May 20, 2025

Odia Express

Leading Odia News Portal of Odisha

ଜାଣନ୍ତୁ ଘରେ କେଉଁ ଗଛ ଲଗେଇବେ ଆଉ କେଉଁଟା ନୁହେଁ – ଜାଣିବା ଦରକାର ନହେଲେ ଜୀବନସାରା ଆପଣ କେବଳ ଗଛ ପାଇଁ ପସ୍ତେଇବା ପାଇଁ ପଡିବ..

ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁପ୍ରକାର ଘରର ସବୁ ଜିନିଷ ଆମ ଜୀବନକୁ ପ୍ରଭାବିତ କରିଥାଏ ସେହିପରି ଘରେ ସଜାଇବା ପାଇଁ ରଖାଯାଇଥିବା ଗଛ ମଧ୍ୟ ଆମ ଜୀବନରେ ସକାରତ୍ମକ ଏବଂ ନକାରତ୍ମକ ପ୍ରଭାବ ପକାଇଥାଏ।ଜଣାଅଜଣାରେ ଆମେ କେତେକ ଥର ଏମିତି ଗଛ ଘରେ ରଖିଦେଉ ଯାହା ଦ୍ୱାରା ବାସ୍ତୁଦୋଷ ଉତ୍ପନ ହୋଇଥାଏ।ଆଜି ଆମେ ଆପଣଙ୍କୁ କହିବୁ ଘରେ କେଉଁ ପ୍ରକାର ଗଛ ରଖିବା ଦରକାର ଏବଂ କେଉଁ ପ୍ରକାର ନୁହେଁ।ତ ଆସନ୍ତୁ ଜାଣିବା ଏହି ବିଷୟରେ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନି ପ୍ଲାଣ୍ଟ ଲଗାଇବା ବହୁତ ଶୁଭ ହୋଇଥାଏ।ଜ୍ୟୋତିଷ ଅନୁସାରେ ଏହି ଗଛ ଶୁକ୍ର ଗ୍ରହର କାରକ ହୋଇଥାଏ ଏବଂ ଏହାର ଉପସ୍ଥିତି ଦ୍ୱାରା ପତିପତ୍ନୀଙ୍କର ସମ୍ବନ୍ଧ ମଧୁର ହୋଇଥାଏ।ଘରେ କଣ୍ଟାଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ କାରଣ ଏହା ନକାରତ୍ମକ ଉର୍ଜା ଉତ୍ପନ କରିଥାଏ।ଗୋଲାପ ଭଳି କଣ୍ଟାଯୁକ୍ତ ଗଛ ଲଗାଯାଇପାରିବ କିନ୍ତୁ ଏହାକୁ ଘରର ଛାତ ଉପରେ ଲଗେଇଲେ ଭଲ ହୋଇଥାଏ।

ଶାସ୍ତ୍ର ଅନୁସାରେ ଏହା ସୁଖ ଏବଂ ସମୃଦ୍ଧିର ପ୍ରତୀକ ହୋଇଥାଏ।ଘର କିମ୍ବା କାର୍ଯ୍ୟସ୍ଥଳର ପଜିଟିଭ ଉର୍ଜା ବଢାଇବା ପାଇଁ କୁଣ୍ଡରେ ସବୁବେଳେ ସତେଜ ଫୁଲ ଲଗାନ୍ତୁ।ମଉଳି ଯାଇଥିବା ଫୁଲ କିମ୍ବା ପତ୍ର ନକାରତ୍ମକ ଉର୍ଜା ଉତ୍ପନ କରିଥାଏ।ଶୋଇବାଘରେ କୌଣସିବି ପ୍ରକାରର ଗଛ ଲଗେଇବା ଉଚିତ ନୁହେଁ।ଏହା ଫଳରେ ବୈବାହିକ ଜୀବନରେ ଖରାପ ପ୍ରଭାବ ପଡ଼ିଥାଏ।ଯଦି ଘରର କୌଣସି କାନ୍ଥରେ ଅଶ୍ୱତ୍ଥ ଗଛ ଉଠିଆସେ ତାହେଲେ ତାକୁ ପୂଜା କରି ସେଠୁ ହଟେଇ କୁଣ୍ଡରେ ଲାଗେଇଦେବା ଉଚିତ।ଏହି ଗଛକୁ ବୃହସ୍ପତି ଗ୍ରହର କାରକ ମନାଯାଏ।ଵୋନସାଇ ଗଛ ମଧ୍ୟ ଘରେ ତିଆରି କରିବା କଥା ନୁହେଁ କି ବାହାରୁ ଆଣି ଲଗାଇବା ଉଚିତ ନୁହେଁ।ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛ ଘରେ ରହୁଥିବା ସଦସ୍ୟ ମାନଙ୍କର ଆର୍ଥିକ ବିକାଶ ରୋକିଥାଏ।

ତୁଳସୀ ଗଛ ବହୁତ କଲ୍ୟାଣକାରୀ,ଉପଯୋଗୀ,ପବିତ୍ର ଏବଂ ଶୁଭ ହୋଇଥାଏ।ଏଥିରେ ଆଣ୍ଟିବାୟୋଟିକ ସହ ଆହୁରି ଅନେକ ଔଷଧିୟ ଗୁଣ ରହିଥାଏ।ଏହାର ସ୍ପର୍ଶ ଏବଂ ପବନ ଦୁଇଟି ଲାଭକାରୀ ହୋଇଥାଏ।ଏଥିପାଇଁ ଏହାକୁ ଘରେ ନିଶ୍ଚୟ ଲଗାଇବା ଉଚିତ।ଏହା ବାୟୁପ୍ରଦୂଷଣକୁ ମଧ୍ୟ କମ କରିଥାଏ।ଏହାକୁ ଘରର କୌଣସିବି କୋଣରେ ଲଗାଇ ଯାଇପାରେ କିନ୍ତୁ ଏହାକୁ କୌଣସି ଖରାପ କୋଣରେ ଲଗାଇବା ଉଚିତ ନୁହଁ।

ଗୋଲାପ,ଚମ୍ପା ଏବଂ ଚମେଲି ଗଛ ଘରେ ଲଗାଇବା ଶୁଭ ହୋଇଥାଏ କାରଣ ଏଥିରୁ ମାନସିକ ଚାପ ଏବଂ କଷ୍ଟରୁ ମୁକ୍ତି ମିଳିଥାଏ।କୁଣ୍ଡରେ ଫୁଲର ବ୍ୟବହାର ଘରେ କୌଣସି ତୀକ୍ଷ୍ଣ କୋଣ କିମ୍ବା ଅବଡା ଖବଡା ମାଟିକୁ ଲୁଚାଇବା ପାଇ ମଧ୍ୟ କରାଯାଇପାରେ।ଘରେ ସୁନ୍ଦର ଯେମିତି ସାଇକସ,ଅର୍ଲିଆ ତଥା ଏରିକା ଆଦି ଗଛ ଲଗାଇ ଯାଇପାରେ।ସୁନ୍ଦର ଫୁଲ ଯେମିତି ଚମ୍ପା,ନାଗଚମ୍ପା,ଚମେଲି ଆଦି ମଧ୍ୟ ଲଗାଯାଇପାରେ।ଏହା ଘରର ଶୋଭା ବଢ଼ାଇଥାଏ।ଘରେ ନକଲି ଗଛ ଲଗାଇବା ଉଚିତ ନୁହଁ।ଏହାକୁ ଅଶୁଭ ମଣାଯାଇଥାଏ।ଏମାନେ ଖରା ଏବଂ ଗନ୍ଧକୁ ମଧ୍ୟ ଅଧିକ ଆକର୍ଷିତ କରିଥାନ୍ତି।ଉଚ୍ଚା ଏବଂ ଘନ ଗଛକୁ ଘରର ଦକ୍ଷିଣ କିମ୍ବା ପଶ୍ଚିମ ଭାଗରେ କବାଟ ଠାରୁ ଟିକେ ଦୂରରେ ହି ଲଗାଇବା ଉଚିତ।

Leave a Reply

Your email address will not be published. Required fields are marked *