May 20, 2025

Odia Express

Leading Odia News Portal of Odisha

ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି ଏହି ସଂକେତ – ଆପଣଙ୍କୁ ଏହି ଲକ୍ଷଣ ସବୁ ଦେଖା ଯାଉଛି କି?

ସାଙ୍ଗମାନେ ପ୍ରତି ମଣିଷ ଚାହୁଁଥାଏ କି ତା ଘରେ ସବୁବେଳେ ସୁଖ ସମୃଦ୍ଧି ରହୁଥାଉ।ଆମେ ଆମ ଘରେ ଖୁସି ପାଇଁ ବହୁତ ଧାର୍ମିକ କାର୍ଯ୍ୟ ମଧ୍ୟ କରୁ।ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ବହୁତ ପ୍ରକାର ଉପାୟ କରିଥାଉ ଘରେ ସୁଖ ସମୃଦ୍ଧି ଆଣିବା ପାଇଁ।ହିନ୍ଦୁ ଧର୍ମରେ ଭଗବାନଙ୍କ ପୂଜା ସହିତ ଏମାନଙ୍କ ବାହନ ମାନଙ୍କର ମଧ୍ୟ ପୂଜା କରାଯାଇଥାଏ। ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଯଦି ଆପଣଙ୍କ ଘରେ ଲକ୍ଷ୍ମୀ ଆସିବାର ଥାଆନ୍ତି ତ ସେ କିଛି ସଂକେତ ଦେଇଥାନ୍ତି।ଆଜି ଆମେ ସେହି ସଂକେତ ବିଷୟରେ ଆଲୋଚନା କରିବା।

ସ୍ଵପ୍ନରେ ହାତୀ ଦେଖିବା-: ସ୍ବପ୍ନଶାସ୍ତ୍ର ଅନୁସାରେ ସ୍ଵପ୍ନରେ ହାତୀ ଦେଖିବା ସମୃଦ୍ଧି ଓ ଐଶର୍ଯ୍ୟର ପ୍ରତୀକ ବୋଲି କୁହାଯାଇଛି।ଯେଉଁ ବ୍ୟକ୍ତି ସ୍ଵପ୍ନରେ ହାତୀ ଦେଖିଥାଏ ସେ ବୁଝିନେବା ଉଚିତ କି ଆଗକୁ ଆସୁଥିବା ସମୟରେ ସେ ଐଶର୍ଯ୍ୟର ଅଧିକାରୀ ହେବ।ଏପରି କୁହାଯାଏ କି ଏହି ସ୍ୱପ୍ନ ଦେଖିବା ମାତ୍ରେ ତୁରନ୍ତ ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ଏକ ହାତୀର ପ୍ରତିମା ଅର୍ପଣ କରିବା ଦରକାର।ଏପରି କରିବା ଦ୍ବାରା ବ୍ୟକ୍ତିର ଜଣେ ଜୀବନ ସାର୍ଥକ ହୋଇଥାଏ।ଯଦି ଆପଣ ବି ସ୍ଵପ୍ନରେ ହାତୀ ଦେଖୁଛନ୍ତି ତ ବୁଝିଯାନ୍ତୁ ଆପଣଙ୍କ ଉପରେ ମହାଲକ୍ଷ୍ମୀ ପ୍ରସନ୍ନ ଅଟନ୍ତି।

ସ୍ଵପ୍ନରେ ପେଚା ଦେଖିବା-: ଧାର୍ମିକ ମାନ୍ୟତା ଅନୁସାରେ ପେଚା ଧନର ଦେବୀ ମହାଲକ୍ଷ୍ମୀଙ୍କ ବାହନ ହୋଇଥାଏ।ଏଥିପାଇଁ ସ୍ଵପ୍ନରେ ପେଚା ଦେଖିବା ଧନ ଆଗମନର ସୂଚନା ଦେଇଥାଏ।ଯଦି ଆପଣ ସ୍ଵପ୍ନରେ ପେଚା ଦେଖନ୍ତି ତ ଏହାର ଅର୍ଥ ନିକଟ ଭବିଷ୍ୟତରେ ଆପଣଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ରହିବ।ଯଦି ଆପଣଙ୍କୁ ପୂର୍ବ ଦିଗରେ ପେଚା ଦେଖାଯାଏ ବା ସ୍ଵର ଶୁଭାଯାଏ ତ ଏହା ବହୁତ ଶୁଭ ହୋଇଥାଏ।

ସ୍ଵପ୍ନରେ ମାଛ ଦେଖିବା-: ଶାସ୍ତ୍ରରେ ମାଛକୁ ଶୁଭତା ଓ ଧନ ଆଗମନର ପ୍ରତୀକ ବୋଲି କୁହାଯାଇଛି।ଯଦି ଆପଣଙ୍କୁ ସ୍ଵପ୍ନରେ ମାଛ ଦେଖାଦିଏ ତ ଏହାର ଅର୍ଥ ନିକଟ ଭବିଷ୍ୟତରେ ବହୁତ ଜଲଦି ମାତା ଲକ୍ଷ୍ମୀ ଆପଣକଂ ଉପରେ କୃପାଦୃଷ୍ଟି ପକାଇବେ।ଏହା ଅଚାନକ ଧନ ପ୍ରାପ୍ତିର ସଂକେତ ଦେଇଥାଏ।ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ରଙ୍ଗ ବେରଙ୍ଗର ମାଛ ଦେଖେ ତ ଏହା ବହୁତ ଶୁଭ ହୋଇଥାଏ।

ସ୍ଵପ୍ନରେ ଗାଈ ଦେଖିବା-: ଶାସ୍ତ୍ରରେ ଗାଈକୁ ପୂଜନୀୟ ବୋଲି କୁହାଯାଇଛି।ସ୍ଵପ୍ନରେ ଗାଈ ଦେଖିବା ବହୁତ ଶୁଭ ବୋଲି ଧରା ଯାଇଛି।ଏହାର ଅର୍ଥ ବୁଝିବାକୁ ହେବ ଯେ ବ୍ୟକ୍ତିକୁ ପ୍ରଚୁର ଧନ ସଂପତ୍ତି ମିଳିପାରେ।ଯଦି ଆପଣ ସ୍ଵପ୍ନରେ ଗାଈକୁ କ୍ଷୀର ଦେବାର ଦେଖନ୍ତି ତ ଏହାର ଅର୍ଥ ଆପଣଂକ ଜୀବନରେ ଆଗକୁ ସୁଖ ସମୃଦ୍ଧି ଆସିପାରେ।ଏହାର ଅର୍ଥ ହେଉଛି ମହାଲକ୍ଷ୍ମୀ ଆପଣଙ୍କ ଘରେ ବିରାଜମାନ କରିବେ।

Leave a Reply

Your email address will not be published. Required fields are marked *