May 20, 2025

Odia Express

Leading Odia News Portal of Odisha

ସୂର୍ଯ୍ୟପରାଗର ଏହି ବିଶେଷ ମୁହୂର୍ତ ହେବାକୁ ଯାଉଛି – ଏହି ରାଶିଗୁଡିକ ହେଇଯିବେ ଧନଵାନ – ଏହି ରାଶି ଦୁଃଖ ଖବର ପାଇବେ..

ବନ୍ଧୁମାନେ ୧୦ ଜୁନ୍ ୨୦୨୧ରେ ସୂର୍ଯ୍ୟପରାଗ ହେବାକୁ ଯାଉଛି।ତେବେ ଏହି ସୂର୍ଯ୍ୟପରାଗରେ ୪ଟି ରାଶିର ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ବଦଳି ଯିବ, ୫ଟି ରାଶି ପାଇଁ ଏହା ଶୁଭ ଏବଂ ୩ଟି ରାଶି ପାଇଁ ଏହା ଅଶୁଭ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଆକଳନ କରାଯାଇଛି।ତେବେ ଆସନ୍ତୁ ଜାଣିବା ଏ ବିଷୟରେ ବିଶେଷ ବିବରଣୀ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୦ ଜୁନ ୨୦୨୧ରେ, ଗୁରୁବାର ଦିନ ସୂର୍ଯ୍ୟପରାଗ ହେବାକୁ ଯାଉଛି।ତେବେ ଏହା ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ହେବାକୁ ଯାଉଛି।ସୂର୍ଯ୍ୟପରାଗ ଦ୍ୱିପହର ଘଟିକା ୧.୪୨ରୁ ଆରମ୍ଭ ହେଇ ସନ୍ଧ୍ୟା ୬.୪୧ରେ ସମାପ୍ତ ହେବ।ତେବେ ପରାଗଟି ବୃଷ ରାଶିରେ ଲାଗିବ।ଭାରତରେ କେବଳ ଅରୁଣାଚଳ ପ୍ରଦେଶରେ ହିଁ ପରାଗଟି ଆଂଶିକ ରୂପେ ଦେଖା ଯିବ।ତେବେ ଯେହେତୁ ଏହା ଏକ ଆଂଶିକ ସୂର୍ଯ୍ୟପରାଗ ସେଥିପାଇଁ ହାଣ୍ଡିଛାଡ଼ ସମୟ ମାନ୍ୟ ହେବନାହିଁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗ ହେବା ପରେ ଏହା ସବୁ ରାଶିଗୁଡ଼ିକ ଉପରେ କିଛି ନା କିଛି ପ୍ରଭାବ ପକେଇଥାଏ।ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶି ଉପରେ ଏହାର କଣ ପ୍ରଭାବ ପଡ଼ିବ।

ମେଷ ରାଶି- ଏହି ରାଶିର ଲୋକଙ୍କ ପାଇଁ ଏହା ଶୁଭ ରହିବ।କାର୍ଯ୍ୟସ୍ଥଳରେ ଧୈର୍ଯ୍ୟର ସହ କାମ କରନ୍ତୁ।ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ି ରହିଥିବା ଲୋକଙ୍କ ପାଇଁ ଏହା ଲାଭ ଦାୟକ ରହିବ।

ବୃଷ ରାଶି- ଏହି ରାଶିରେ ପରାଗ ଲାଗିଥିବା ଯୋଗୁଁ ଏହି ରାଶିର ଲୋକମାନେ ନିଜ ସ୍ବାସ୍ଥ୍ୟର ବିଶେଷ ରୁପରେ ଧ୍ୟାନ ରଖିବାକୁ କୁହାଯାଉଛି।ଦୁଃଖ ଏବଂ ବିଲୋମତାରୁ ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରନ୍ତୁ।

ମିଥୁନ ରାଶି- ଏହି ରାଶିର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ରୁପରେ ଭଲ ହେବାକୁ ଯାଉଛି।କଳା,ପ୍ରଯୁ୍କ୍ତିବିଦ୍ୟା ଓ ମିଡିଆରେ ଥିବା ଲୋକମାନଙ୍କ ପାଇଁ ଏହା ବହୁତ୍ ଭଲ ପ୍ରଭାବ ଦେବ।କଳି ଝଗଡାରୁ ବଞ୍ଚି ରହି ନିଜ କାମରେ ଧ୍ୟାନ ଦେବାକୁ କୁହାଯାଇଛି।

