March 20, 2025

Odia Express

Leading Odia News Portal of Odisha

ଭାତୁଡ଼ି,ବ୍ରଣ ଓକଳା ଦାଗକୁ ମୂଳରୁ ସଫା କରିବା ପାଇଁ ସବୁଠୁ ଭଲ ଉପାୟ – ଘରେ ବସିକି ଭାତୁଡ଼ି ହେଇଯିବ ଦୂର..

ସାଙ୍ଗମାନେ ଯଦି ଆପଣ ଭାତୁଡ଼ି ବା ଶରୀରରେ ଥିବା କଳାଦାଗକୁ ନେଇ ଚିନ୍ତିତ ଅଛନ୍ତି ତ ଆପଣ ମାନଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ। ମୁଁ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଚି ଯାହାଦ୍ଵାରା ଆପଣ ଆପଣଙ୍କ ଭାତୁଡି ସମସ୍ୟାକୁ ଦୂରେଇ ଦେଇପାରିବେ।ସାଙ୍ଗମାନେ ଭାତୁଡି ଓ କଳାଦାଗ ଦେଖିବା ପାଇଁ ଜମା ଭଲ ଲାଗେନାହିଁ।ଆଉ ବେଳେବେଳେ ଏମାନେ ଏମିତି ଜାଗାରେ ହୋଇଥାନ୍ତି ଯେ ଆମେ ତାକୁ କପଡା ଦ୍ଵାରା ଘୋଡେ଼ଇ ମଧ୍ୟ ପାରେନାହିଁ।ଆପଣ ମୋ କଥାକୁ ପୁରା ଧ୍ୟାନ ଦେଇ ପଢ଼ିବେ କାରଣ ଏହି ଉପାୟକୁ ବୁଝିବା ନିହାତି ଦରକାର।

ଏହି ଉପାୟ ପାଇଁ ଆପଣ ସବୁଠୁ ପ୍ରଥମେ ନେବେ ଏକ ଟୁଥପେଷ୍ଟ।ଆପଣ ଆପଣଙ୍କ ଘରେ ଯେଉଁ ପେଷ୍ଟ ବ୍ୟବହାର କରନ୍ତି ଆପଣ ତାକୁ ମଧ୍ୟ ନେଇପାରିବେ।କିନ୍ତୁ ଆପଣ ଧ୍ୟାନ ରଖିବେ ଯେ ଏହା ସଫା ରଙ୍ଗର ହୋଇଥିବା ଜରୁରୀ ନାକି ରଙ୍ଗୀନ।ଆପଣ ଅଳ୍ପ ପରିମାଣରେ ପେଷ୍ଟ ଏକ ପାତ୍ରରେ ନେବେ।ଏହାପରେ ଆପଣ ନେବେ କ୍ୟାଷ୍ଟର ଅଏଲ।ଏହା ଭାତୁଡି ଭଳି ଜିନିଷ ସମାପ୍ତ କରିବା ପାଇଁ ବହୁତ କାରିଗରୀ ଅଟେ।ଏହା ଆପଣଙ୍କୁ କୌଣସି ଷ୍ଟୋର ବା ଦୋକାନରେ ମିଳିଯିବ।

ଆପଣ ଏକ ଚାମଚ ଅଏଲ ସେହି ପାତ୍ରରେ ନେବେ।ଏହାପରେ ଆପଣ ନେବେ ବେକିଙ୍ଗ ସୋଡା।ଏହା ଏକ ବହୁତ ଭଲ ଆଣ୍ଟି ସେପ୍ଟିକ ଅଟେ।ଏହା ଆପଣଙ୍କ ଫୁଲି ଯାଇଥିବା ଭାତୁଡ଼ିକୁ କମାଇ ଦେବ।ଏହା ମଧ୍ୟ ଆପଣଙ୍କ ସ୍କିନର ପିଏଚ ଲେବଲକୁ ନର୍ମାଲ ରଖେ।ଆପଣ ଅଳ୍ପ ପରିମାଣରେ ବେକିଙ୍ଗ ସୋଡା ସେଥିରେ ମିଶାଇ ଭଲଭାବେ ଫେଣ୍ଟି ଦେବେ।ଆପଣ ଏହି ପେଷ୍ଟକୁ ନିଜ ଭାତୁଡି ଜାଗାରେ ଲଗାଇପାରିବେ।ଆପଣ ଭାତୁଡ଼ି ହୋଇଥିବା ଜାଗାରେ ଏହାକୁ ନିଜ ହାତ ସାହାଯ୍ୟରେ ଲଗାଇ ସାରିବା ପରେ ତାକୁ ଏକ ପତଳା କପଡା ଦ୍ଵାରା ଘୋଡେ଼ଇ ଦେବେ।ଏହାକୁ ଆପଣ ଗୋଟିଏ ରାତି ରଖିବେ।

ଏବେ ଆମେ ଆଲୋଚନା କରିବା ବ୍ରଣ ବିଷୟରେ।ଏହାକୁ ଦୂର କରିବା ପାଇଁ ମଧ୍ୟ ମୁଁ ଆପଣ ମାନଙ୍କୁ ଏକ ସହଜ ଉପାୟ କହିବି ଯାହାଦ୍ଵାରା ଆପଣଙ୍କ ଚେହେରା ସମ୍ପୂର୍ଣ୍ଣ ସଫା ହୋଇଯିବ।ବହୁତ ଲୋକମାନଙ୍କର ଚେହେରାରେ ବ୍ରଣ ସମସ୍ୟା ଦେଖା ଦେଇଥାଏ।ଏହାକୁ ଦୂର କରିବା ପାଇଁ ଲେମ୍ବୁର ଭୂମିକା ଗୁରୁତ୍ୱପୂର୍ଣ୍ଣ।ଆପଣ ଦେଢ଼ ଚାମଚ ମଲାଇରେ ଗୋଟିଏ ଲେମ୍ବୁ ଚିପୁଡି କରି ତାକୁ ପ୍ରତିଦିନ ମୁଁହରେ ଲଗାନ୍ତୁ।ଏହାର ଦଶ ମିନିଟ ପରେ ନିଜ ଚେହେରା ଭଲ ଭାବେ ଧୋଇଦେବେ।ଏହାକୁ ଯଦି ଆପଣ ଏକ ସପ୍ତାହ ଲଗାତାର ବ୍ୟବହାର କରନ୍ତି ତ ଦେଖିବେ ଆପଣଙ୍କ ଚେହେରାରେ ବ୍ରଣ ସମସ୍ୟା ଜମା ରହିବ ନାହିଁ ଓ ମୁଁହରେ ଦାଗ ମଧ୍ୟ ରହିବ ନାହିଁ।

Leave a Reply

Your email address will not be published. Required fields are marked *