March 24, 2025

Odia Express

Leading Odia News Portal of Odisha

ଦୁନିଆଁର ଏକ ମାତ୍ର ଶିବଲିଙ୍ଗ ଯାହାକି ଆପେ ଆପେ ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିଯାଏ – ଏବେ ଏ ବିଷୟରେ ଜାଣିରଖନ୍ତୁ

ଆପଣ ଆଜି ପର୍ଯ୍ୟନ୍ତ ଗୋଟେରୁ ବଳି ଗୋଟେ ଅନୋଖା ଶିବଲିଙ୍ଗ ଦେଖିଥିବେ , କିନ୍ତୁ କଣ କେବେ ଏମିତି ଶିବଲିଙ୍ଗ ଦେଖିଛନ୍ତି ଯାହା ଚାରି ଦିଗରୁ ବୁଲୁଥିବ,  ହଁ ଆଜ୍ଞା ଏହି ଦୁନିଆଁରେ ଏକମାତ୍ର ଏମିତି ଏକ ଚମତ୍କାରୀ ଶିବଲିଙ୍ଗ ଅଛି ଯିଏକି ଚାରିଦିଗରୁ ବୁଲିଥାଏ, ଅଧିକାଂଶ ଶିବଲିଙ୍ଗର ଜଳହରୀ ମୁଖ ଉତ୍ତର କିମ୍ବା ଦକ୍ଷିଣ ଦିଗର ଆଡକୁ ହୋଇଥାଏ, କିନ୍ତୁ ମଧ୍ୟପ୍ରଦେଶର ଶ୍ୟୋପୁରର ଛାରବାଗରେ ଗୋବିନ୍ଦେଶ୍ୱର ମହାଦେବଙ୍କ ମନ୍ଦିର ପୁରା ଦେଶରେ ଏକମାତ୍ର ଏମିତି ମନ୍ଦିର ଅଟେ , ଯେଉଁଠି ଶିବଲିଙ୍ଗ ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିଯାଏ , ଏଠାରେ ଶ୍ରଦ୍ଧାଳୁ ଶିବଲିଙ୍ଗକୁ ବୁଲାଇକରି ନିଜ ମନୋକାମନା ମାଗନ୍ତି । ପ୍ରାୟ ତିନିଦଶକ ପୁରୁଣା ଏହି ଶିବଲିଙ୍ଗ ଦେଶର ଦ୍ୱିତୀୟ ଶିବଲିଙ୍ଗ ଅଟେ , ଯାହା ଦକ୍ଷିଣମୁଖୀ ଅଟେ, ଏହା ଛଡା ମହାରାଷ୍ଟ୍ରର ନାସିକ ଶିବ ମନ୍ଦିରରେ ବି ଦକ୍ଷିଣମୁଖୀ ଶିବଲିଙ୍ଗ ଅଛି । ଏହି ଶିବଲିଙ୍ଗକୁ ଭକ୍ତ ନିଜ ସୁବିଧା ଅନୁସାରେ କେଉଁ ବି ଦିଗକୁ ବୁଲାଇପାରିବେ

ଏହି ଅଦ୍ଭୁତ ଓ ଚମତ୍କାରୀ ଶିବଲିଙ୍ଗ ଶ୍ୟୋପୁର ଛାରବାଗରେ ଅଷ୍ଟଫଳକ ଛତରୀରେ ଅଛି, ଏହାର ନିର୍ମାଣ ଏହି ପରି କରାଯାଇଛି କି ଏହା ନିଜ ଧୁରୀରୁ ଚାରି ଦିଗକୁ ବୁଲିପାରିବ , ପୁଜା କରିବା ବାଲା ଭକ୍ତ ନିଜ ଇଚ୍ଛାନୁସାରେ ଏହାକୁ କେଉଁ ଦିଗରେ ଦେଇକରି ପୁଜା କରିପାରିବେ , ଚାରିଦିଗରେ ବୁଲୁଥିବା ଏହି ଅନୋଖା ଶିବଲିଙ୍ଗର ଇତିହାସ ବହୁତ ପୁରୁଣା ଅଟେ, ଏହାର ନିର୍ମାଣ ଶ୍ୟୋପୁଅର ଗୌଡ ବଂଶର ରାଜା ପୁରୁଷୋତ୍ତମ ଦାସ ୨୯୪ ବର୍ଷ ପୁର୍ବ ଅର୍ଥାତ୍ ସନ୍ ୧୭୨୨ ରେ କରିଥିଲେ, ଏହି ଶିବାଳୟ ଗୋବିନ୍ଦେଶ୍ୱର ମହାଦେବଙ୍କ ନାଁରେ ବି ପ୍ରସିଦ୍ଧି ଅଛି, ଏହା ପୁର୍ବରୁ ଏହି ଶିବଲିଙ୍ଗ ମହାରାଷ୍ଟ୍ରର ସୋଲାପୁରରେ ବାମ୍ବେଶ୍ୱର ମହାଦେବ ରୁପରେ ସ୍ଥାପିତ ଥିଲା,  ଗୌଡ ରାଜା ଭଗବାନ ଶିବଙ୍କ ପରମ ଭକ୍ତ ଥିଲେ , ଏହି କାରଣରୁ ସେ ଶିବନଗରୀ ରୁପରେ ଶ୍ୟୋପୁର ନଗରରେ ବସାଇଥିଲେ ।

