May 20, 2025

Odia Express

Leading Odia News Portal of Odisha

ଟିବି ରୋଗ ବିଷୟରେ କିଛି ତଥ୍ୟ ଓ ଏହାର ଲକ୍ଷଣ – ଏହିପରି ଲକ୍ଷଣ ଥିଲେ ଏବେ ପରୀକ୍ଷା କରେଇ ନିୟନ୍ତୁ..

ସାଙ୍ଗମାନେ ଆଜି ଆମେ କଥା ହେବା ଏକ ଏମିତି ରୋଗ ବିଷୟରେ ଯେଉଁଥିରେ ୨୦୧୭ ମସିହାରେ ଭାରତ ବର୍ଷରେ ୨୮ ଲକ୍ଷରୁ ଉର୍ଦ୍ଧ୍ବ କେସ ବାହାରିଛି।ଏହା ପୁରା ବିଶ୍ଵର ଚାରିଭାଗରୁ ଏକ ଭାଗ ଅଟେ। ତ ଆପଣ ମାନେ ଏଥିରୁ ଜାଣି ପରୁଥିବେ ଯେ ଏହା କେତେ ବିପଦ ଜନକ ଓ ଭାରତରେ ତ ଏହା ଏକ ସାଧାରଣ ରୋଗ ହୋଇଗଲାଣି।ଏହାର ନା ହେଉଚି ଟିବି।ଆଜି ମୁଁ ଆପଣ ମାନଙ୍କୁ ଏହି ରୋଗ ବିଷୟରେ କିଛି ତଥ୍ୟ ଜଣେଇବି।ଏହା କେଉଁ କେଉଁ ଲୋକମାନଙ୍କୁ ଅଧିକ କ୍ଷତି କରିବ ତାହା ମଧ୍ୟ କହିବି।

ଏହା ଏକ ସଂକ୍ରାମକ ରୋଗ ଅଟେ।ଆମେ ଯେତେବେଳେ ଖାସୁ ବା ଛିଙ୍କୁ ତ ଛୋଟ ଛୋଟ ଧୂଳିକଣା ସାହାଯ୍ୟରେ ଏହା ଆମକୁ ଆକ୍ରାନ୍ତ କରିଥାଏ।ଯଦି ଏହା ଫୁସଫୁସ ବ୍ୟତୀତ ଅନ୍ୟ କୌଣସି ଅଙ୍ଗରେ ହୁଏ ଯେପରି ମସ୍ତିସ୍କ ତ ଏହା ବ୍ୟାପେ ନାହିଁ।କେବଳ ଭାରତରେ ୨୦୧୭ ମସିହାରେ ପ୍ରାୟ ୨୮ ଲକ୍ଷରୁ ଉର୍ଦ୍ଧ୍ବ କେସ ବାହାରିଥିଲା।୨୦୩୦ ଭିତରେ ଏହାକୁ ସମଗ୍ର ବିଶ୍ବରୁ ହଟାଇବା ପାଇଁ ଯୋଜନା ଚାଲିଛି।କିନ୍ତୁ ଭାରତ ଏହାକୁ ପାଞ୍ଚ ବର୍ଷ ପୂର୍ବରୁ ହିଁ ହଟାଇବାକୁ ଯୋଜନା କରିଛି। ତ ଏଥିପାଇଁ ଆମ ସମସ୍ତଙ୍କ କର୍ତ୍ତବ୍ୟ ରହିଛି ଯେ ଏଥିରେ ଭାରତକୁ ସାହାଯ୍ୟ କରିବା।

ଯଦି କୌଣସି ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଛି ବା ତାର ପୋଷଣ ଠିକ ଭାବେ ହେଉନାହିଁ,ଯଦି ସେ ଜନଗହଳି ପୂର୍ଣ୍ଣ ସ୍ଥାନରେ ବସବାସ କରୁଥାଏ ତ ଏହା ତାକୁ ଆକ୍ରାନ୍ତ କରିବାର ସମ୍ଭାବନା ରହିଛି।ଏହାର ବହୁତ ପ୍ରକାର ଭ୍ୟାରିଆଣ୍ଟ ରହିଛି ଯେପରି ବ୍ରେନ ଟିବୀ, ଲିମ୍ଫ ନୋଡ ଟିବି, ୟୁଟରସ ଟିବି ଇତ୍ୟାଦି।ଯଦି ଆମେ ଏହାର ଲକ୍ଷଣ ବିଷୟରେ କହିବା ତ ପ୍ରଥମ ଲକ୍ଷଣ ହେଉଛି ଖାସ।ଏହା ଶୁଖିଲା ହୋଇପାରେ ଅଥବା କଫ ଯୁକ୍ତ ମଧ୍ୟ ହୋଇପାରେ।କଫ ଧଳା ହୋଇପାରେ ବା ହଳଦିଆ ମଧ୍ୟ ହୋଇପାରେ।

ଯଦି ଆମକୁ ଖାସ ଦୁଇ ସପ୍ତାହରୁ ଅଧିକ ହେଉଛି ତ ଆମକୁ ଏଥିପାଇଁ ଟେଷ୍ଟ କରିବା ନିହାତି ଆବଶ୍ୟକ।ଦ୍ଵିତୀୟ ହୋଇଥାଏ ଜ୍ଵର।ଏହା ଅତ୍ୟଧିକ ମଧ୍ୟ ହୋଇପାରେ ଅଥବା କମ ମଧ୍ୟ ହୋଇଥାଏ।ଏହା ପୁରା ଦିନ ମଧ୍ୟ ରହିଥାଏ।ଏହାଦ୍ବାରା ଶରୀର ପୁରା ଭାବରେ ଦୁର୍ବଳ ହୋଇଯାଇଥାଏ।ଟିବି ରୋଗୀ ମାନଙ୍କ କ୍ଷେତ୍ରରେ ଦେଖାଯାଇଛି ଯେ ଏମାନଙ୍କ ଓଜନ ବହୁତ କମି ଯାଇଥାଏ।ପାଞ୍ଚ କେଜି ବା ଦଶ କେଜି ପର୍ଯ୍ୟନ୍ତ ମଧ୍ୟ ଓଜନ ହ୍ରାସ ପାଇଥାଏ।ଟିବି ରୋଗୀ ମାନଙ୍କ ଠାରେ ଏହା ମଧ୍ୟ ଦେଖାଯାଏ ଯେ ସେମାନେ ଠିକ ଭାବେ ଖାଆନ୍ତି ନାହିଁ।ସେମାନଙ୍କୁ ଭୋକ ହିଁ ଲାଗେନାହିଁ। ତ ଠିକ ସମୟରେ ପରୀକ୍ଷା ଓ ଔଷଧ ଗ୍ରହଣ କରିବା ଦ୍ୱାରା ଆମେ ଟିବିରୁ ମୁକ୍ତି ପାଇପାରିବା।

Leave a Reply

Your email address will not be published. Required fields are marked *