ବର୍ଷା ଦିନରେ ଆପଣଙ୍କ ଘରରେ ମଶା ହେଉଛନ୍ତି କି ? କରନ୍ତୁ ଏହି ଉପାୟ ଆଉ ଘର ପାଖକୁ ମଧ୍ୟ ଆସିବେ ନାହିଁ ମଶା..
ସାଙ୍ଗମାନେ ଆଜିର ସମୟରେ ଗାଁ ଓ ସହର ଭିତରେ ବିଶେଷ ଅନ୍ତର ନାହିଁ।ସବୁ ଆଡ଼େ ପ୍ରଦୂଷଣ ଭରି ଗଲାଣି।ଆଖପାଖ ଅପରିଷ୍କାର ଓ ଚାରି ଆଡେ଼ ପାଣି କମିବା ଦ୍ଵାରା ମଶା ମାନେ ପ୍ରଚୁର ହୋଇ ଯାଆନ୍ତି।ଆପଣ ଗାଁରେ ରୁହନ୍ତୁ କିମ୍ବା ସହରରେ ସବୁଆଡ଼େ ମଶାମାନଙ୍କର ଉପଦ୍ରବ ବହୁତ।ରାତିରେ ଶୋଇବା ମୁସ୍କିଲ କରିଦିଅନ୍ତି। ସନ୍ଧ୍ୟା ରେ ଯଦି ଆପଣ କେଉଁ ଆଡେ ବୁଲିବାକୁ ବାହାରିଛନ୍ତି ତ ମଶା ମାନେ ବହୁତ ହଇରାଣ କରନ୍ତି।ମଶାମାନେ କାମୁଡିବା ଦ୍ବାରା ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଯେପରି ଡେଙ୍ଗୁ, ଚିକୁନ ଗୁନୀଆ, ମ୍ୟାଲେରିଆ ଆଦି।ଏହା ପ୍ରାଣଘାତକ ବି ହୋଇପାରେ ଯାହା ଦ୍ଵାରା ଲୋକର ଜୀବନ ଚାଲି ଯାଇପାରେ।
ତ ମଶାମାନଙ୍କୁ ଘରୁ ବାହାର କରିବା ନିହାତି ଦରକାର।ସାଙ୍ଗମାନେ ଯଦି ଆପଣ ବଜାରରେ ମିଳୁଥିବା କଏଲର ବ୍ୟବହାର କରୁଛନ୍ତି ତ ସେଥିରୁ ବାହାରୁ ଥିବା ଧୁଆଁ ଶହେ ସିଗାରେଟ ଧୂଆଁ ସହିତ ସମାନ।ଯଦି ଆପଣ ଗୋଟିଏ କଏଲ ଜଳାଇ ଦେଲେ ତ ଆପଣ ଶହେ ସିଗାରେଟ ଜଳେଇ ଦେଲେ।ଏହା ଆମ ଫୁସଫୁସ ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ।ଆଜି ମୁଁ ଆପଣ ମାନଙ୍କୁ ଏକ ଆୟୁ୍ବେଦିକ ଉପାୟ କହିବି ଯାହା ଦ୍ଵାରା କି ଆପଣଙ୍କ ଘରୁ ମଶା ସବୁ ଦିନ ପାଇଁ ଚାଲି ଯିବେ।
ଆପଣମାନେ ପ୍ରଥମେ ଏକ ଖାଲି ପାତ୍ର ନେବେ।ସେଥିରେ କିଛି ନିମ୍ବ ର ତେଲ ନେବେ କାରଣ ନିମ୍ବ ତେଲରେ ଏମିତି କିଛି ପଦାର୍ଥ ରହିଥାଏ ଯାହା ମଶା ମାନଙ୍କୁ ଦୂରରେ ରଖିଥାଏ।ନିମ୍ବ ତେଲ ଆପଣଙ୍କ ଶରୀର ଉପରେ ମଧ୍ୟ କିଛି ଖରାପ ପ୍ରଭାବ ପକାଇବ ନାହିଁ।
ଆପଣ ସେହି ପାତ୍ର ରେ ୨ ଚାମଚ ନିମ୍ବ ତେଲ ନିଅନ୍ତୁ।ଆଉ ଦ୍ଵିତୀୟ ଜିନିଷ ଭାବେ ଆପଣ ନେବେ କିଛି କର୍ପୁର।ଏହି କପୂର ଆପଣଙ୍କୁ ସହଜରେ ମିଳିଯିବ।କର୍ପୁରର ଗନ୍ଧ ବି ମଶା ମାନଙ୍କୁ ବହୁତ ହଇରାଣ କରିଥାଏ।ଆପଣ ୨ ଟି ଛୋଟ ଖଣ୍ଡ କର୍ପୁର ନିଅନ୍ତୁ ଓ ତାକୁ ନିଜ ହାତରେ ଗୁଣ୍ଡ କରି ସେଥିରେ ପକାଇ ଦିଅନ୍ତୁ। ତା ପରେ ଆପଣ ଏହାକୁ ଭଲ ଭାବରେ ମିଳାଇ ଦିଅନ୍ତୁ।
ତା ପରେ ଆପଣ ନେବେ କିଛି ତେଜ ପତ୍ର।ତେଜ ପତ୍ର ଯେବେ ବି ଜଳି ଥାଏ ଆମ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ତା ସହିତ ତେଜ ପତ୍ର ମୁଣ୍ଡ ବିନ୍ଧା କମ କରିଥାଏ।ଆପଣ ୨ ଟି ତେଜ ପତ୍ର ନିଅନ୍ତୁ। ତା ପରେ ଆପଣ ସେହି ତେଲ କୁ ନିଜ ଆଙ୍ଗୁଠି ସାହାଯ୍ୟ ରେ ତେଜ ପତ୍ର ରେ ବୋଳନ୍ତୁ।ତା ପରେ ଦିଆସିଲି ଦ୍ଵାରା ତାକୁ ଜଳାଇ ଦିଅନ୍ତୁ।ଏଥିରୁ ବାହାରୁ ଥିବା ଧୁଆଁ ମଶା ମାନଙ୍କୁ ଦୂର ରେ ରଖିବ।ଆପଣ ବଳି ପଡ଼ିଥିବା ତେଲ କୁ ଏକ ଦୀପ ରେ ବଳିତା ସାହାଯ୍ୟ ରେ ମଧ୍ୟ ଜଳାଇ ପାରିବେ।ଏହା ଦ୍ଵାରା ବି ମଶା ମାନେ ଆପଣଙ୍କ ଘରେ ପଳାଇବେ।