ଚର୍ମର ତୋଫାପଣ ଫେରି ପାଇବେ ଘରେ ହିଁ – ଆପଣଙ୍କ ମୁହଁର ଗୋରା ପଣ ଆଣିବା ରେ ସାହାଯ୍ୟ କରିବ ଏହି ଉପାୟ..

ବନ୍ଧୁମାନେ ଟମାଟୋ ଆମ ଚର୍ମ ପାଇଁ ଏକ ବହୁତ୍ ଉପକାରୀ ଦ୍ରବ୍ୟ ଅଟେ।ଟମାଟୋକୁ ଆମେ ସ୍କ୍ରବ୍ କରି ନିଜ ମୁହଁରେ ଘଷି ପାରିବା।ଆମେ ଏହାକୁ ପେଷ୍ଟ ଲଗାଇ କରି ମଧ୍ୟ ଲଗାଇ ପାରିବା।କିନ୍ତୁ ଏ ସବୁରେ ଆମକୁ ଏତେ ଫଳାଫଳ ମିଳିବ ନାହିଁ।କାରଣ ଫେସ୍ ପ୍ୟାକ୍ ଲଗେଇବା ଦ୍ଵାରା ଆମ ମୁହଁ ସତେଜ ଦେଖା ଯାଇଥାଏ କିନ୍ତୁ ଏହାର ସବୁ ରନ୍ଧ୍ର ଗୁଡ଼ିକ ଭଲରେ ସଫା ହେଇ ନଥାଏ।ତେବେ ଏ ଭଳି ପୁରା ସଫା କରିବା ପାଇଁ ଆମକୁ ଟମାଟୋର ଏକ ନୂଆ ପ୍ରକାରର ସ୍କ୍ରବ୍ ତିଆରି କରିବା।
ସର୍ବ ପ୍ରଥମେ ଆମେ ଗୋଟେ ବଡ଼ ଲାଲ୍ ଟମାଟୋଟେ ନିଅନ୍ତୁ।ଏହାକୁ ଦୁଇ ଭାଗ କରନ୍ତୁ।ଆମକୁ ଏବେ ଗୋଟେ ଭାଗ ବ୍ୟବହାର କରିବାର ଅଛି।ଏହାସହ ଆପଣ ନିଅନ୍ତୁ ହଳଦୀ ଗୁଣ୍ଡ।ବହୁତ୍ ଲୋକଙ୍କ ମନରେ ଏଇଟା ଚିନ୍ତା ଥାଏକି ହଳଦି ଚର୍ମକୁ ହଳଦିଆ କରିଦେଇଥାଏ।କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ କାରଣ ଅଳ୍ପ ସମୟ ପାଇଁ ଆମ ଚର୍ମ ହଳଦିଆ ଦେଖା ଯାଇପାରେ କିନ୍ତୁ ହଳଦୀରେ ବହୁତ୍ ଉପକାରିତା ମଧ୍ୟ ରହିଥାଏ। ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ ଯାହା ପାଇଁ ଆପଣଙ୍କ ମୁହଁରୁ ସବୁ ବ୍ୟାକ୍ଟେରିଆ ମରି ଯାଇଥାନ୍ତି।ଯାହା ଫଳରେ ଆପଣଙ୍କର ମୁଖବ୍ରଣ ଓ ନାଲିବ୍ରଣ ଗୁଡ଼ିକ କମି ଯାଇଥାଏ।ତ ହଳଦିଆପଣ କରିବା ପାଇଁ ଆପଣ ବହୁତ୍ କମ୍ ହଳଦୀ ନେଇ ଟମାଟୋରେ ମାରନ୍ତୁ।କିନ୍ତୁ ଯାହାର ମୁହଁରେ ବ୍ରଣ ଅଛି ଅଧିକ ସେ ଟିକେ ଅଧିକ ହଳଦୀ ବ୍ୟବହାର କରିବା ଉଚିତ୍।