ଏହି ଶିବଲିଙ୍ଗ ଲାଲ ପଥରରେ ତିଆରି ହୋଇଥିଲା,  ଏହାର ଦୁଇଟି ଭାଗ ଅଛି ଯେଉଁଥିରେ ଏକ ପିଣ୍ତ ଅଛି ଓ ଦ୍ୱିତୀୟଟି ଜଳହରି, ଏହି ଶିବଲିଙ୍ଗର ଏକ ଧୁତି ଉପରେ ସ୍ଥାପନା ହୋଇଛି, ଯାହାର କାରଣରୁ ଏହା ଚାରିଦିଗରେ ବୁଲିଥାଏ, କୁହାଯାଏ କି ବର୍ଷରେ ଥରେ ରାତିର ସମୟରେ ଏହି ଶିବାଳୟ ଘଣ୍ଟି ଆପେ ଆପେ ବାଜେ, ଆରତୀ ପରେ ଶିବଲିଙ୍ଗ ଆପେ ଆପେ ବୁଲିଥାଏ,  କୁହାଯାଏ କି ଏହି ଶିବଲିଙ୍ଗର ମୁଖ ସବୁବେଳେ ଦକ୍ଷିଣ ଦିଗ ଆଡକୁ ରହିଥାଏ, କିନ୍ତୁ ନିଜେ ଏହା ଉତ୍ତର କିମ୍ବା ପୁର୍ବମୁଖୀ ହୋଇଯାଏ ,ଏହି ଶିବଲିଙ୍ଗ ବିଷୟରେ କୁହାଯାଏ କି ଏହାର ପୁଜା କରିବା ଦ୍ୱାରା ସବୁ କଷ୍ଟ, ସର୍ପଦୋଷ, ପିତୃଦୋଷ, ଗୃହକଳହ, ଆଦି ତୁରନ୍ତ ଦୁର ହୋଇଯାଏ ।

ଗୋବିନ୍ଦେଶ୍ୱର ମହାଦେବଙ୍କ ଏହି ମନ୍ଦିରର ପୁଜାରୀ ପଣ୍ତିତ ମୋହନ ବିହାରୀ ଶାସ୍ତ୍ରୀଙ୍କ ଅନୁସାରେ ଏହି ଶିବଲିଙ୍ଗ ମୁଖ ନନ୍ଦୀଙ୍କ ପ୍ରତିମା ଆଡକୁ ରହିଥାଏ, କିନ୍ତୁ କେଉଁ ଭକ୍ତ ଶିବଲିଙ୍ଗକୁ ବୁଲାଇକରି ତାଙ୍କ ମୁଖକୁ କେଉଁ ବି ଦିଗରେ ଦେଖିପାରିବ , ଏଥିରେ ବଡ ଚମତ୍କାର ଓ ଆଶ୍ଚର୍ଯ୍ୟକର ତଥ୍ୟ ଅଛି, କି ବର୍ଷରେ ଥରେ ଏହି ଶିବଲିଙ୍ଗ ଆପେ ଆପେ ବୁଲିଥାଏ । ୨୪ ଟି ଖମ୍ବ ଛତ୍ରୀର ଦ୍ୱିତୀୟ ମଞ୍ଜିଲରେ ଏହି ଶିବଲିଙ୍ଗ ଅଛି, ଯେବେ କି ପ୍ରଥମ ମଞ୍ଜିଲ୍ ରେ ଭଗବାନ ଗଣେଷଙ୍କ ଅଦ୍ଭୁତ ପ୍ରତିମା ଅଛି, ମନ୍ଦିରର ପୁଜାରୀଙ୍କ ଅନୁସାରେ ବର୍ଷରେ ଥରେ ରାତିର ସମୟରେ ଏହି ଘଣ୍ଟି ଆପେ ଆପେ ବାଜେ , ଆରତି ହେଲେ ଶିବଲିଙ୍ଗ ଆପେ ଆପେ ବୁଲେ ।

ଦକ୍ଷିଣମୁଖୀ ଶିବଲିଙ୍ଗ ପୁଜା ପୁର୍ବରୁ ପାଣ୍ତବ ମାନେ କରିଥିଲେ, ଏହି ମନ୍ଦିର ତ ୧୧୦୦ ବର୍ଷ ପୁରୁଣା ଅଟେ , କିନ୍ତୁ ଏହା ବୁଲୁଥିବା ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠା ୩୦୦ ବର୍ଷ ପୁର୍ବରୁ ହୋଇଥିଲା,  ଶ୍ୟୋପୁରର ଗୌଡ ବଂଶଜ ପୁରୁଷୋତ୍ତମ ଦାସ ୧୭୨୨ ରେ ଏହି ଶିବଲିଙ୍ଗ ମହାରାଷ୍ଟ୍ରର ସୋଲାପୁରରୁ ଆଣିଥିଲେ,  ଏହି ଶିବଲିଙ୍ଗ ବିଷୟରେ କୁହାଯାଏ କି ଏହାର ପୁଜା କରିଲେ ସବୁ କଷ୍ଟ ଦୁର ହୋଇଯାଏ ।

Leave a Reply

Your email address will not be published. Required fields are marked *