February 12, 2025

Odia Express

Leading Odia News Portal of Odisha

ଏହା ହେଲା ଦୁନିଆଁର ସବୁଠାରୁ ଲମ୍ବା କାର୍, ଏଥିରେ ଅଛି Swimming ପୁଲ୍ ରୁ ନେଇକରି ଗୋଲଫ୍ କୋର୍ଟ, ଓ ହେଲିପ୍ୟାଡ୍, ଫିଚର୍ସ ଅଛି ଏତେ କି ଆପଣ ବି ଭାବିବାକୁ ହୋଇଯିବେ ବାଧ୍ୟ…

ଦୁନିଆଁ ଅଜୁବାରେ ଭରି ରହିଛି ମଣିଷର ଦରକାରିତା ଓ ସଉକ ନୁଆ ଜିନିଷକୁ ଜନ୍ମ ଦେଇଥାଏ, ଏହି ଦିନ ଗିନିଜ୍ ୱାର୍ଲଡ୍ ରେକର୍ଡସ୍ ଦୁନିଆଁର ସବୁଠାରୁ ଲମ୍ବା କାର୍ ରେଜିଷ୍ଟର୍ଡ କରିବା ଓ ଚଲାଇବାର ଘୋଷଣା କରିଛନ୍ତି, ସୁପର ଲିମୋ କାର୍ କୁ ଦି ଅମେ ରିକନ୍ ଡ୍ରିମ୍ ନାଁ ଦିଆଯାଈଛି, ଏହି କାର୍ ଲମ୍ବା ୩୦,୫୪ ମିଟର ଅଟେ, ଏହି କାର୍ ଏତେ ଆକର୍ଷକ କି ଏହି କାର୍ ରେ ଏକ ଲକଜୁରି ହୋଟେଲ୍ ରେ ମିଳୁଥିବା ସବୁ ସୁଖ ସୁବିଧା ଉପଲ୍ଲବ୍ଧ ଅଛି, ଯାହାକୁ ନେଇ ଏହି ଦିନ ଏହି କାର୍ ବହୁତ ଚର୍ଚ୍ଚିତ ହୋଇଛି । ଏହାର ଲମ୍ବାରେ କାରର ସ୍ପେସ୍ ବି ଅନ୍ଦାଜା ଲଗାଯାଇପାରିବ

ସୁଚନାପାଇଁ କହିଦେବୁ କି ଏହି ଲିମୋ କାର୍ ନିଜ ଦ୍ୱାରା ୧୯୮୬ ରେ ବନାଯାଇଥିବା ୱାର୍ଲଡ୍ ରେକର୍ଡ ଭାଙ୍ଗିଛି, ଏହି କାର୍ ପ୍ରଥମଥର କାର୍ଲିଫୋର୍ଣ୍ଣିଆର ବରବ୍ୟାଙ୍କ୍ କାର୍ କଷ୍ଟମାଇଜର୍ ଜେ ଓହରବର୍ଗଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା, ଗିନିଜ୍ ୱାର୍ଲଡ୍ ରେକର୍ଡସ ଅନୁସାରେ ସମୟ ଏହି କାର୍ ଲମ୍ବାକୁ ୬୦ ଫୁଟ୍ ମପାଯାଇଥିଲା, ଏହାର ସହ ଏହି କାର୍ ରେ ୨୬ ଟି ଚକା ସହ ଭି୮ ଇଞ୍ଜିନ୍ ଦିଆଯାଈଛି ।

ଏବେ ଏହି କାର୍ ରେ କିଛି ପରିବର୍ତ୍ତନ କରାଯାଇଛି, ଓ କାରର ଲମ୍ବା ପ୍ରାୟ ୧୦୦ ଫୁଟ୍ ବଢାଇଦିଆଯାଇଛି, ଏହାକୁ ନେଇ ଆବିଷ୍କାର ଲମ୍ବା ପୁର୍ବରୁ ଆହୁରି ବଢାଇଦେଇଛନ୍ତି, ଗିନିଜ୍ ୱାର୍ଲଡ୍ ରେକର୍ଡସରେ ନିଜ ଆଧିକାରିକ ୱେବସାଇଡ୍ ଓ ସୋସିଆଲ୍ ମୀଡିଆରେ ଏହି କାରର କିଛି ଫଟୋ ସେୟାର୍ କରିଛନ୍ତି, ଏହି କାର୍ ଲମ୍ବାରୁ ଅନ୍ଦାଜା ଏହି ପ୍ରକାରରେ ଲଗାଯାଇପାରିବ, ଗୋଟେ ସାଧାରଣ କାର୍ ପ୍ରାୟ ୧୨ ରୁ ୧୬ ଫୁଟ୍ ମଧ୍ୟରେ ହୋଇଥାଏ, ଓ ଏହି କାର୍ ୧୦୦ ଫୁଟ୍ ଅଛି, ଏହି କାରକୁ ଦୁହେଁ ଭାଗରୁ ଚଲାଯାଇପାରିବ ।

