March 24, 2025

Odia Express

Leading Odia News Portal of Odisha

ଦାନ୍ତ ହଳଦିଆ ପଡ଼ିବା,ମାଢ଼ିରୁ ରକ୍ତ ବାହାରିବା,ଦାନ୍ତ ଦରଜ ହେବା ଅଥବା ପାଇରିଆର ସମାଧାନ..

ଦେଖାଯାଇଥାଏ କି ବହୁତ ଲୋକଙ୍କ ମାଢ଼ିରେ ବହୁତ ଜୋର ଦରଜ ହୋଇଥାଏ।ଏହା ଫଳରେ ମାଢ଼ିରୁ ରକ୍ତ ବାହାରିଥାଏ।ଯଦି ଦାନ୍ତରେ ଦରଜ ରହୁଥାଏ ଓ ଏଥିରୁ ରକ୍ତ ବାହାରି ଥାଏ ଓ ଆମେ ଏହାର ଚିକିତ୍ସା କରିନଥାଉ ତେବେ ଧୀରେ ଧୀରେ ଦାନ୍ତ ଦୁର୍ବଳ ହୋଇଯାଇଥାଏ।ଏହା ଫଳରେ ଦାନ୍ତରେ ପୋକ ଲଗିଯିବେ ଓ ଦାନ୍ତ ଖରାପ ହେବାକୁ ଲାଗିବ।ଏହାଫଳରେ ଲୋକମାନଙ୍କୁ ପାଇରିଆ ମଧ୍ୟ ହୋଇପାରେ।ଯାହାକି ଦାନ୍ତର ଏକ ଗମ୍ଭୀର ସମସ୍ୟା ଓ ସଠିକ ସମୟରେ ଏହାର ଚିକିତ୍ସା କରିବା ଆବଶ୍ୟକ।

ମାଢ଼ିର ଦରଜ ହେବାରେ ବିଭିନ୍ନ କାରଣ ରହିଛି।ଯେପରିକି ଭବଭାବେ ଦାନ୍ତ ନଘଷିବା,ଧୁମ୍ରପାନ କରିବା ଇତ୍ୟାଦି ଏହିସବୁ କରିବାଦ୍ୱାରା ଦାନ୍ତ ଦରଜ ହୋଇଥାଏ ଓ ରକ୍ତ ମଧ୍ୟ ବାହାରିଥାଏ।ଶରୀରର ପୋଷଣ ଠିକ୍ ଭାବରେ ନହେଲେ ଭିଟାମିନ ର ଅଭାବ ଦେଖାଦେଲେ ଦାନ୍ତ ଦରଜ ହୋଇଥାଏ ଓ ଏଥିରୁ ରକ୍ତ ବାହାରିଥାଏ।ଯେଉଁ ଲୋକମାନଙ୍କର ଭିଟାମିନ ସି ର ଅଭାବ ରହିଥାଏ ସେମାନଙ୍କ ଦାନ୍ତରୁ ମଧ୍ୟ କ୍ରମାଗତ ଭାବେ ରକ୍ତ ବାହାରିଥାଏ।ଅଧିକ ମିଠା ଖାଇବା ଦ୍ଵାରା ମଧ୍ୟ ଦାନ୍ତରେ ଦରଜ ରହିବା ସହ ଏଥିରୁ ବରାବର ରକ୍ତ ବାହାରିଥାଏ।

