March 13, 2025

Odia Express

Leading Odia News Portal of Odisha

୩୦ ମିନିଟ ମଧ୍ୟରେ କୋଷ୍ଠକାଠିନ୍ୟ ଗାୟବ ହୋଇଯିବ – ଆଉ ଜୀବନରେ କେବେ ଏହି ଅସୁବିଧା ଆପଣଙ୍କୁ ହେବ ନାହିଁ..

ଏହାକୁ ପିଇବା ଦ୍ଵାରା ୩୦ମିନିଟ ମଧ୍ୟରେ ପେଟ ସମ୍ପୂର୍ଣ୍ଣ ରୂପେ ସଫା ହୋଇଯିବ,ଭୋକ ଲାଗିବ।ଯଦି ପେଟ ସଫା ରହିବା ତେବେ ୧୦୮ ପ୍ରକାରର ରୋଗ ଆମ ଶରୀରରୁ ଦୂରେଇ ରହିବା।ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟ ରହିଛି ଆପଣଙ୍କ ପେଟ ସଫା ହେଉନାହିଁ ତେବେ ସକାଳୁ ଉଠି ପ୍ରଥମେ ୨ଗ୍ଲାସ ସାଧା ପାଣି ପିଇବାର ଅଭ୍ୟାସ କରିବା ଆବଶ୍ୟକ।ଖାଦ୍ୟ ଠିକ ସମୟରେ ଓ ଚୋବାଇ ଚୋବାଇ ଖାଇବା ଆବଶ୍ୟକ।ଏହା ସହିତ ବାହାରର ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବା ଆବଶ୍ୟକ।ଏହା ଫଳରେ ପେଟ ଉପରେ ଅଯଥା ଚାପ ପଡିବା ବନ୍ଦ ହୋଇଯିବ।

ଆମେ ବର୍ତ୍ତମାନ ଏପରି ଏକ ଉପଚାର ବିଷୟରେ ଆଲୋଚନା କରିବା ଯାହାକୁ ସେବନ କରିବା ଦ୍ୱାରା ଆମ ଶରୀରରୁ କୋଷ୍ଠକାଠିନ୍ୟ ସହଜରେ ଦୂର ହୋଇପାରିବ।ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଉପାଦାନ ମଧ୍ୟରେ ପ୍ରଥମ ଉପାଦାନ ହେଉଛି ଜିରା।ଏହା କୋଷ୍ଠକାଠିନ୍ୟକୁ ଦୂର କରିବା ସହିତ ଯକୃତ ଓ ଫୁସଫୁସ କୁ ମଜଭୂତ୍ କରିଥାଏ।ଖାଦ୍ୟକୁ ହଜମ କରିଥାଏ ଓ କୋଷ୍ଠକାଠିନ୍ୟ ଯୋଗୁ ପେଟରେ ହେଉଥିବା କଷ୍ଟକୁ ମଧ୍ୟ ଦୂର କରିଥାଏ।ଏହା ପେଟର ସମସ୍ତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ଗୋଟିଏ ଜାଗାରେ ଏକ ଗ୍ଲାସ ପାଣି ନେବା।ଏବେ ଏହି ପାଣିରେ ୨ ଚାମଚ ଜିରା ପକାଇବା।ଏବେ ଏହି ପାଣିକୁ ହାଲକା ଆଞ୍ଚରେ ୨୦ ମିନିଟ ପର୍ଯ୍ୟନ୍ତ ଗରମ କରିବା।୨୦ ମିନିଟ୍ ପରେ ଜିରାର ଚାହା ପ୍ରସ୍ତୁତ ହୋଇଯିବ।ଏହା ଥଣ୍ଡା ହେବା ପରେ ଏହାକୁ କପଡ଼ା ବା ଅନ୍ୟ କୌଣସି ଜିନିଷରେ ଛାଣିଦେବା।ଏହିପରି ଭାବରେ ଏହି ଜିରାର ଚାହା ପ୍ରସ୍ତୁତ ହୋଇଯିବ।ଏବେ ଏଥିରେ ଗୋଟେ ଚାମଚ ଅରମ୍ଭିର ତେଲ ପକାଇବା।ଏହା ଆମ ପେଟରେ ଜମା ହୋଇଥିବା ମଳକୁ ବାହାର କରିଥାଏ ଓ ପେଟ ସଫା କରିଥାଏ।

ତେଣୁ ଏହାକୁ ମିଶାଇବା ଫଳରେ ଏହା ଅମ ଶରୀରର କୌଣସି କ୍ଷତି କରିନଥାଏ।ଏହାକୁ ମିଶାଇବା ପରେ କିଛି ସମୟ ପର୍ଯ୍ୟନ୍ତ ଏହାକୁ ଭଲଭାବେ ଗୋଳାଇବା ଆବଶ୍ୟକ ଫଳରେ ଏହି ତେଲ ଚାହା ସହ ସମ୍ପୂର୍ଣ୍ଣ ରୂପେ ମିଶିପାରିବ।ଅରମ୍ଭି ତେଲ ଆମ ପେଟର ମଳ ସଫା କରିବା ସହିତ ଯକୃତ ଉପରେ ସୁପ୍ରଭାବ ପାକାଇଥାଏ।ଯାହା ଆମ ପେଟକଷ୍ଟ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।ଏବେ ଆମର କୋଷ୍ଠକାଠିନ୍ୟର ଉପଚାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଗଲା।

କୋଷ୍ଠକାଠିନ୍ୟ ପାଇଁ ଏହାର ବ୍ୟବହାର କିପରି କରାଯିବ ଏହା ଜାଣିବା ମଧ୍ୟ ଆବଶ୍ୟକ।ଏହାର ବ୍ୟବହାର ଆମେ ସକାଳୁ ଖଲିପେଟରେ କରିପାରିବା।ଖାଲି ପେଟରେ ଏହାକୁ ବ୍ୟବହାର କରିବା ଦ୍ଵାରା ମାତ୍ର ୩୦ମିନିଟରେ ପେଟ ସଫା ହୋଇଯିବ।ଅଥବା ମଧ୍ୟାହ୍ନ ଭୋଜନ କରିବାର ୧-୨ ଘଣ୍ଟା ପରେ ଏହାର ବ୍ୟବହାର କରାଯାଇପାରିବ।ଏହା ଏକ ଚମତ୍କାରି ଉପଚାର।କୋଷ୍ଠକାଠିନ୍ୟ ରୋଗୀମାନେ ଏହାକୁ ବ୍ୟବହାର କରିବା ଆବଶ୍ୟକ ଯାହା ଦ୍ଵାରା ସେମାନେ ତୁରନ୍ତ ଉପକୃତ ହୋଇପାରିବେ।ଏହା ସହିତ ରାତିରେ ଶୋଇଲାବେଳେ ଗୋଟେ ଗ୍ଲାସ ଗରମ କ୍ଷୀର ପିଇବା ଆବଶ୍ୟକ।ଯାହା ପେଟ ସଫା ହେବାରେ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *