January 18, 2025

Odia Express

Leading Odia News Portal of Odisha

ପେଟର ଗ୍ୟାସ,ଖାଇବା ହଜମ ନ ହେବା ଏବଂ ନିଜର ଇମ୍ୟୁନିଟି ବଢାଇବା ପାଇଁ ନିଅନ୍ତୁ ଏହି ବଟିକା ସଙ୍ଗେସଙ୍ଗେ ଦେଖେଇବ ପ୍ରଭାବ

ସାଙ୍ଗମାନେ ଆଜିକାଲି ଲୋକ ଖାଲି ଘରେ ବସିବା ଦ୍ୱାରା ଗ୍ୟାସ ଆଦି ସମସ୍ୟା ଦେଖା ଯାଇଥାଏ ଏବଂ ଯଦି ହଜମ ହୋଇଯାଏ ତାହେଲେ ପେଟ ଗରମ ହୋଇଯାଏ।ଏହି ସମୟରେ ଆମେ ଏମିତି କଣ କରିବା ଯାହା ଦ୍ୱାରା ଆମର ହଜମ ବି ଭଲ ହେବ ଏବଂ ପେଟରେ ଗ୍ୟାସ ମଧ୍ୟ ହେବ ନାହିଁ।ଗ୍ୟାସର ସମସ୍ୟା ଆଜିକାଲି ବହୁତ ସାଧାରଣ ହୋଇଯାଇଛି।ଛୋଟଛୁଆଙ୍କ ଠାରୁ ଆରମ୍ଭ କରି ବଡ ଯାଏ ସମସ୍ତଙ୍କୁ ଏହା ହୋଇଥାଏ ଏବଂ ବେଳେ ବେଳେ ଏହା ସହିତ କବିଜ ମଧ୍ୟ ହୋଇଯାଇଥାଏ ।ଆଜି ଆମେ ଯାହା କହିବାକୁ ଏମିତି ଏକ ନୁଷ୍କା ଯାହା ବହୁତ ପୁରୁଣା ଅଟେ।

ଏହା ହଉଛି ଜୁଆଣି।ଧ୍ୟାନ ରଖନ୍ତୁ ଏହା ବହୁତ ଗରମ ହୋଇଥାଏ କିନ୍ତୁ ଏହାକୁ ଠିକସେ ନବା ଦ୍ୱାରା ଏହା ଆମ ହଜମ ଶକ୍ତିକୁ ବଢ଼ାଇଥାଏ।ଏହାକୁ କେତେ ମାତ୍ରାରେ ନବା ଏବଂ କେମିତି ନବା ଏହା ଜାଣିବା ବହୁତ ଆବଶ୍ୟକ ଅଟେ।ଏହା ପରେ ଆହୁରି ଏକ ଜିନିଷ ନେବା ଉଚିତ ତାହା ହେଉଛି ଗୁଡ଼।ଯଦି ଆପଣଙ୍କୁ ବାରମ୍ବାର ଗ୍ୟାସ ହୋଇଥାଏ ତାହେଲେ ଆପଣଙ୍କ ପାଇଁ ଏହି ନୁଷ୍କା ରାମବାଣର କାମ କରିଥାଏ।

ପ୍ରଥମେ ଏହି ଯେଉଁ ଗୁଡ଼ ଆପଣ ନେଇଛନ୍ତି ତାହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ।ପାଖାପାଖି ଦେଢ଼ ଚାମଚ ଭଳି ଗୁଡ଼ ଆପଣ ନେବେ।ଏବେ ଆମେ ଏଥିରେ ମିସେଇବା ଜୁଆଣି।ଏହାକୁ ୪ ଭାଗରୁ ଭାଗେ ପାଖାପାଖି ନିଅନ୍ତୁ।ଯଦି ଆପଣଙ୍କର ପ୍ରତିଦିନ ଗ୍ୟାସ ହେଉଥିବ କିମ୍ବା ଭୟଙ୍କର ପେଟ ସମସ୍ୟା ରହିଥିବା ତାହେଲେ ଆପଣ ଏତିକି ମାତ୍ର ନେଇପାରିବେ।ଏହାପରେ ଆମେ ଏହାକୁ ମିକ୍ସ କରିବା।ଯଦି ଆପଣଙ୍କର ବହୁତ ଅଧିକ ସମସ୍ୟା ରହିଥାଏ ତାହେଲେ ଆପଣ ଏଥିରେ ଟିକେ ବିଟଲୁଣ ପକେଇ ପାରିବେ।ବେଳେ ବେଳେ କଣ ହୁଏନା କେହି ଲୋକ ଏହାକୁ ଗରମ ପାଣି କିମ୍ବା ଅଲଗା କୌଣସି ଉପାୟରେ ନେଇଯାଆନ୍ତି ଯାହା ଫଳରେ ଆହୁରି ଅଧିକ ସମସ୍ୟା ଦେଖାଯାଇଥାଏ।

