ଦିନକୁ ଦିନ ବାଧୁଛି ଦରଦାମ ବୃଦ୍ଧି, ଦାମ କମାଇବାକୁ ଆରମ୍ଭ ହେଲା ଦାବି
 
                କିଛିଦିନ ଭିତରେ ଅନେକ ପରିବାର ଦାମ ବଢ଼ିବାରେ ଜଣାଯାଇଛି। କହିରଖିବୁ କି ଆଳୁ କେଜି ପ୍ରତି ପ୍ରାୟ ୪୦ ହୋଇଯାଇଛି, ୫୦ ଟଙ୍କା ତଳକୁ ପ୍ରାୟ ପରିବା ଦର ଖୋଜିବା କଷ୍ଟ ଅଟେ। ଅନେକ ଗ୍ରାହକ ଦାମ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦାମ ବୃଦ୍ଧି ହେବାରେ ଲାଗିଛି, ଗ୍ରାହକ ମାନେ ଖାଇବେ କଣ? ଏହାକୁ ନେଇ ଅନେକ ଜାଗାରେ ଅସନ୍ତୋଷ ସୃଷ୍ଟି ହେଲାଣି।
ଦରଦାମ ବୃଦ୍ଧି ହେବା ପରେ ଅସୁବିଧାରେ ଗ୍ରାହକ। ବଜାର ଗଲେ ବ୍ୟାଗ ଫୁଲ ଆଣିବା ହୋଇଯାଉଛି କଷ୍ଟ। ଅନେକ ପରିବାର ଦାମରେ ବୃଦ୍ଧି ପରିଲକ୍ଷିତ ହୋଇଛି, ଏହାକୁ ନେଇ ସୃଷ୍ଟି ହୋଇଛି ଅସନ୍ତୋଷ। ମଧ୍ୟବିତ୍ତ ପରିବାର, ଗରିବ ପରିବାର ଏତେ ଦରଦାମ ନେଇ ଚିନ୍ତିତ ଅଛନ୍ତି, କଣ କରିବେ? ଦରଦାମରେ ବୃଦ୍ଧି ପାଇଁ ସୃଷ୍ଟି ହୋଇଛି ଅସନ୍ତୋଷ।
ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ବୃଦ୍ଧି ହେବା ଚିନ୍ତାର ବିଷୟ ପାଲଟିଛି। ସାଧାରଣ ଲୋକ ଏମିତି ଦର ଦାମ ବୃଦ୍ଧି ହେଲେ ତାର ଚଳିବା କଷ୍ଟ ହୋଇପଡିବ। ଏହା ନେଇ ଶୀଘ୍ର ଆକ୍ସନ ନେବାକୁ ହେବ।ଲୋକଙ୍କ ମତରେ ନିତ୍ୟ ଆବଶ୍ୟକ ଜିନିଷର ଦାମ କମ କରିବା ଆବଶ୍ୟକ ଅଟେ। ଅନ୍ୟପକ୍ଷରେ ଛୋଟ ବ୍ୟବସାୟୀ ମଧ୍ୟ ଏପରି ଦାମରେ ବୃଦ୍ଧି ହେବାକୁ ସହଜରେ ଗ୍ରହଣ କରିବାରେ ସଫଳ ହେଉନାହାନ୍ତି। ଦରଦାମରେ ବୃଦ୍ଧି ହେବା ବ୍ୟବସାୟ ଉପରେ ବି ପକାଇଛି ପ୍ରଭାବ।
ବ୍ୟବସାୟୀ ସଂଘ ମଧ୍ୟ ଏପରି ଦର ଦାମ ବୃଦ୍ଧିକୁ ନାପସନ୍ଦ କରିଛନ୍ତି। ଆଳୁ ୩୦ ଥିଲା ହେଲେ ଏବେ ପ୍ରାୟ ୩୭, ୪୦ ହୋଇଯାଇଛି। ପ୍ରାୟ ଅକ୍ଟୋବର ଅଧାରୁ ଡିସେମ୍ବରର ଶେଷ ପର୍ଯ୍ୟାୟରେ ବଢିଥାଏ ହେଲେ ଏହି ବର୍ଷ ପାଖାପାଖି ମଇ ମାସ ଆରମ୍ଭରୁ ଦରଦାମରେ ବୃଦ୍ଧି ହୋଇଯାଇଛି ବୋଲି ଜଣା ଯାଇଛି।
ତେବେ ଦର ଦାମରେ ଏପରି ବୃଦ୍ଧି ଘଟିବା ସାଧାରଣ ଲୋକ ପ୍ରତି ସହିବା କଷ୍ଟକର ଅଟେ। ବାହାରେ ରହୁଥିବା ଲୋକ କିପରି ଭାବେ ନିଜର ଘରଭଡା ଦେଇ, ନିଜର ଖର୍ଚ୍ଚ, ଘରର ଖର୍ଚ୍ଚ କରିବ? ଯଦି ଏମିତି ଦରଦାମରେ ବୃଦ୍ଧି ହେବ ତେବେ ସାଧାରଣ ଲୋକଙ୍କ ପାଇଁ ଚଳିବା କଷ୍ଟକର ହୋଇପଡିବ, ଏହି ଦିଗରେ ଦୃଷ୍ଟି ରଖି ଉଚିତ ଆକ୍ସନ ନେବା ଆବଶ୍ୟକ ଅଟେ।

 
                         
                                 
                                 
                                 
                             
                             
                            