June 13, 2025

Odia Express

Leading Odia News Portal of Odisha

IPL 2025 ର ଆଜି ଫାଇନାଲ ମୁକାବିଲା,ପଞ୍ଜାବ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ୍ ପ୍ରେମୀ

Shreyas Iyer (c) of Punjab Kings and Rajat Patidar (c) of Royal Challengers Bengaluru with trophy during the pre final press conference of the Indian Premier League season 18 (IPL 2025) ahead of the final between Royal Challengers Bangalore and Punjab Kingsheld at the Narendra Modi Stadium, Ahmedabad on the 2nd June 2025 Photo by : s Saikat Das / Sportzpics for IPL

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୮ତମ  ସଂସ୍କରଣ ଫାଇନାଲ ମଙ୍ଗଳବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ।  ଏହି ମ୍ୟାଚକୁ ପ୍ରଶଂସକମାନେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟସମ୍ୟାନ ବିରାଟ କୋହଲି ଓ  ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ଶ୍ରେୟସ ଆୟରଙ୍କ ମଧ୍ୟରେ ଲଢେଇ ହେବ ବୋଲି ବିବେଚନା କରିଛନ୍ତିି। ଉଭୟ  ଦଳ କେବେହେଲେ ଆଇପିଏଲ ଟ୍ରଫି ଜିତି ନାହାନ୍ତି। ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟ ନେଇ ପଞ୍ଜାବ ଓ ବେଙ୍ଗାଲୁରୁ ଖେଳିବେ।

୧୭ଟି ସିଜିନରୁ ଗୋଟିଏ ଥର ବି ଟ୍ରଫି ଜିତିପାରିନଥିବା ଦୁଇ ଦଳ ଏଥର ଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବରୁ ଉଭୟ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲେ । ତେଣୁ ପ୍ରଥମ ଆଇପିଏଲ ଟ୍ରଫି ଜିତିବାକୁ ଜୋର୍ ଲଗାଇଦେବେ ଉଭୟ ଦଳ

କ୍ବାଲିଫାୟର-୨ରେ ଆୟରଙ୍କ ବିସ୍ଫୋରକ ଇନିଂସ ପଞ୍ଜାବକୁ ଫାଇନାଲରେ ପହଞ୍ଚାଇଛି । ଆଇପିଏଲ ଇତିହାସରେ ଉଭୟ ଦଳ ପରସ୍ପର ୩୬ଥର ମୁହାଁମୁହିଁ ହୋଇଛନ୍ତି ।  ବେଙ୍ଗାଳୁରୁ ୧୮ ଓ ପଞ୍ଜାବ ୧୮ ଥର ବାଜି ମାରିଛନ୍ତି । ଚଳିତ ସିଜନରେ ଦୁଇ ଟିମ ପରସ୍ପରକୁ ୩ ଥର ଭେଟିଛନ୍ତି । ଲିଗ ପର୍ଯ୍ୟାୟରେ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ ଜିତିଛନ୍ତି।

ଫାଇନାଲ ଲଢେଇରେ RCBର ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ଫୋକସ ରହିବ । ସିଜନରେ ୬୧୪ ରନ କରିଛନ୍ତି ବିରାଟ । ଫିଲ ସଲ୍ଟ, ଜୋଶ ହେଜଲଉଡ, ଟିମ ଡେଭିଡ ଆରସିବି ପାଇଁ କି ପ୍ଲେୟାର ହୋଇପାରନ୍ତି ।