December 14, 2024

Odia Express

Leading Odia News Portal of Odisha

ଘୋଡିରେ ବସିକରି AIR HOSTESS କନ୍ୟା ପହଞ୍ଚିଲେ ବର ନେବା ପାଇଁ ତାଙ୍କ ଘରକୁ , ସିଟି ବଜାଇକରି କଲେ ବହୁତ ଡ୍ୟାନ୍ସ, ଦେଖନ୍ତୁ ଏହି ଭିଡିଓ

ବିହାରସ୍ଥିତ ଗୟାରେ ଏକ ଅନୋଖା ବରଯାତ୍ରୀ ବାହାରିଥିବାର ଦେଖିବାକୁ ମିଳିଥିଲା, ଯାହାକୁ ଦେଖିବାପରେ ଲୋକେ ଚକିତ ହୋଇଗଲେ, ସାଧାରଣତଃ ବର ଘୋଡୀରେ ଚଢିକରି କନ୍ୟା ଆଣିବାକୁ ବରଯାତ୍ରୀ ନେଇକରି ତା ଘରେ ପହଞ୍ଚିଥାଏ, କିନ୍ତୁ ବିହାରର ଗୟାରେ ଏମିତି ହୋଇନଥିଲା, ସେଠାରେ ବର ନୁହେଁ ବରଂ କନ୍ୟା ଘୋଡି ଚଢି ବରର ଘରେ ପହଞ୍ଚିଥିଲା, ତାପରେ ବର ଘୋଡିରେ ବସି ନିଜ କନ୍ୟାର ପଛ କାରରେ ଯାଇକରି ମଣ୍ତପ ଯାଏଁ ପହଞ୍ଚିଲା, ଏହି ଅନୋଖା ବରଯାତ୍ରୀ ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତ କରିବାରେ ଲାଗିଛି, କନ୍ୟାକୁ ଘୋଡିରେ ବସିଥିବାର ଦେଖିବାପାଇଁ ସେଠାକାର ଭିଡ ଏକାଠି ହୋଇଗଲେ, ଏହି ବାହାଘର ବିହାରର ଗୟାରେ ବହୁତ ଚର୍ଚ୍ଚା ଆଣିଥିଲା ।

ଏହି ଅନୋଖା କନ୍ୟାର ବାହାଘର ଯାହାର ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ଏଥିରେ ସଫା ଦେଖାଯାଉଛି କି କନ୍ୟା ନିଜ ବାହାଘରକୁ ନେଇକରି ବହୁତ ମଜାନେଉଛି, ଏତିକି ନୁହେଁ ବରଯାତ୍ରୀ ଯେବେ ଗୟା ପହଞ୍ଚିଯାଉଛି ତେବେ କନ୍ୟା ଘୋଡିରୁ ଓହ୍ଲାଇ ଜବରଦସ୍ତ ଡ୍ୟାନ୍ସ କରୁଥିବାର୍ ନଜର ଆସୁଛି, ଏହି ଅନୋଖା କନ୍ୟାର ନାଁ ଅନୁଷ୍କା ଅଟେ ଯିଏ ଏୟାରଲାଇନ୍ସରେ ଜଣେ ସିନିୟର୍ ଏୟାରହୋଷ୍ଟେସ୍ ଭାବେ କାମ କରନ୍ତି, ଓ ବର କୋଲକାତାରେ ଜଣାଶୁଣା ଉଦ୍ୟୋଗପତି ଅଟେ, ବର୍ କନ୍ୟାଙ୍କ ଏହି ବାହାଘର ସିଜୁଆ ଷ୍ଟେଟର ଧର୍ମଶାଳାରେ ସଂପନ୍ନ ହୋଇଥିଲା, ଏହି ବାହାଘରରେ ସାମିଲ୍ ହେବାପାଇଁ ସବୁ ଅତିଥିଙ୍କୁ ବହୁତ ମସ୍ତି କରିଥିଲେ, ଓ ବର କନ୍ୟାଙ୍କ ଜୀବନ ସୁଖମୟ ହେବାପାଇଁ ଆଶିର୍ବାଦ ଦେଲେ ।