କର୍କଟ ରାଶି- ଏହି ରାଶି ପାଇଁ ମଧ୍ୟ ବହୁତ୍ ଶୁଭ ହେବାକୁ ଯାଉଛି।ନିଜ କାମରେ ମନ କେନ୍ଦ୍ରିତ କରିବାଦ୍ୱାରା ସଫଳତା ମିଳିଯିବ।ଏହା ସହ ଧନ ଲାଭର ମଧ୍ୟ ଯୋଗ ଅଛି।

ସିଂହ ରାଶି- ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ଏହା ଶୁଭହିଁ ରହିବ।ପୂର୍ବରୁ ଯୋଜନା କରି କରିଥିବା କାର୍ଯ୍ୟରେ ସଫଳତା ମିଳିବ।ପରିବାର ଲୋକଙ୍କ ସହ ସମୟ ବିତାଇବା ଦ୍ଵାରା ସମ୍ପର୍କରେ ମଜବୁତି ଆସିବ।

କନ୍ୟା ରାଶି- ଏହି ରାଶିର ଲୋକଙ୍କ ପାଇଁ ଏହା ସାଧାରଣ ରହିବ।ଆପଣଙ୍କୁ ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ କୁହାଯାଉଛି।ଜଲଦିରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ତୁଳା ରାଶି- ଏହି ରାଶି ପାଇଁ ମଧ୍ୟ ପ୍ରଭାବ ସାଧାରଣ ରହିବ।ତେବେ ଧନପ୍ରାପ୍ତି ଓ ସଫଳତା ପାଇଁ ଭଲ ସଙ୍କେତ ରହିଛି।କିନ୍ତୁ ଏହା ସହ ଅପଖର୍ଚ୍ଚ ହେବାର ସମ୍ଭାବନା ମଧ୍ୟ ରହିଛି।

ବିଛା ରାଶି- ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ଏହାର ସାଧାରଣ ପ୍ରଭାବ ରହିବ।ଅଧିକ କାର୍ଯ୍ୟ ମିଳିବା ଦ୍ଵାରା ଟିକେ ଚିଡିଚିଡା ହେବେ।ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ କୁହାଯାଉଛି।

ଧନୁ ରାଶି- ଏହି ରାଶିର ଲୋକଙ୍କ ପାଇଁ ଏହା ଶୁଭ ରହିଛି।ସମୟ ଉପକୂଳ ଥିବାରୁ ଆଳସ୍ୟ ତ୍ୟାଗ କରି କାର୍ଯ୍ୟରେ ଧ୍ୟାନ ଦେଲେ ସଫଳତା ମିଳିବ।

ମକର ରାଶି- ଏହି ରାଶିର ଲୋକଙ୍କ ପାଇଁ ଏହା ଶୁଭ ରହିଛି।ବହୁତ୍ ଦିନ ରହି ଯାଇଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ।ଆପଣଙ୍କୁ ନିଜ ପରିଶ୍ରମର ଫଳ ମିଳିବ।

କୁମ୍ଭ ରାଶି- ଏହି ରାଶିର ଲୋକଙ୍କ ପାଇଁ ଏହାର ପ୍ରଭାବ ସାଧାରଣ ରହିବ।ନିଜର ଭାବନାକୁ ନିୟନ୍ତ୍ରଣରେ ରଖିବା ସହ ପେଶା ସହ ଯୋଡ଼ି ରହିଥିବା କୌଣସି କାର୍ଯ୍ୟକୁ ସାବଧାନର ସହ କରିବାକୁ କୁହାଯାଉଛି।

ମୀନ ରାଶି- ଏହି ରାଶିର ଲୋକଙ୍କ ପାଇଁ ଏହା ଶୁଭ ରହିଛି।ନିଜ ବୃତ୍ତିରେ ସଫଳତା ସହ ଧନ ଲାଭର ମଧ୍ୟ ଯୋଗ ରହିଛି।

Leave a Reply

Your email address will not be published. Required fields are marked *