ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗିରଫ ପରେ ବିଚାର ବିଭାଗୀୟ ହାଜତ କୁ ଗଲେ କୁବେର ମୁଖ୍ୟଯନ୍ତ୍ରୀ। ଆୟର୍ବ୍ୟର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଙ୍କୁ ଆଜି ଅନୁଗୋଳ ଜିଲା ର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରେ ହଜାର କରା ଯାଇଥିବା ବେଳେ ସେଠାରୁ ତାଙ୍କୁ ଅନୁଗୋଳ କାରାଗାରକୁ ପଠାଯାଇଛି। ଏହି କ୍ରମରେ ବିଚାରପତିଙ୍କ ଠାରେ ଅଭିଯୁକ୍ତ ବୈକୁଣ୍ଠଙ୍କ ଓକିଲଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲେ ସୁଧା ପରବର୍ତ୍ତୀ ସମୟରେ ଏନେଇ ବିଚାର କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯିବା ପରେ ଷଡଙ୍ଗୀଙ୍କୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।। ଗତକାଲି ଆୟର୍ବ୍ୟର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ପାଞ୍ଚଟି ସ୍ଥାନରେ ଏକ କାଳୀନ ଚଢ଼ାଉ ହୋଇଥିଲା। ତାଙ୍କ ର ଅନୁଗୋଳ କରଡାଗାଡ଼ିଆ ସ୍ଥିତ ଘର ଓ ଭୁବନେଶ୍ୱର ଘରୁ ମିଳିଥିବା ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ମାନେ କାବା ହୋଇ ଯାଇଥିଲେ।ବିଭାଗ ସୂଚନା ଅନୁସାରେ କୁବେର ବୈକୁଣ୍ଠ ଙ୍କ ଠାରୁ ନଗଦ ଦୁଇ କୋଟି 56 ଲକ୍ଷ ଟଙ୍କା ଏକ କେଜି 141 ଗ୍ରାମ ସୁନା ସହ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତି ଥିବା ଜାଣିବାକୁ ପାଇଥିଲେ ଭିଜିଲାନ୍ସ ।ଯେଉଁଥିରେ 7ଟି ପ୍ଲଟ ଦୁଇଟି କୋଠା ବ୍ୟାଙ୍କ ଲକର ଥିବା ଜଣା ପଡିଥିଲା । ଆଜି ଚାକିରୀ ରୁ ଅବସର ନେଇ ଥାନ୍ତେ ବୈକୁଣ୍ଠ। କାଲି ରେଡ଼ ମାରିଥିଲା ଭଜିଲାନ୍ସ ! ଆଉ ମାତ୍ର ଦୁଇ ଦିନରେ ନେଇଥାନ୍ତେ ଅବସର,ଘରୁ ବାହାରିଲା ପୁଳା ପୁଳା ଟଙ୍କା ! ମୁଖ୍ୟଯନ୍ତ୍ରୀଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କା ଜବତ ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ଦୁଇ ଦିନ ପରେ ନେଇଥାନ୍ତେ ଅବସର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ରେଡ଼ ।ଅନୁଗୋଳ ଜିଲ୍ଲାର ୪ଟି ସ୍ଥାନରେ ରେଡ଼ ଚାଲିଥିବା ସୂଚନା ମିଳିଛି । ଅନୁଗୋଳ କାରଡ଼ାଗାଡ଼ିଆସ୍ଥିତ ବାସଭବନରେ ଢେଙ୍କାନାଳ ଭିଜିଲାନ୍ସ ବିଭାଗ DSP ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଅନୁଗୋଳ, ଢେ଼ଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ଅନୁଗୋଳ ଜିଲ୍ଲାର କରଡ଼ାଗାଡ଼ିଆ, ଲକେଇପସି, ମାଟିଆସାହି ଏବଂ ଶିକ୍ଷକପଡ଼ାରେ ସକାଳ ୫ଟାରୁ ଚଢ଼ାଉ ଜାରି ରହିଛି । ଘରୁ ପୁଳା ପୁଳା ଟଙ୍କା ମିଳିଥିବା ଦେଖିବାକୁ ମିଳିଛି । ବର୍ତମାନ ସୁଦ୍ଧା ପ୍ରାୟ ଏକ କୋଟି ନଗଦ ଟଙ୍କା ମିଳିଥିବା ଜଣା ପଡ଼ିଛି ।