ଏହି ସବୁରୁ ଦୂରେଇ ରହିବା ପାଇଁ ପ୍ରଥମେ ସବୁଦିନ ଭଲଭାବରେ ଦାନ୍ତ ଘଷିବା ଦରକାର।ରାତିରେ ଶୋଇବା ପୁର୍ବରୁ ସବୁଦିନ ଦାନ୍ତ ଘଷିବା ଦରକାର।ଯେବେ ଆମେ କିଛି ମିଠା ଖାଇଥାଉ ତାହେଲେ ଭଲଭାବେ ପାଟି ଧୋଇବା ଆବଶ୍ୟକ।ମିଠା ଖାଇବା ପରେ ଭଲ ଭାବେ ପାଟି ଧୋଇବା ଦ୍ୱାରା ମିଠା ଦାନ୍ତରେ ଲାଗି ରହେନାହିଁ।ଯେଉଁ ମାନଙ୍କ ଦାନ୍ତରେ ପୋକ ଲଗିଯାଇଛନ୍ତି,ଯେଉଁମାନଙ୍କ ଦାନ୍ତରେ ଦରଜ ରହୁଛି ଯେଉଁମାନଙ୍କ ଦାନ୍ତ ହଳଦିଆ ପଡିଯାଇଛି ତେବେ ସେମାନଙ୍କୁ ନିଯ ଦାନ୍ତକୁ ଲବଙ୍ଗ ତେଲରେ ପ୍ରତିଦିନ ସକାଳୁ ୫ ମିନିଟ ପର୍ଯ୍ୟନ୍ତ ଘଷିବା ଦରକାର।

ଯଦି ଦାନ୍ତରେ ଅଧିକ ଦରଜ ରହୁଛି,ଦାନ୍ତରୁ ସର୍ବଦା ରକ୍ତ ବାହାରୁଛି,ଦାନ୍ତ ହଳଦିଆ ପଡିଯାଉଛି ତେବେ ସବୁଦିନ ସକାଳୁ ଲେମ୍ବୁ ପାଣିରେ ପାଟି ଧୋଇବା ଆବଶ୍ୟକ।ଗୋଟେ ଗ୍ଲାସ ପାଣିରେ ଗୋଟେ ଲେମ୍ବୁ ଚିପୁଡ଼ିକି ଏହି ପାଣିରେ ୫-୧୦ ମିନିଟ ପର୍ଯ୍ୟନ୍ତ ପାଟି ଧୋଇବା ଦ୍ୱାରା ଦାନ୍ତର ସମସ୍ୟା ଦୂର ହୋଇପାରିବ।ସପ୍ତାହରେ ଗୋଟେ ଥର ଫିଟିକିରି ପାଣିରେ ଥରେ ପାଟି ଧୋଇବା ମଧ୍ୟ ଆବଶ୍ୟକ।ଏହାଦ୍ବାରା ଦାନ୍ତ ସହ ଜଡ଼ିତ ପ୍ରାୟ ସମସ୍ତ ସମସ୍ୟା ସମାପ୍ତ ହୋଇଥାଏ।ଏହି ପାଣିରେ ପାଟି ଧୋଇବା ଦ୍ୱାରା ପାଇରିଆ ଭଳି ସମସ୍ୟା ମଧ୍ୟ ସମାପ୍ତ ହୋଇଥାଏ।

ଯଦି ଦାନ୍ତରେ ଦରଜ ରହୁଛି ଦନ୍ତରୁ ରକ୍ତ ବାହାରୁଛି,ଦାନ୍ତରୁ ଗନ୍ଧ ବାହାରୁଛି ତେବେ ବବୁଲ ଗଛର ଛେଲିର ବ୍ୟବହାର କରିବା ଦ୍ଵାରା ଏହିସବୁରୁ ତୁରନ୍ତ ଆରାମ ମିଳିଥାଏ।ଦାନ୍ତର କୌଣସି ସମସ୍ୟାର ସମାଧାନ ପାଇଁ ପ୍ରଥମେ ବବୁଲ ଗଛର ଛେଲିକୁ ରାତିରେ ଶୋଇବା ପୁର୍ବରୁ ପାଣିରେ ଭେଦାଇ ରଖିଦେବା ଓ ସକାଳ ହେବା ପରେ ଏହି ପାଣିରେ ପାଟିକୁ ଭଲଭାବେ ଧୋଇଦେବା।ଏପରି କରିବା ଦ୍ବାରା ଦାନ୍ତ ଓ ମାଢି ସହ ସମ୍ପର୍କିତ ସମସ୍ତ ସମସ୍ୟା ସମାପ୍ତ ହୋଇଥାଏ।ଦାନ୍ତର ଦରଜ ଏହାକୁ ଥରେ ମାତ୍ର ବ୍ୟବହାର କରିବା ଦ୍ଵାରା ସମାପ୍ତ ହୋଇଯିବ।

Leave a Reply

Your email address will not be published. Required fields are marked *