ଗୟାର ଚାନ୍ଦ ଚୌରା ଇଲାକାରେ ରହୁଥିବା କନ୍ୟା ଅନୁଷ୍କାଙ୍କ କହିବା କଥା କି ସେ ଏହି ଅନୋଖା କାରନାମା ଏଥିପାଇଁ କଲେ କାରଣ ସେ ସମାଜରେ ଗୋଟେ ସନ୍ଦେଶ ଦେବାକୁ ଚାହଁନ୍ତି କି ଝିଅମାନେ ବୋଝ ନୁହନ୍ତି, ଯେବେ ପରିବାରର୍ ପୁଅ ନିଜ ବାହାଘର ନିଜ ଅନୁସାରେ କରିପାରେ ତେବେ ଝିଅ ଏମିତି କଣପାଇଁ କରିପାରିବେ ନାହିଁ ।

ସେମିତି ଏହିପରି କାମ କରିବାରେ ବରକୁ କୌଣସି ଆପତ୍ତି ନଥିଲା, ବରର୍ କହିବା କଥା କି ଏମିତି କରିଲେ ସମାଜରେ ପୁଅ ଓ ଝିଅର ମଧ୍ୟରେ ହେଉଥିବା ଭେଦଭାବ କମ୍ କରିବାର ଏକ ଛୋଟ ପ୍ରୟାସ ହୋଇପାରେ, ବରର୍ କହିବା କଥା କି ଭାରତରେ ଜନ୍ମ ହେଉଥିବା ବହୁତ ଝିଅଙ୍କ ଜନ୍ମ ହେବାପରେ ମାରିଦିଆଯାଏ, ଆମେ ଲୋକେ ଏହି ଭାବନାକୁ ବଦଲାଇବାର ଏକ ଛୋଟପ୍ରୟାସ କରୁଛୁ । ସେମିତି ଝିଅର ଘୋଡିରେ ବସିକରି ଯିବାର ତାଙ୍କ ମା ସୁମିତ୍ରା ବସ୍ ଙ୍କ କହିବା କଥା କି ପୁଅ ଓ ଝିଅ ମଧ୍ୟରେ କୌଣସି ଅନ୍ତର ନାହୀଁ, ଦୁହେଁ ଏକା ସମାନ ଅଟନ୍ତି, ସେ ପୁଅ ବରଯାତ୍ରୀ ନେଇକରି ଆସୁ କିମ୍ବା ଝିଅ କଣ ଫରକ ପଡୂଛି, ସମାଜରେ ଯେତେ ଅଧିକାର୍ ପୁଅଙ୍କର ଅଛି ଝିଅଙ୍କର ସେତିକି ଅଛି, ତାଙ୍କ ଝିଅ ବାହାଘର ପୁର୍ବରୁ ଘୋଡିରେ ବସିକରି ବରଯାତ୍ରୀ ନେବାର ପୁରା ପ୍ଲାନିଙ୍ଗ୍ କରିଥିଲେ, ଆମେ ତ କେବଳ ଏହି ଭାବନାକୁ ରାଜି ହୋଇଥିଲୁ, କନ୍ୟାର ମା ପ୍ରାଇଭେଟ୍ ସ୍କୁଲରେ ଶିକ୍ଷୟତ୍ରୀ ହିସାବରେ କାମ କରନ୍ତି, ଓ ସେମିତି ବାପା ମେଡିକାଲ୍ ଷ୍ଟୋର୍ ଚଲାନ୍ତି, କନ୍ୟାର କହିବା କଥା କି ଆମେ ଏଥିପାଇଁ ଏହା କଲୁ କି ସମାଜରେ ପୁଅ ଓ ଝିଅର ଭେଦ ଭାବକୁ କମ୍ କରାଯାଇପାରିବ ସେ ଲୋକଙ୍କୁ ଏହା ଦେଖାଇବାକୁ ଚାହଁନ୍ତି କି ଝିଅ କାହାଠାରୁ କମ୍ ନୁହନ୍ତି

Leave a Reply

Your email address will not be published. Required fields are marked *