମୁଖରେ ପଡିଲେ।ମାତାଙ୍କର ଏହି ମନ୍ଦିରର ଦେଖା ରକ୍ଷା ମୁସଲମାନଙ୍କ ଦ୍ଵାରା କରାଯାଇଥାଏ।ଏହା ମାନ୍ୟତା ଅଛି ଯେ ଏହି ଚାମତ୍କାରି ମନ୍ଦିର ଆଗରେ ଯେଉଁ ଭକ୍ତ ନିଜର ମନସ୍କାମନା ରଖିଥାଏ ତାହା ଅବଶ୍ୟ ପୁରଣ ହୋଇଥାଏ।

ତୃତୀୟ ମନ୍ଦିର:- ଜଗନ୍ନାଥ ମନ୍ଦିର (ଓଡିଶା)।ହିନ୍ଦୁ ଧର୍ମର ପ୍ରସିଦ୍ଧ ସାତ ପବିତ୍ର ନଗରୀ ମଧ୍ୟରୁ ଏକ ଓଡିଶା ପୁରୀ ଓଡିଶା ରାଜ୍ୟର ସମୁଦ୍ର ତଟରେ ସ୍ଥିତ।ପୁରାଣର ଅନୁସାରେ ଏହାକୁ ବୈକୁଣ୍ଠ ଧାମ ମଧ୍ୟ କୁହାଯାଇଛି।ଅର୍ଥାତ ଭଗବାନ ବିଷ୍ଣୁଙ୍କ ଚାରି ଧାମ ମଧ୍ୟରୁ ଏହାକୁ ଏକ ମନାଯାଇଥାଏ।ଏହାକୁ ଶ୍ରୀ କ୍ଷେତ୍ର ମଧ୍ୟ କୁହାଯାଇଥାଏ।ଏଠାକୁ ଆସୁଥିବା ଦେଶ ବିଦେଶରୁ ଶ୍ରଦ୍ଧାଳୁମାନଙ୍କୁ ଏକ ଅଲଗା ଅନୁଭୂତି ହୋଇଥାଏ।ଭକ୍ତ ଏଠାକୁ ନିଜ ନିଜର ମନସ୍କାମନା ନେଇ ଆସନ୍ତି ଏବଂ ସେହିସବୁ ମନସ୍କାମନା ଅବଶ୍ୟ ପୁରଣ ହୋଇଥାଏ।

ଚତୁର୍ଥ ମନ୍ଦିର:- ମହାକାଳୀ ଶକ୍ତିପୀଠ (ଗୁଜୁରାଟ)।ଗୁଜୁରାଟରେ ସ୍ଥିତ ପାୱଗଡ଼ ପାହାଡ଼ରେ ସ୍ଥିତ ମହାକାଳୀଙ୍କର ଶକ୍ତିପୀଠ ସବୁଠାରୁ ଜାଗୃତ କୁହାଯାଇଥାଏ।ମାତାଙ୍କର ଏହି ମନ୍ଦିର ୫୧ ଶକ୍ତିପୀଠ ମଧ୍ୟରୁ ଏକ ଅଟେ।ଏହି ମନ୍ଦିର ଉଚ୍ଚ ପାହାଡ଼ର ଚୁଳରେ ଅବସ୍ଥିତ।ପାହାଡ଼ ଆସିବା ପରେ ଅପଣଙ୍କୁ ପ୍ରାୟ ୧୫୦ ସିଡ଼ି ଚଢ଼ିବାକୁ ପଡିଥାଏ।ଏହାପରେହିଁ ଆପଣ ମନ୍ଦିରର ମୁଖ୍ୟ ଦ୍ୱାର ନିକଟରେ ପହଞ୍ଚିବେ।

ପଞ୍ଚମ ମନ୍ଦିର:- ମେହେନ୍ଦୀପୁର ବାଲାଜି ମନ୍ଦିର(ରାଜସ୍ଥାନ)।ରାଜସ୍ଥାନର ଦୌସା ଜିଲ୍ଲାର ଦୁଇ ପାହାଡ଼ ମଧ୍ୟରେ ବସିଥିବା ଘାଟ ମେହେନ୍ଦୀପୁର ନାମକ ସ୍ଥାନ ଅଟେ।ଯେଉଠରେ ଏକ ବହୁତ ବଡ଼ ଚଟାଣରେ ପ୍ରଭୁ ହନୁମାନଙ୍କ ଆକୃତି ଭଳି ଚମତ୍କାରୀ ଭାବରେ ଅସିଛି।ଯାହା ଭକ୍ତଙ୍କ ମଧ୍ୟରେ ଶ୍ରୀ ଵାଲାଜୀ ମହାରାଜାଙ୍କ ନାମରେ ପ୍ରସିଦ୍ଧ।ଏଠାରେ ପ୍ରଭୁ ହନୁମାନଙ୍କର ପିଲାବେଳ ସ୍ୱରୂପରେ ପୁଜିଯାଇଥାଏ।ଵାଲାଜିଙ୍କ ଚରଣରେ ଏକ ଛୋଟ କଣ୍ଡି ଅଛି।ଏବଂ ଏଠାରେ ଜଳ କେବେହେଲେ ସମାପ୍ତ ହୋଇନଥାଏ।ଏଠାରେ ପ୍ରଭୁ ହନୁମାନଙ୍କ ବିଗ୍ରହ ଶକ୍ତିଶାଳୀ ଏବଂ ଚମତ୍କାରି ମନାଯାଇଥାଏ ତଥା ଏହି କାରଣ ପାଇଁ ଏହି ସ୍ଥାନ ପୁରା ଦେଶ ବିଖ୍ୟାତ ଅଟେ।ଏଠାରେ ପ୍ରଭୁ ହନୁମାନଙ୍କ ସହିତ ଭାଗବାନ ଶିଵ ଏବଂ ଭଗବାନ ଭୈରବଙ୍କର ପୂଜା କରାଯାଇଥାଏ।

Leave a Reply

Your email address will not be published. Required fields are marked *