ଏହାପରେ ଏହାର ଆମେ ୪ ଭାଗ କରିବା ଏମିତି ନୁହଁ କି ଗୋଟେ ଥରରେ ଖାଇଦେବେ କାରଣ ଏହା ସମସ୍ୟା ଉତ୍ପନ କରିପାରେ।ଏହାପରେ ଜାଣିବା ଏହାକୁ ଖାଇବା କେମିତି।ଯେଉଁମାନଙ୍କର ପେଟରେ ଅଧିକ ସମସ୍ୟା ଅଛି କିମ୍ବା ପ୍ରତିଦିନ ଗ୍ୟାସ ହେଉଛି ସେମାନେ ଏହାକୁ ଖାଇବା ପୂର୍ବରୁ ନେଇ ପାରିବେ।ଖାଇବା ପରେ ମଧ୍ୟ ଆପଣ ଏହାକୁ ନେଇପାରିବେ।ଯଦି ବହୁତ ଅଧିକ ବଥା ରହୁଛି ତାହେଲେ ଆପଣ ଏହାକୁ ଗରମ ପାଣିରେ ମଧ୍ୟ ନେଇ ପାରିବେ ନହେଲେ ଏହାକୁ ଥଣ୍ଡା ପାଣିରେ ମଧ୍ୟ ନେଇପାରିବେ।ଆପଣ ଏହାକୁ ଚୁସି ମଧ୍ୟ ପାରିବେ ଏବଂ ଚୋବେଇକି ମଧ୍ୟ ଖାଇପାରିବେ ଏବଂ ଯଦି ଜୁଆଣି ଚୋବେଇ ପାରୁନାହାନ୍ତି ତହେଲେ ଆପଣ ଏହାକୁ କୁଟି କୁଟି ମଧ୍ୟ ଖାଇ ପାରିବେ।ଏହାକୁ କୂଟନ୍ତି ନାହିଁ କାରଣ ଏହାଦ୍ୱାରା ଏଥିରେ ଅଧିକ ପିତାପଣ ଆସିଥାଏ।

ଏବେ ଯେଉଁ ପ୍ରେଗନାଣ୍ଟ ମହିଳା ରହିଲେ କି ଯେଉଁମାନଙ୍କୁ ଅଳ୍ପ ଅଳ୍ପ ଗ୍ୟାସ ହୋଇଥାଏ କିମ୍ବା ଯାହାକୁ ଏହା ସୁଟ କରେନାହି।ଆପଣ କଣ କରିବେ ନା ଗୁଡ଼କୁ ଟିକେ କାଟିକରି ମୁହଁ ଉପରେ ରଖନ୍ତୁ ଏବଂ ଚୁସନ୍ତୁ।ଏହି ଯେଉଁ ଉପାୟ ଅଛି ଏହା ଆପଣ ଛୁଆଙ୍କୁ ମଧ୍ୟ ଦେଇପରିବେ।ପ୍ରେଗନାଣ୍ଟ ମହିଳା ଯାହାକୁ ଅର୍ଷ ରହିଛି କିମ୍ବା ଗ୍ୟାସ ରହିଛି ତାଙ୍କୁ ଅଧିକଁ ଜୁଆଣି ନବା କଥା ନୁହଁ ଏହି ଗୁଡ଼ାରେ ହି କାମ ଚଳାଇବାକୁ ପଡ଼ିଥାଏ।

Leave a Reply

Your email address will not be published. Required fields are marked *