September 16, 2024

Odia Express

Leading Odia News Portal of Odisha

ଜନ୍ମସିଦ୍ଧ ଅଧିକାର କଣ ହୋଇଥାଏ? ଜନ୍ମ ରୁ କେଉଁ ଅଧିକାର ମିଳେ ଭଗବାନ ଙ୍କ ମତରେ – ନିଶ୍ଚୟ ଜାଣିରଖନ୍ତୁ

ଭଗବାନ ଶ୍ରୀକୃଷ୍ଣ ଅଙ୍ଗରାଜଙ୍କୁ କହିଲେ ଭାଗ୍ୟ ମନୁଷ୍ୟର ନିର୍ଣ୍ଣୟର ପରିଣାମ ହୋଇଥାଏ।ଗୋଟିଏ ନିର୍ଣ୍ଣୟ ମନୁଷ୍ୟର ଭାଗ୍ୟକୁ ବଦଳେଇ ଦେଇପାରେ।ସମଗ୍ର ଭବିଷ୍ୟର ଦିଶା ବଦଳେଇପାରେ। ଅଙ୍ଗରାଜ କହିଲେ ମନୁଷ୍ୟର ବିଚାର ବନିଥାଏ ତା ସହିତ ହୋଇଥିବା ବ୍ୟବହାର ଦ୍ଵାରା।ଯାହା ସହିତ ଆରମ୍ଭରୁ ଅନ୍ୟାୟ ହୋଇଥିବ ଯଦି ସେ ସମଗ୍ର ସଂସାରକୁ ତାର ଶତ୍ରୁ ମାନେ ତ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି। କର୍ଣ୍ଣ କହିଲେ ଏହି ସିଂହାସନ ଉପରେ କେବଳ ମୋ ମିତ୍ରଙ୍କ ଅଧିକାର ଅଛି।ବାସୁଦେବ କହିଲେ ଅଧିକାର କଣ ଜନ୍ମରୁ ସିଦ୍ଧ ହୋଇଥାଏ ସାମର୍ଥ୍ୟରୁ ନୁହେଁ। କର୍ଣ୍ଣ କହିଲେ ଆପଣ ମୋତେ ମୋ କଥାରେ ହିଁ ଅବିଚଳିତ କରିଦେଉଛନ୍ତି।

କର୍ଣ୍ଣ କହିଲେ ମୁଁ କେବଳ ସମ୍ମାନ ମାଗିଛି ଅଧିକାର ନୁହେଁ।ବାସୁଦେବ କହିଲେ ତାହେଲେ ତ ଆପଣଙ୍କୁ ରଥର ସାରଥି ହେବାର ଅଧିକାର ରହିଛି।କର୍ଣ୍ଣ କହିଲେ ଯେବେ ସାରା ସଂସାର ମୋର ଅପମାନ କରୁଥିଲା ସେବେ ମିଟର ଦୁର୍ଯ୍ୟୋଧନ ହିଁ ମୋର ସାମର୍ଥ୍ୟର ସମ୍ମାନ କରିଥିଲେ।ତାଙ୍କ ଆଦେଶର ପାଳନ କରିବା ମୋ କର୍ତ୍ତବ୍ୟ ଅଟେ।କର୍ଣ୍ଣ କହିଲେ ମୋ ପାଇଁ ଏହା ଯୁଦ୍ଧ ନୁହେଁ କେବଳ କର୍ତ୍ତବ୍ୟର ଆବାହନ।କୃଷ୍ଣ କହିଲେ ଯଦି ଆପଣ କ୍ଷତ୍ରିୟ ହୋଇଥାନ୍ତେ,ରାଜା ହେବା ଆପଣଙ୍କ ଅଧିକାର ହୋଇଥାନ୍ତା, କାହାର ଉପକାର ନୁହେଁ ସେବେ କଣ ଏହି ଯୁଦ୍ଧ ଆପଣଙ୍କୁ କର୍ତ୍ତବ୍ୟ ଲଗିଥାନ୍ତା।କର୍ଣ୍ଣ କହିଲେ ଏ ପ୍ରଶ୍ନ ହିଁ ବ୍ୟର୍ଥ ଅଟେ ବାସୁଦେବ।

