June 16, 2025

Odia Express

Leading Odia News Portal of Odisha

ବିଜେଡି କୁ ବଡ଼ ଝଟକା,ଢେଙ୍କନାଳରେ BJD ଛାଡ଼ି BJPରେ ମିଶିଲେ ଶତାଧିକ ନେତା ଓ କର୍ମୀ

ଦୀର୍ଘ ୨୪ ବର୍ଷ ଶାସନ ପରେ ହାତରୁ କ୍ଷମତା ଯିବା ସହ ବିଜେଡ଼ିର ଖରାପ ସମୟ ଚାଲିଛି । ଦଳ ଛାଡୁଛନ୍ତି କର୍ମୀ । ତୃଣମୂଳ ସ୍ତରରେ ଧୀରେ ଧୀରେ ଭୁଶୁଡୁଛି ବିଜେଡ଼ି ଗଡ଼ । ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ବିଜେଡ଼ି କର୍ମୀ । ଢେଙ୍କାନାଳରେ ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ବିଜେଡି କର୍ମୀ । ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ସୋମବାର ମଧ୍ୟାହ୍ନରେ ଢେଙ୍କାନାଳ ବିଜେପି ତରଫରୁ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି

ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ଉପସ୍ଥିତିରେ ବିଜେଡି ସଦର ବ୍ଲକ୍‌ ସଭାପତି ବିଭୁ ପ୍ରସାଦ ଦେହୁରୀ ବିଜେପିରେ ସାମିଲ ହୋଇଛନ୍ତି !  ଢେଙ୍କାନାଳ ସଦର ବ୍ଲକ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ୱାର୍ଡ ମେମ୍ବର ଆଦି ବିଜେଡି ଓ କଂଗ୍ରେସର ଶତାଧିକ ପଞ୍ଚାୟତ ପ୍ରତିନିଧି, ନେତା ଓ କର୍ମୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ସେମାନଙ୍କୁ ବିଜେପି ଦଳୀୟ ଉତ୍ତରୀୟ, ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରାଯାଇଥିଲା ।

ବିଜେଡ଼ି ସଦର ବ୍ଲକ ପୂର୍ବତନ ସଭାପତି ବିଭୁ ପ୍ରସାଦଙ୍କୁ ବିଜେଡ଼ିରୁ ନିଲମ୍ବନ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ରାଜ୍ୟ ବିଜେଡ଼ି ଉପସଭାପତି ପ୍ରତାପ ଜେନା ପ୍ରେସ ବିବୃତିରେ ଜଣାଇଥିଲେ