ଲବ ଙ୍କ ସ୍ତ୍ରୀ ଖୋଲିଲେ ଲବ ଙ୍କ ଗୁମର ! ମୋତେ ବାହା ହେଇକି ଛାଡିଦେଇଛି ମୋ ସ୍ୱାମୀ ଲବ ହାଁସଦା

ପ୍ରତାରକ ପ୍ରେମିକ ଲବ ହାଂସଦା କେବଳ ଜଣେ ପ୍ରତାରକ ପ୍ରେମିକ ନୁହଁନ୍ତି। ସେ ଭଲ ସ୍ବାମୀ କି ଭଲ ବାପା ବି ନୁହଁନ୍ତି । ହଁ ଦର୍ଶକ ବନ୍ଧୁ ଖୋଲିଛି ଲବଙ୍କ ଗୁମର, ଲବଙ୍କ ବିବାହକୁ ନେଇ ଯେଉଁ ପ୍ରଶ୍ନ ଉଠିଥିଲା ତାହା ହୋଇଛି ସ୍ପଷ୍ଟ । ୧୦ ବର୍ଷର କୁନି ଝିଅ ବାପା ଲବ ହାଂସଦାର ସ୍ନେହରୁ ବଞ୍ଚିତ । ବାପା ଡାକ ଡାକିବାକୁ ଝିଅ ବିକଳ । ଆଜିବି ସ୍ତ୍ରୀ ସ୍ୱାମୀର ଫେରିବା ବାଟକୁ ଅପେକ୍ଷା କରି ଆଖିରୁ ଝରାଉଛି ଲୁହ ।
ଲବ ହସଂଦା ଯିଏ ଅନେକଙ୍କ ପାଇଁ ଆଦର୍ଶ ସାଜିଥିଲେ ତାଙ୍କ ଏହି ରୂପ ପଛରେ ଥିଲା ଅନେକ ରହସ୍ୟ। ସବୁ ଗୁମର ପ୍ରେମିକାଙ୍କ ଆତ୍ମହତ୍ୟା ପରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ନିଜକୁ ସବୁବେଳେ ଅବିବାହିତ କହି ଆସୁଥିବା ଲବ ବିବାହିତ ଥିଲେ । ସ୍ତ୍ରୀଙ୍କ କହିବା ହିସାବରେ 2014 ମସିହାରେ ଲବ ବିବାହ କରିଥିଲେ ।
ଆଉ ସ୍ତ୍ରୀଙ୍କୁ ଛାଡ଼ି ଲବ ସୁନ୍ଦରୀ ମାନଙ୍କୁ ନିଜ ପ୍ରେମରେ ଜାଲରେ ଫସାଉ ଥିଲେ । ଯେଉଁ ଓଡ଼ିଶା ବାସୀ ଲବଙ୍କୁ ଏତେ ଭଲ ପାଉଥିଲେ ସେହି ଓଡ଼ିଶାବାସୀଙ୍କୁ ଲବ ଅନ୍ଧାରରେ ରଖିଥିଲେ । ବିଦେଶରେ ବୁଲୁଥିଲେ ବଡ ନେମ୍ ଫେମ୍ କରିଥିଲେ । ଆଉ ତାହାର ସୁଯୋଗ ନେଇ ଯୁବତୀ ମାନଙ୍କ ସହ ସମ୍ପର୍କ ରଖିଥିଲେ ।
ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲବଙ୍କ ମୃତ ପ୍ରେମିକାଙ୍କ ଅଡିଓ ରେକର୍ଡ ଯେଉଁଥିରେ ଲବ ରାତି ସାରା ସେହି ଯୁବତୀଙ୍କ ସହ କଣ କରୁଥିଲେ ତାହା କାନ୍ଦି କାନ୍ଦି ଯୁବତୀ ତାଙ୍କର ଜଣେ ବନ୍ଧୁଙ୍କ ସହ ସେୟାର କରିଛନ୍ତି । ହଁ ଦର୍ଶକ ବନ୍ଧୁ ଏ ହେଉଛନ୍ତି ଲବ ହାଂସଦା ଯିଏ ସବୁବେଳେ ତାଙ୍କ ପ୍ରଶଂସକ ମାନଙ୍କୁ ଭଲ ଭଲ ବାର୍ତ୍ତା ଦେଇଥାନ୍ତି ।
ହେଲେ ନିଜ ଭିତରେ ଲୁଚାଇ ରଖିଥିଲେ ଅନେକ ଗୁମର । ତାଙ୍କ ସ୍ତ୍ରୀ ଆଉ ଏହି କୁନି ଝିଅ ଉପରେ ଥରେ ନଜର ପକାନ୍ତୁ । ବିବାହର ତିନି ବର୍ଷ ପରେ ସ୍ତ୍ରୀଙ୍କ ହାତ ଛାଡ଼ି ଦେଇ ଲବ ଯାଇଛନ୍ତି ଯେ ଯାଇଛନ୍ତି ଆଉ ଫେରିବାର ନା ନାହିଁ। ଲବଙ୍କ କୁନି ଝିଅ ଏବେ ମା ପାଖରେ ଥିବା ବେଳେ ମୂଲ ଲାଗି ମା ଝିଅକୁ ପାଳନ କରୁଛନ୍ତି ।
ଲବ ବିଦେଶ ବୁଲି ଅଏସ ଆରାମରେ ଜୀବନ କାଟୁଥିବା ବେଳେ । ସ୍ତ୍ରୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ପର ଘରେ କାମ କରୁଛନ୍ତି । ତେବେ ଗଣମାଧ୍ୟମରେ ଲବଙ୍କ କାଣ୍ଡ କାରନାମାର ଖବର ଛାଇ ହୋଇଯିବା ପରେ। ଏବେ ଏହାକୁ ନେଇ ମୁଁହ ଖୋଲିଛନ୍ତି ଲବଙ୍କ ଟିମ୍। ଆଉ ଏହି ଘଟଣାକୁ ନେଇ ଲବ ଖୁବ୍ ଶୀଘ୍ର ସମସ୍ତଙ୍କୁ ସବୁକିଛି ସ୍ପଷ୍ଟ କରିବେ ବୋଲି କହିଛନ୍ତି । ତେବେ ସ୍ତ୍ରୀଙ୍କ ଅଭିଯୋଗ ଏବଂ ଲୋକଙ୍କ ଏଭଳି ଚର୍ଚ୍ଚାରେ କେତେ ସତ୍ୟତା ଅଛି ତାହା ଆଗାମୀ ଦିନରେ ନିହାତି ସ୍ପଷ୍ଟ ହେବ ।