ଏବେ ହଳଦୀ ଲଗେଇବା ପରେ ଟମାଟୋଟିକୁ ଧୀରେ ଧୀରେ ମୁଁହ ସାରା ଘଷନ୍ତୁ।ଆଉ ମଝିରେ ମଝିରେ ଟମାଟୋଟିକୁ ଧୀରେ ଧୀରେ ଚିପୁଥିବେ ଯେମିତି ଟମାଟୋ ରସ ଗୁଡ଼ିକ ବି ମୁହଁରେ ଲାଗିବ।ଏହା ଆପଣଙ୍କ ଚର୍ମର ରନ୍ଧ୍ର ଗୁଡ଼ିକ ଭିତରକୁ ଯାଇ ପୁରା ସଫା କରିଥାଏ ଏବଂ ଚର୍ମ ଉଜ୍ଜ୍ୱଳ ଦେଖା ଯାଇଥାଏ।ଆପଣ ମାର୍କେଟରେ ମିଳୁଥିବା କୌଣସି ପ୍ରକାରର କାନ୍ତିବର୍ଦ୍ଧକ କ୍ରିମ ବ୍ୟବହାର କରନ୍ତୁ ନାହିଁ ଯାହା ଦ୍ଵାରା ଆପଣଙ୍କ ଚର୍ମ ସ୍ୱଳ୍ପଦିନ ପାଇଁ ଗୋରା ଦେଖାଯିବ କିନ୍ତୁ ପରେ ପ୍ରକୃତରେ ଏହା ଆପଣଙ୍କ ଚର୍ମକୁ ନଷ୍ଟ କରିଦେବ।
ଟମାଟୋରେ ଲାଇକୋପିନ୍,ଭିଟାମିନ C ଓ ଭିଟାମିନ A ଭରପୂର ହେଇ ରହିଥାଏ।ଯାହା ଆପଣଙ୍କ ମୁହଁରୁ ମୃତଚର୍ମ ଗୁଡ଼ିକ ହଟାଇ ଚର୍ମକୁ ଉଜ୍ଜ୍ଵଳ କରିଥାଏ।ତେବେ ୫ ମିନିଟ୍ ଯାଏଁ ଭଲରେ ଘଷିବା ପରେ ଆପଣ ୧୫ ମିନିଟ୍ ଯାଏଁ ଶୁଖିବାକୁ ଛାଡ଼ିଦିଅନ୍ତୁ।ତେବେ ଶୁଖିଯିବା ପରେ ଆପଣ ଏହାକୁ ଖାଲି ପାଣିରେ ଧୋଇ ପାରିବେ କିନ୍ତୁ ଯଦି ଆପଣ ଚାହୁଁଛନ୍ତି କି ହଳଦିଆପଣ ପୁରା କମିଯାଉ ତେବେ କୌଣସି ଭଲ ସାବୁନ୍ କିମ୍ବା ଫେସୱାଶରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ।
ଏବେ ଏହାପରେ ବଞ୍ଚିଥିବା ଅଧା ଟମାଟୋ ନିଅନ୍ତୁ, ଏହା ସହ ଚାଉଳଚୁନା ଓ କ୍ଷୀର।ଏବେ ସେ ଟମାଟୋକୁ ପେଷି ରସ କାଢ଼ି ଦିଅନ୍ତୁ।ଗୋଟେ ପାତ୍ରରେ ଦୁଇ ଚାମଚ୍ ଚାଉଳଚୁନା ନିଅନ୍ତୁ ଏଥିରେ ଆପଣ ଦୁଇ ଚାମଚ୍ ଟମାଟୋରସ ମିଶାନ୍ତୁ।ଏହାପରେ ତିନି ଚାମଚ୍ କ୍ଷୀର ମିଶାନ୍ତୁ।ଏବେ ସବୁଯାକ ଗୋଳାଇ ଏକ ଭଲ ପେଷ୍ଟ ତିଆରି କରନ୍ତୁ।ଏହାପରେ ଏହାକୁ ଭଲ ଭାବରେ ମୁହଁରେ ଲଗେଇ ଦିଅନ୍ତୁ।୧୦-୧୫ ମିନିଟ୍ ପରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ।ତେବେ ଏହାପରେ ଆପଣ ସମ୍ପୂର୍ଣ ରୂପେ ନିଜ ମୁହଁର ଉଜ୍ଜ୍ୱଳପଣ ଅନୁଭବ କରିପାରିବେ।