କୃଷ୍ଣ କହିଲେ ମୋ ମତରେ ଅଧିକାର ସାମର୍ଥ୍ୟକୁ ମିଳିବା ଦରକାର ଓ ସମ୍ମାନ ତ ମନୁଷ୍ୟକୁ ନିଜ ପାଇଁ ହେବା ଦରକାର।କିନ୍ତୁ ଯିଏ ଅନ୍ୟ ମାନଙ୍କ ଠାରୁ ସମ୍ମାନର ଆଶା କରିଥାଏ ବାସ୍ତବରେ ତାକୁ କୌଣସି ସମ୍ମାନ ପର୍ଯ୍ୟାପ୍ତ ହୁଏ ନାହିଁ।କୃଷ୍ଣ କହିଲେ ଯେପରି ଆପଣ ସମ୍ମାନ ଓ ଅପମାନ ଭିତରେ ଏପରି ବୁଡ଼ିଗଲେ ଯେ ଧର୍ମର ଜ୍ଞାନ ଥାଇକି ମଧ୍ୟ ଅଧର୍ମ ଭିତରୁ ବାହାରି ପାରୁନାହାଁନ୍ତି।କର୍ଣ୍ଣ କହିଲେ ଯେ ମତେ ଦୁର୍ଯ୍ୟୋଧନଙ୍କ ପକ୍ଷରୁ କୌଣସି ଅଧର୍ମ ଦେଖା ଯାଉନାହିଁ।କୃଷ୍ଣ କହିଲେ ମୁଁ ଆପଣଙ୍କୁ କହିଥିଲି ଯେ ଭାଗ୍ୟ ମନୁଷ୍ୟର ନିର୍ଣ୍ଣୟ ମାନଙ୍କର ପରିଣାମ ହୋଇଥାଏ।ଆପଣଙ୍କ ଗୋଟିଏ ନିର୍ଣ୍ଣୟ ଆପଣଙ୍କର ଭାଗ୍ୟ ବଦଳେଇ ଦେଇଥାଏ।

କୃଷ୍ଣ କହିଲେ ତୁମେ ବାସ୍ତବରେ ନିଜ ଜନ୍ମ ସମ୍ବନ୍ଧରେ ଅଜ୍ଞାନ ଅଛ।ତୁମର ସାମର୍ଥ୍ୟ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପ୍ରସାଦ ଅଟେ।ଆପଣ ସ୍ଵୟଂ ଭଗବାନ ସୂର୍ଯ୍ୟଙ୍କ ମନ୍ତ୍ର ପ୍ରସାଦ ଅଟନ୍ତି।କୃଷ୍ଣ କହିଲେ ଆପଣ ମାତା ରାଧାଙ୍କ ପୁତ୍ର ନୁହଁନ୍ତି।ତାଙ୍କୁ ତ ଆପଣ ଗଙ୍ଗାର ପ୍ରବାହରେ ମିଳିଥିଲେ।କର୍ଣ୍ଣ ପଚାରିଲେ ତ ମୁଁ କାହାର ପୁତ୍ର ଅଟେ ବାସୁଦେବ।କୃଷ୍ଣ କହିଲେ ଆପଣ ରାଜମାତା କୁନ୍ତିଙ୍କ ପୁତ୍ର ଅଟନ୍ତି।ଏଥିପାଇଁ ଆପଣଙ୍କୁ ଦିବ୍ୟ କବଚ ଓ କୁଣ୍ଡଳ ସହିତ ଜନ୍ମ ମିଳିଛି।କୃଷ୍ଣ କହିଲେ ଆପଣ ବିଚାର କରି ନିଜ ନିର୍ଣ୍ଣୟ କରନ୍ତୁ।

Leave a Reply

Your email address will not be published. Required fields are marked *