କହିଦେବୁ କି ଏହି କାର୍ କୁ ଦୁଇ ଖଣ୍ତରେ ବନାଯାଇଛି, ଓ ଏହାର କୋଣକୁ ଯୋଡିବାପାଇଁ ଏକ କାଜ ପ୍ରୟୋଗ କରାଯାଇଛି, କିନ୍ତୁ ଏହି କାର୍ କୁ ବନାଇବାପାଇଁ ଏହି କଥାର ଧ୍ୟାନ ରଖାଯାଇଛି କି ଏଥିରେ ଯାତ୍ରୀଙ୍କ ଯାତ୍ରା ଆରାମଦେହି ରହୁ, ଏହି କାରର ଫ୍ରଣ୍ତ କେବିନ୍ ରେଡ ଲେଦର୍ ଅପହୋଲ୍ସଟରି ରୁ ସଜାଯାଇଛି, ଓ ଏହା ସହ କାରର ଏକ୍ସ ବୋର୍ଡକୁ ରେଡ୍ ଥିମ୍ ଦିଆଯାଇଛି, ଯାହାକି ଏହାକୁ ପ୍ରିମିୟମ୍ ଲୁକ୍ ଦେଉଛି ।

ଏହି କାର୍ ଭିତରେ ବହୁତ ସୁବିଧା ଦିଆଯାଇଛି । ଯେପରି ସ୍ୱିମିଙ୍ଗ୍ ପୁଲ୍, ଜକୁଜୀ, ବାଥଟବ୍, ମିନି ଗୋଲଫ୍ କୋର୍ଟ ଓ ଏକ ହେଲିପ୍ୟାଡ୍ ମହଜୁଦ୍ ଅଛି, କାର୍ ମଧ୍ୟଭାଗରେ ସ୍ୱିମିଙ୍ଗ୍ ପୁଲ୍ ଓ ଏକ ଛୋଟ ଗୋଲଫ୍ ଫ୍ଲୋର୍ ନିର୍ମାଣ କରାଯାଇଛି, ସେମିତି କାର୍ ପଛ ଭାଗରେ ଖାଲି ପଢିକରି ନିର୍ମାଣ କରାଯାଇଛି, ଯେଉଁଠି ବଡ ସହଜରେ ଏକ ଛୋଟ ହେଲିକାପ୍ଟର ଓହ୍ଲାଇପାରିବ, ହେଲିପ୍ୟାଡ୍ ବହୁତ ମଜବୁତ୍ ଷ୍ଟିଲ୍ ରେ ପ୍ରସ୍ତୁତ କରାଯାଇଛି, ଯାହାକି ୫୦୦୦ ପାଉଣ୍ତ ଓଜନ ଉଠାଇବାରେ ସକ୍ଷମ ହୋଇପାରିବ ।

ଦୁନିଆଁର ସବୁଠାରୁ ଲମ୍ବା କାର୍ ମହଜୁଦ୍ ସବୁ ଅନ୍ୟ ସୁବିଧା କଥା କହିଲେ ଏଥିରେ ରେଫ୍ରିଜେଟର୍ ସହ ଟେଲିଫୋନ୍ ସୁବିଧା ବି ଅଛି, ଗିନିଜ୍ ୱାର୍ଲଡ୍ ରେକର୍ଡ ବୁକ୍ ଅନୁସାରେ ଏହି କାର୍ ରେ ଆପଣ ୭୫ ଜଣ ଲୋକ ଏକଦମ୍ ସହଜରେ ବସିପାରିବେ, ଏହା ସହ ଏହି ଶାନଦାର୍ କାର୍ ବଲିଉଡ୍ ର ବହୁତ ଫିଲ୍ମରେ ଦେଖାଯାଇଛି, ଆରମ୍ଭର ସମୟରେ ଏହି କାର୍ କୁ ଭଡାରେ ଦିଆଯାଉଥିଲା , କିନ୍ତୁ ଏବେ ଏହାକୁ ଆଉଥରେ ଷ୍ଟୋର୍ କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *