May 19, 2025

Odia Express

Leading Odia News Portal of Odisha

ଗଳା,ନାକ,ଛାତିରୁ କଫ ବାହାର କରିବା ପାଇଁ ଘରୋଇ ଉପାୟ – ଏହି ସାଧାରଣ ଉପୟ କରନ୍ତୁ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କଫରୁ ରକ୍ଷା ପାଇବା ପାଇଁ ଏକ ବହୁତ ପ୍ରଭାବଶାଳୀ ଉପାୟ କହିବି ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଅଳ୍ପ ଦିନରେ ଦୂରେଇ ଯିବ।ଯେପରି ମୌସୁମୀ ବଦଳିବା ଦ୍ଵାରା ଆମକୁ ଥଣ୍ଡା ହୋଇ ଯାଇଥାଏ। ହଠାତ ପାଣିପାଗ ପରିବର୍ତ୍ତନ ଦ୍ଵାରା ଆମ ଶରୀର ଏହି ପରିବର୍ତ୍ତନକୁ ଶୀଘ୍ର ଗ୍ରହଣ କରି ପାରିନଥାଏ।ଯାହାଦ୍ଵାରାକି ଆପଣ ଥଣ୍ଡା ଆଦି ରୋଗରେ ପୀଡିତ ହୁଅନ୍ତି।ବିଶେଷ କରି ଛୋଟ ପିଲାମାନେ ଅଧିକ କଷ୍ଟ ପାଇଥାନ୍ତି ଏହି ରୋଗରେ।ଲୋକମାନେ ଏହାକୁ ଅଣଦେଖା କରିଥାନ୍ତି କିନ୍ତୁ ଏପରି କରିବା ଜମା ବି ଉଚିତ ନୁହେଁ।

ଏପରି ହେବା ଅତି ସାଧାରଣ କଥା ହୋଇଥାଏ ଓ ଏହା ପ୍ରତି ଘରେ ଦେଖା ଦେଇଥାଏ।ଏଥିପାଇଁ ମୁଁ ଆପଣ ମାନଙ୍କୁ ଏକ ଘରୋଇ ଉପାୟ କହିବାକୁ ଯାଉଚି ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ସବୁ ସମସ୍ୟା ଦୁଇ ତିନି ଦିନ ଭିତରେ କୁଆଡେ ଉଭେଇ ଯିବ।ପୁରା ନାକର କଫ ଦୂରେଇ ଯିବ ଓ ଯେଉଁ ଥଣ୍ଡା ଶରୀର ଭିତରେ ଥିବ ସେ ବାହାରିଯିବ।ଆପଣ ପୁରା ସୁସ୍ଥ ଅନୁଭବ କରିବେ ଓ ମତେ ଧନ୍ୟବାଦ ଦେବେ।ଆପଣ ଏହାକୁ କେବଳ ନିଜ ପର୍ଯ୍ୟନ୍ତ ସୀମିତ ରଖିବେ ନାହିଁ ଆପଣଙ୍କର ସାଙ୍ଗ ସାଥି ,ବନ୍ଧୁ ଆଦି ଯିଏ ବି ଏହି ରୋଗରେ ପୀଡିତ ଥିବେ ତାଙ୍କୁ ଆପଣ କହିବେ।

ଆପଣ ପ୍ରଥମେ ଏକ ଚାମଚ ଜିରା ନେବେ ଓ ତା ସହିତ ଗୋଟିଏ ଖଣ୍ଡ ଅଦାକୁ ପେଶିକରି ଏକ ଚାମଚ ଜିରା ସହିତ ସମାନ କରି ନେବେ।ଏଥି ସହିତ ତୁଳସୀ ୧୦ ବା ୧୨ଟି ପତ୍ର ନିଅନ୍ତୁ।ଆପଣ ଦୁଇ ଗ୍ଲାସ ପାଣି ନେଇ ସେଥିରେ ଏସବୁ ପକାଇ ସିଝାଇ ଦିଅନ୍ତୁ।ଏହାକୁ ପୁରା କଡ଼ା ଭାବରେ ଗରମ କରିବେ।ଯେବେ ଦୁଇ ଗ୍ଲାସ ପାଣି ମରିକି ଏକ ଗ୍ଲାସ ହୋଇଯିବ ସେତେବେଳେ ଏହାକୁ ଛାଣି ଦେବେ।ଏଥିରେ ମହୁ ମିଶାଇ କରି ଆରାମସେ ଅଳ୍ପ ଅଳ୍ପ କରି ପିଇବେ।

ଏହାକୁ ଦିନରେ ଦୁଇଥର ପିଇ ପାରିବେ ଓ ଯଦି ଅଧିକ ଥଣ୍ଡା କାଶ ରହିଛି ତ ତିନିଥର ପିଇ ପାରିବେ।ଦୁଇ ଦିନ ପର୍ଯ୍ୟନ୍ତ ପିଇବେ ଆପଣଙ୍କର ପୁରା ଥଣ୍ଡା କାଶ ଆଦି ସବୁ ଦୂରେଇ ଯିବ।ଯେଉଁ ଥଣ୍ଡା ଶରୀର ଭିତରେ ବସିକି ଅଛି ସେ ବାହାରିଯିବ।ଯେଉଁ କଷ୍ଟ ଥକାପଣ,ମୁଣ୍ଡବିନ୍ଧା,ଅଳସପଣ ଆଦି ସବୁ ଦୂରେଇଯିବ।ଆପଣଙ୍କର ପୁରା ଶରୀର ଯଥା ଫୁସଫୁସ ପୁରା ସଫା ହୋଇଯିବ।ଭିତରୁ କଫ ସବୁ ଦୂରେଇ ଯିବ ଓ ଆପଣଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେବା ବହୁତ ସୁବିଧା ହୋଇଯିବ।ଆପଣଙ୍କର କଫ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *